ପରକୀୟା ପ୍ରୀତିରେ ବାଧା ସାଜୁଥିଲା ସ୍ୱାମୀ । ସେଥିପାଇଁ ସ୍ତ୍ରୀ ରଚିଲା ଏଭଳି କାଣ୍ଡ ଯାହାକୁ ନେଇ ଲୋକେ କହୁଛନ୍ତି… ।
ପରକୀୟା ପ୍ରୀତିରେ ସ୍ଵାମୀ ବାଧା ସାଜୁଥିଲା । ଆଉ ବାଧା ସାଜିବାରୁ ସବୁଦିନ ପାଇଁ ସ୍ଵମୀକୁ ରାସ୍ତାରୁ ହଟାଇ ଦେଲା ସ୍ତ୍ରୀ । ଆଉ ଏମିତି କାଣ୍ଡ କଲା ଯେ ଯାହା ସ୍ଥାନୀୟ ଅଞ୍ଚଳରେ ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସ୍ୱାମୀର ଗୁପ୍ତାଙ୍ଗ କାଟିବା ସହିତ ଜୀବନ ନେଇ ଯାଇଥିବା ନେଇ ସ୍ତ୍ରୀ ନାଁରେ ହେଇଛି ସାଙ୍ଘାତିକ ଅଭିଯୋଗ । ହଁ ଦର୍ଷକବନ୍ଧୁ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ପାଟପୁର ଗ୍ରାମ ପଞ୍ଚାୟତ ବୋରିଖୀ ଗ୍ରାମରେ ଏମିତି ସାଙ୍ଘାତିକ ଘଟଣା ଦେଖିବାକୁ ମିଳିଛି ।
ଏଇ ଗାଁରେ ସନ୍ଦେହ ଜନକ ମୃତ୍ୟୁ ହୋଇଛି ବନ ବିହାରୀ ଜେନାଙ୍କର । ବନ ବିହାରୀ ଏକ ଘରୋଇ କମ୍ପାନୀରେ ତାମିଲନାଡୁରେ କାର୍ଯ୍ୟ କରୁଥିଲେ । ଆଜକୁ ୨ ମାସ ହେବ ସେ କମ୍ପାନୀକୁ ନଯାଇ ଘରେ ଥିଲେ । ଘରେ ତାଙ୍କର ଗୋଟାଏ ପୁଅ ଆଉ ଝିଅ ମଧ୍ୟ ରହିଛି । କିନ୍ତୁ ଦୀର୍ଘ ଦିନ ଧରି ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ କଳି ଝଗଡ଼ା ହେଉଥିଲା । ଆଉ କଳି ଝଗଡ଼ାର କାରଣ ଥିଲା ସ୍ତ୍ରୀ ବନିତା ଜେନାଙ୍କର ପରକୀୟା ପ୍ରୀତି । ଯାହାକୁ ନିଜ ଆଖିରେ ଦେଖି ଦେଇଥିଲେ କୁଆଡ଼େ ବନ ବିହାରୀ ।
ଆଉ ସ୍ତ୍ରୀକୁ ମଧ୍ୟ ବାରମ୍ୱାର ଆକଟ କରିଥିଲେ । କିନ୍ତୁ ସ୍ଵାମୀଙ୍କ କଥାକୁ ସେ ତିଳେ ହେଲେ ଖାତିର କରିନଥିଲେ । ସ୍ତ୍ରୀ ବନିତା ଜେନାଙ୍କର ସେହି ଗ୍ରାମର ବାବୁଲି ସାମଲ୍ ନାମକ ଜଣେ ବ୍ୟକ୍ତିଙ୍କ ସହିତ ଅନୈତିକ ସମ୍ପର୍କ ଥିବାରୁ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ କଳହ ଲାଗି ରହୁଥିଲା ବୋଲି ଜଣା ପଡିଛି । ତେବେ ଗତକାଲି ବନବିହାରୀଙ୍କ ସାନ ଭାଇ ଦିନ ୨ଟା ବେଳେ ବନ ବିହାରୀଙ୍କ ମୃତ ଦେହ ଘରେ ଦେଖିବାକୁ ପାଇଥିଲେ । ତାଙ୍କ ପାଦ ତଳ ଭୂମି ସ୍ପର୍ଶ କରିବା ସହିତ ବନ ବିହାରୀଙ୍କ ଗୁପ୍ତାଙ୍ଗରୁ ମଧ୍ୟ ରକ୍ତସ୍ରାବ ହେଉଥିବା ଦେଖିବାକୁ ପାଇଥିଲେ ସାନ ଭାଇ କୁଞ୍ଜବିହାରୀ ଜେନା ।
ତେବେ ଦୀର୍ଘ ଦିନ ଧରି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଳି ମଝିରେ ମଝିରେ ହେଉଥିଲା ହେଲେ ହଠାତ ସ୍ତ୍ରୀ ଏମିତି କରିବ ବୋଲି କେହି ଭାବି ନଥିଲେ I ତେବେ ଏନେଇ କୁଜଙ୍ଗ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି I ନ୍ୟାୟ ପାଇଁ ପରିବାର ଲୋକଙ୍କ ସମେତ ପଡ଼ୋଶୀ ମାନେ ମଧ୍ୟ ଦାବି କରିଛନ୍ତି ।