କଣ ପାଇଁ କିଛି ସ୍ତ୍ରୀ କରନ୍ତି ପରକୀୟା ପ୍ରୀତି
ଜଣେ ‘ସରି’ କହିବା ଟା ଏତେ ସହଜ କଥା ନୁହେଁ, କାରଣ ସେ ସମ୍ପର୍କଟାକୁ ବୁଝିଛି ବୋଲି ହିଁ ସରି କୁହେ। କଷ୍ଟ ଲାଗେ ନିଶ୍ଚୟ ଭୁଲ୍ ନଥାଇ କି ବି କିଛି ଲୋକ ସରି କହି ଦିଅନ୍ତି କିନ୍ତୁ ଭୁଲ୍ ଥାଇ କି ବି କିଛି ଲୋକ ସରି କହିବାକୁ କାଳେ ଭାବନ୍ତି ମୁଁ କାଳେ ଛୋଟ ହେଇ ଯିବି କି କିନ୍ତୁ ଗୋଟେ ସମ୍ପର୍କ ଟା ବଞ୍ଚିଯିବ।
ଲାଇଫ୍ ରେ ଆମେ ଯାହା ସହିତ କମିଟମେଣ୍ଟ ଥରେ କରିଛେ ଆମେ ତ ସେହି ଜାଗାରେ ରହିବା ଦରକାର, ଯଦି ହଁ କିଛି ଜାଗାରେ ଦେଖା ଯାଉଛି ଯେ ଡିମାଣ୍ଡ୍ ସ୍ୱାମୀ ପୂରଣ କରି ପାରୁନି, ଦେଖନ୍ତୁ ବାହାଘର ହେଇଗଲା ସେଇଟା ଗୋଟେ ଭାଗବାନଙ୍କର ସୃଷ୍ଟି ସେଟା ସିଏ ହିଁ କରାନ୍ତି ଆମେ ଆମ ଇଚ୍ଛାରେ ଯେଉଁଠି ସେଇଠି ଚାହିଁଲେ ବି ସେଇଟା ହେଇ ପାରିବନି। ତେଣୁ ଯେଉଁଠି ଆମର ବାହାଘର ଟା ହେଇଛି ଧରନ୍ତୁ ସ୍ୱାମୀ ଆମକୁ କିଛି ଦେଇ ପାରୁନି।
ତେବେ ଠିକ୍ ଅଛି ଆମେ ଆମର କିଛି ଇନ୍ କମ୍ କରିବା କିଛି ଗୋଟେ ବ୍ୟବସ୍ଥା କରିବା। ନାହିଁ ତ ବେଳେ ବେଳେ କ’ଣ ହୁଏ ଦେଖିଥିବେ ସ୍ତ୍ରୀ ଲୋକ ମାନେ ସ୍ୱାମୀ ମାନଙ୍କୁ ବଜାରରେ ବିକ୍ରି କରନ୍ତି, ବଜାରରେ ବିକ୍ରି ମାନେ କ’ଣ ନା ମୋ ସ୍ୱାମୀ ମୋତେ ସପିଂ ପାଇଁ ନେଇ ପାରୁନି, ମୋ ସ୍ୱାମୀ ପାର୍ଲର ଯିବା ପାଇଁ ପଇସା ଦେଇ ପାରୁନି, ଭଲ ଡ୍ରେସ୍ ଦେଇ ପାରୁନି ତ ଠିକ୍ ଅଛି ସିଏ ଦେଇ ପାରୁନି। ଯିଏ ଖଟୁଛି ସିଏ ବି ତ ଆମର ନିଜର ଲୋକ ନା ଖଟୁଛି ବି ସିଏ କାହା ପାଇଁ ଖଟୁଛି, ଆମରି ପାଇଁ ଖଟୁଛି ଆମ ପିଲା ମାନଙ୍କ ପାଇଁ ଖଟୁଛି। ଯେଉଁ ୧୨ ଘଣ୍ଟା ୧୪ ଘଣ୍ଟା ବିନା ପରିଶ୍ରମରେ କେହି ପଇସା ରୋଜଗାର କରି ପାରେନି। ତେବେ ଆମେ ଟିକେ ସେଇଟା ଫିଲ୍ କରିବା ଦରକାର ଅନ୍ୟର କଷ୍ଟକୁ।
ପ୍ରକୃତରେ ଯିଏ ଭଲପାଏ ନା ଯିଏ ସମ୍ପର୍କ ଟାକୁ ଭଲପାଏ, ସମ୍ପର୍କ ଟାକୁ ବଞ୍ଚେଇକି ରଖିବାକୁ ଚାହେଁ ସିଏ ହିଁ ଆଗ ସରି କୁହେ ତା ଆଡ଼ୁ ହିଁ ଆଗ ସରି ଟା ଆସେ। ଜଣେ ‘ସରି’ କହିବା ଟା ଏତେ ସହଜ କଥା ନୁହେଁ, କାରଣ ସେ ସମ୍ପର୍କଟାକୁ ବୁଝିଛି ବୋଲି ହିଁ ସରି କୁହେ। କଷ୍ଟ ଲାଗେ ନିଶ୍ଚୟ ଭୁଲ୍ ନଥାଇ କି ବି କିଛି ଲୋକ ସରି କହି ଦିଅନ୍ତି କିନ୍ତୁ ଭୁଲ୍ ଥାଇ କି ବି କିଛି ଲୋକ ସରି କହିବାକୁ କାଳେ ଭାବନ୍ତି ମୁଁ କାଳେ ଛୋଟ ହେଇ ଯିବି କି କିନ୍ତୁ ଗୋଟେ ସମ୍ପର୍କ ଟା ବଞ୍ଚିଯିବ।
ଯିଏ ନିଜର ସ୍ବାମୀ ସ୍ତ୍ରୀର ସମ୍ପର୍କ କୁ ଠିକ୍ ସେ ବଞ୍ଚେଇ କି ରଖି ପାରୁନି ସିଏ ରାଜନୀତି ରେ କ’ଣ ଫିଗର୍ ସିପ୍ କରିବ। ଗୋଟେ ଲିଡର୍ ନିଜ ମନରେ ଯଦି ରଖିବ ମୁଁ ଏଥିରୁ କ’ଣ ପାଇ ପାରିବି ମୁଁ କ’ଣ ଲାଭ ପାଇବି ସିଏ କେବେବି ଗୋଟେ ଭଲ ଲିଡର୍ ହେଇ ପାରିବନି ଯିଏ ଭାବିବ ମୁଁ ଅନ୍ୟ ମାନଙ୍କ ପାଇଁ କ’ଣ କରି ପାରିବି,ଅନ୍ୟ ମାନଙ୍କୁ କିପରି ସାହାର୍ଯ୍ୟ କରିପାରିବି ସିଏ ହିଁ ଗୋଟେ ଭଲ ଲିଡର୍ ହେଇ ପାରିବ।