ମୁଁ ଆଦିତ୍ୟ ଙ୍କ ଆଶ୍ରମ କୁ ଗାଡ଼ି ଦେଇଥିଲି କିନ୍ତୁ ଫେରାଇନେଲି କାରଣ…

ଲୋକମାନଙ୍କ ପାଇଁ ସେବା ଆଶ୍ରମ,ସବୁବେଳେ ଚର୍ଚ୍ଚାରେ ରହି ଆସିଥିଲା କାହିଁକି ନା ସେଥିରେ ଗୋଟେ ନାଁ ଜଡ଼ିତ ହୋଇଥିଲା । ନାଁ ହେଉଛି ମାନବପ୍ରେମୀ ଆଦିତ୍ୟ ଭାଈ। ଯାହାଙ୍କୁ ନେଇ ଲୋକମାନେ ଅନେକ ଭଲ ପାଇବା ଦେଇଥିଲେ ଆଉ ତାଙ୍କ ସହିତ ତାଙ୍କ ପତ୍ନୀ ମଧ୍ୟ ଏହି ଆଶ୍ରମଟିକୁ ଆଗକୁ ବଢ଼ାଇବା ପାଇଁ ଅନେକ ଚେଷ୍ଟା ମଧ୍ୟ କରିଥିଲେ। ଆମେ ଅନେକ ସମୟରେ ଅନେକ ସମାଜସେବୀ ମାନଙ୍କୁ ଦେଖିଛନ୍ତି ଯେ ଲୋକମାନଙ୍କ ସେବା ପାଇଁ ଅନେକ ଦାନ କରିଥିବାର।

କିନ୍ତୁ ଆମେ ଆଜି ଜଣେ ସମାଜସେବୀଙ୍କ ପାଖରେ ଅଛନ୍ତୀ ଯିଏ କି ଲୋକମାନଙ୍କ ସେବା ପାଇଁ ଦୁଇ ବର୍ଷ ହେଲା କରି ଆସୁଛନ୍ତି । ଏବଂ ତାଙ୍କୁ ଆପଣମାନେ ଚିହ୍ନିଛନ୍ତି ମଧ୍ୟ ସେ ହେଉଛନ୍ତି ସବିତା ମିଶ୍ର ମ୍ୟାମ୍ ଯିଏ କି ଲୋକମାନଙ୍କ ସେବା ପାଇଁ ଦୁଇ ବର୍ଷ ହେବ ଅନେକ ପଇସା ଦେବା ସହିତ ଗୋଟିଏ ଗାଡ଼ି ମଧ୍ୟ ଦେଇଥିଲେ ବୃଦ୍ଧାଶ୍ରମ ପାଇଁ।ମୁଁ ଡ୍ୟୁଟିରେ ଥିଲି ସେତେବେଳେ ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମାଆଙ୍କୁ ସୋସିଆଲ ମିଡ଼ିଆରେ ଦେଖିଲି। ସେ କାନ୍ଦୁଥିଲେ ଘର ଭଡ଼ା ଦେବା ପାଇଁ ପ୍ରୋବଲେମ୍ ହେଉଥିଲା।

ହଉ ଏତେ ଯଦି ପ୍ରୋବେଲମ ହେଉଛି ତ ମୁଁ ସାହାଯ୍ୟର ହାତ ବଢ଼ାଇଲି। ଆଉ ସେ ମୋତେ ଅନୁମତି ବି ଦେଲେ।ମୁଁ ପ୍ରଥମେ ଗୋଟେ ସପ୍ତାହ ତାଙ୍କ ପାଖକୁ ଆସିଥିଲି। ମୁଁ ପ୍ରତିଶ୍ରୁତି ଦେଇଥିଲି ଯେ ପ୍ରତି ମାସରେ ୧୧ ହଜାର ଟଙ୍କା ମୁଁ ଝାଡ଼ଖଣ୍ଡରୁ ହିଁ ପଠାଉଥିଲି। ତ ମୁଁ ଆଦିତ୍ୟଙ୍କ ବାପାଙ୍କ ଆକାଉଣ୍ଟକୁ ଟଙ୍କା ପଠାଉ ଥିଲି। ତାପରେ ମାନବପ୍ରେମୀ ଆଦିତ୍ୟ ଦାସଙ୍କ ଟ୍ରଷ୍ଟକୁ ଦେବି ବୋଲି ମନସ୍ଥ କରିଥିଲି। କିନ୍ତୁ ଏପର୍ଯ୍ୟନ୍ତ ମୁଁ ଟଙ୍କାର ରିସିପ୍ଟ୍ ପାଇନି। ମୁଁ ସେଠି ଆଦିତ୍ୟଙ୍କ ବାପା ମାଆଙ୍କୁ ରିକ୍ୱେଷ୍ଟ କରିଥିଲି ଯେ ଶ୍ରୀକୁ ନେଇ ଆସନ୍ତୁ। ଯେହେତୁ ଆପଣମାନେ ଆଶ୍ରମ ଚଳାଉଛନ୍ତି ସେ ଗୋଟେ ପଢ଼ାଲେଖା ଝିଅଟିଏ ମୁଁ ତା ସହିତ ମିଶିଲି ମୋତେ ବହୁତ୍ ଭଲ ଲାଗିଲା। ସେ ଆପଣଙ୍କର ବୋହୂ ତାକୁ ନେଇ ଆଶ୍ରମ ଆସନ୍ତୁ।

ଆଉ ଯେତେବେଳେ ମୁଁ ଟଙ୍କା ଦେଇଛି ସେତେବେଳେ ବିଦ୍ୟାଶ୍ରୀ ଆଉ ଆଦିତ୍ୟଙ୍କ ବାପା ମାଆ ତିନି ଜଣଙ୍କୁ ଦେଖିକି ଦେଇଛି। ଯାହାର ଦେହ ଖରାପ ହୁଏ ତାକୁ ହସ୍ପିଟାଲ ନେଇ କି ଯିବା। ଏପରିକି ସେ ହସ୍ପିଟାଲ ବେଡରେ ସେ ରୋଗୀ ଶୋଇ ଥିବ,ସେ ମଉସା ମାଉସୀ ଶୋଇଥିବେ ଆଉ ସେ ତଳେ ଶୋଇଛି। ମୁଁ ଏସବୁ ଦେଖିଛି ତାର ସେବା କରିବାର ମନବୃତ୍ତି ଶ୍ରୀର ବହୁତ୍ ଅଛି।ଯେତେବେଳେ ଆଶ୍ରମ ଯାଇଥିଲେ ଶ୍ରୀଙ୍କ ପ୍ରତି ତାଙ୍କର ବ୍ୟବହାର ବହୁତ୍ ଭଲ ଥିଲା। ମୁଁ ସେଠି ପରିସ୍ଥିତି ଦେଖି ଗୋଟେ କାର୍ ଦେଇଥିଲି।

Leave a Comment

Your email address will not be published. Required fields are marked *

Scroll to Top