ବିବାହର ପ୍ରତିଶୃତି ଦେଇ ମୋ ପାଖରେ ସ୍ୱାମୀ ଭଳି ରହିଲା, ମନ ଭରିଗଲା ପରେ ମୋ ସହ ଏମିତି କରିଲା।

ମୋ ଠାରୁ ପ୍ରତି ରାତିରେ ଦେହ ସୁଖ ନେଲା। ବିବାହର ପ୍ରତିଶୃତି ଦେଇ ମୋ ପାଖରେ ରହିଲା ସ୍ୱାମୀ ଭଳି। ମନ ଭରିଗଲା ପରେ ମୋ ସହ ଏମିତି କଲା। ମୋତେ ବହୁତ ଭଲ ପାଉଥିଲା ମୁଁ ବାରରେ ନାଚୁଥିଲେ ବି ତାର କିଛି ଅସୁବିଧା ନଥିଲା। ମୋତେ କହିଥିଲା ବାହା ହେବ ବୋଲି ସେଥିପାଇଁ ମୋ ପାଖରେ ରହୁଥିଲା। ପ୍ରତି ରାତିରେ ମୋ ସହ ଶାରୀରିକ ସମ୍ପର୍କ ରଖୁଥିଲା। ହେଲେ ଯେତେବେଳେ ମୁଁ ବାହା ହେବାକୁ କହିଲି ମୋ ସହ ଏମିତି କରିଦେଲା। କହିଲା ତୁ ବାର ବାଲି ମୁଁ ତୋତେ ବାହା ହୋଇ ପାରିବି ନାହିଁ। ଆଉ ମୋ ସହ ଶେଷ ଥର ପାଇଁ ରହି ମୋତେ ସବୁଦିନ ପାଇଁ ଆରପାରିକୁ ପଠାଇ ଦେଲା।

ହଁ ଆଜ୍ଞା ଏବେ ଏମିତି କିଛି ଉପରେ ଥାଇ ଭାବୁଥିବେ ସୁଲଚନା ଦାସ। ଯାହାଙ୍କର ଅକାଳରେ ମୃତ୍ୟୁ ହୋଇଯାଇଛି। ଯାହା ବନ୍ଦ ଘରୁ ମିଳିଛି ସୁଲଚନାଙ୍କର ମୃତ ଦେହ। ଯାହା ପରେ ସୁଲଚନାଙ୍କ ଭଉଣୀ ଅଭିଯୋଗ କରିଛନ୍ତି କି ତାଙ୍କ ପ୍ରେମକ ନିହାର ହତ୍ୟା କରିଛି।

ସୁମୀଙ୍କ ଘର ହେଉଛି ଜଗତସିଂହପୁର ତିର୍ତ୍ତଳ ଥାନା ଅଲଣା ଗାଁରେ। ସୁମୀ ରାଜଧାନୀରେ ରହୁଥିଲେ ରାତି ହେଲେ ବାରକୁ ଡ୍ୟାନ୍ସ କରିବା ପାଇଁ ଯାଆନ୍ତି ସୁମୀ। ଆଉ ସେହି ସମୟରେ ବାରରେ କାମ କରୁଥିବା ଜଣେ ବ୍ୟକ୍ତି ଅଭିଯୁକ୍ତ ନିହାର ଗିରି ସହ ପ୍ରେମ ସମ୍ପର୍କ ଆରମ୍ଭ ହୁଏ। ଉଭୟ ଭୁବନେଶ୍ୱରରେ ଏକ ଘର ଭଡା ନେଇ ସାଙ୍ଗ ହୋଇ ରହନ୍ତି।

ଅଭିଯୋଗ ମୁତାବିତ ନିହାର ବାହା ହେବା ପାଇଁ ସୁଲଚନାଙ୍କୁ ପ୍ରତିଶୃତି ମଧ୍ୟ ଦେଇଥିଲେ। ଉଭୟଙ୍କ ମଧ୍ୟରେ ଗଢି ଉଠିଥିଲା ଶାରୀରିକ ସମ୍ପର୍କ। ବିବାହ ନହେଉଣୁ ମଧ୍ୟ ଭଡା ଘରେ ସ୍ୱାମୀ ସ୍ତ୍ରୀଙ୍କ ଭଳି ରହୁଥିଲେ। ହେଲେ ଯେତେବେଳେ ସୁଲଚନା ବାହା ହେବା ପାଇଁ କହିଥିଲେ ସେତେବେଳେ ନିହାର ତାଙ୍କୁ ହତ୍ୟା କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ତାଙ୍କ ଭଉଣୀ।

ସୁମୀଙ୍କ ମୃତ୍ୟୁ ହୋଇଛି ବୋଲି ପ୍ରଥମେ କଲ କରି କହିଥିଲା ପ୍ରେମିକ ନିହାର। ଯାହା ପରେ ନିହାରର ଫୋନ ଏବେ ସୁଇଜଅଫ ଅଛି। ଫେରାର ରହିଛି ନିହାର। ପରିବାର ଲୋକେ ପହଁଚି ଦେଖିଲା ବେଳକୁ ସୁମୀ ଆଉ ନାହାନ୍ତି। ଏମିତି ସ୍ଥିତି ଥିଲା ଯେ ପୁରା ହତ୍ୟା ଭଳି ଥିଲା କହିଛନ୍ତି ପରିବାରରେ ଥିବା ସୁମୀଙ୍କ ଭଉଣୀ।

ଏହାକୁ ନେଇ ବରଗଡ଼ ଥାନାରେ ଯାଇ ସୁମୀଙ୍କ ଭଉଣୀ ଅଭିଯୋଗ କରିଛନ୍ତି। ସେପଟେ ପୋଲିସ ୩୦୨ ଦଫାରେ ମାମଲା ରୁଜୁ କରି ନିହାର ଗିରୀଙ୍କୁ ଖୋଜୁଛି। ସେହିପରି ପୋଲିସ ସୁମୀଙ୍କ ଫୋନ ରୁ ଭିଡ଼ିଓ ଓ କଲ ରେକର୍ଡ ଆଦି ସଂଗ୍ରହ କରି ତଦନ୍ତ ଚଲାଇଛି।

Leave a Comment

Your email address will not be published. Required fields are marked *

Scroll to Top