ରାଜନୀତିରେ ପାଦ ଦେଲେ ସିଦ୍ଧାନ୍ତ ମହାପାତ୍ରଙ୍କ ସ୍ତ୍ରୀ ; ପ୍ରଥମ ଥର ଏମିତି କହିଲେ ମାମା ମିଶ୍ର ।

କେବେ ପଦାକୁ ବାହାରି ନଥିଲେ।କେଉଁ ରାଲି କି ସଭା ସମିତିରେ ଆସିବା ତ ଦୂରର କଥା ରାଜନୀତିରେ କେବେ ପାଦ ଦେଇ ନଥିଲେ। ହେଲେ ଏବେ ତାଙ୍କୁ ଦେଖିବାକୁ ଲାଗିଛି ଲୋକଙ୍କ ଭିଡ଼। ପଦ୍ମ ଧରି ପ୍ରଚାର ସାମ୍ନାକୁ ଆସିଛନ୍ତି ମାମା ମିଶ୍ର। ହଁ ଆଜ୍ଞା ସ୍ଵାମୀଙ୍କ ପାଇଁ ମାଗିଛନ୍ତି ଭୋଟ୍। ନିର୍ବାଚନୀ ସଭାରେ ପ୍ରଥମ ଥର ଆସି ଏମିତି ଦେଲେ ଭାଷଣ ଯାହା ଦେଖି ସ୍ଵାମୀ ବି ହେଲେ ତାଜୁକ୍। ବଡ଼ ବଡ଼ ନେତା ମନ୍ତ୍ରୀଙ୍କ ପାଇଁ ଯେତିକି ଭିଡ଼ ଲାଗି ନଥିଲା ମାମା ମିଶ୍ରଙ୍କୁ ଦେଖିବା ପାଇଁ ଜମିଥିଲା ଭିଡ଼।

ହଁ ଆଜ୍ଞା ହାତରେ ମାତ୍ର ଆଉ କେଇ ଘଣ୍ଟାର ସମୟ। ଗଡ଼ ଦାଖଲ କରିବା ପାଇଁ ପ୍ରାଣ ପଣେ ଚେଷ୍ଟା ଚଳାଇଛନ୍ତି ପ୍ରାର୍ଥୀ। ତେବେ ଚଳିତ ନିର୍ବାଚନରେ ବିଜେଡ଼ି ଗଡ଼ରେ ପଦ୍ମ ଫୁଟେଇବା ଲକ୍ଷ୍ୟ ରଖିଛି ବିଜେପି। ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଶେଷ ପର୍ଯ୍ୟାୟରେ ପ୍ରଚାର ପହଞ୍ଚି ଥିବା ବେଳେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ଗୋକର୍ଣ୍ଣପୁର ଠାରେ ନିଜର ଶକ୍ତି ଦେଖାଇଛି ବିଜେପି। ମାମା ମିଶ୍ରଙ୍କୁ ଦେଖି ରାଲିରେ ବିପୁଳ ଜନ ସମର୍ଥନ ଦେଖିବାକୁ ମିଳିଛି।

ଏଇ ସଭା ଯାତ୍ରାରେ ବିପୁଳ ଜନ ସମର୍ଥନକୁ ଦେଖି ବିଜୁ ଜନତା ଦଳକୁ ସମାଲୋଚନା କରିଥିଲେ ବିଜେପି ଦଳର ବିଧାୟକ ପ୍ରାର୍ଥୀ ହେଉଥିବା ସିଦ୍ଧାନ୍ତ ମହାପାତ୍ର ଏବଂ ବ୍ରହ୍ମପୁର ଲୋକସଭା ଆସନରୁ ପ୍ରାର୍ଥୀ ହେଉଥିବା ପ୍ରଦୀପ ପାଣିଗ୍ରାହୀ। ଦିଗପହଣ୍ଡି ଅଞ୍ଚଳର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ବିପିନ ପ୍ରଧାନ ଏବଂ ତାଙ୍କ ସମର୍ଥକମାନେ ଏଥିରେ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଛି। ଏପଟେ ଏହାହିଁ ପରିବର୍ତ୍ତନର ଚିତ୍ର ବୋଲି କହି ସଭା ଯାତ୍ରା କରିଥିଲେ ବିଧାନସଭାର ପ୍ରାର୍ଥୀ ସିଦ୍ଧାନ୍ତ ମହାପାତ୍ର।

ତେବେ ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଓ ସ୍ଥାନୀୟ ଅଞ୍ଚଳର ଟାଣୁଆ ନେତା ବିପିନ ପ୍ରଧାନଙ୍କ ସହ ହାସ୍ୟ ଅଭିନେତା ହରିହର ଏବଂ ମାମା ମିଶ୍ର ଦିଗପହଣ୍ଡିର ନିର୍ବାଚନ ମଣ୍ଡଳୀର ଗୋକର୍ଣ୍ଣପୁର ଠାରେ ସିଦ୍ଧାନ୍ତ ମହାପାତ୍ରଙ୍କ ସହ ମିଶି ସଭା ଯାତ୍ରାରେ ସାମିଲ୍ ହୋଇଥିଲେ।ଭରପୁର ସଂଖ୍ୟାରେ ଭୋଟ ଦେଈ ଜୟଯୁକ୍ତ କରାନ୍ତୁ।ଆଉ ଆପଣଙ୍କର ଏହି ଜାଗାର ନେତା ହିସାବରେ ନୁହେଁ ଜଣେ ବଡ଼ ଭାଈ ଆପଣଙ୍କର ଗାଁର,ଆପଣଙ୍କର ପରିବାରର ଜଣେ ସଦସ୍ୟ ଭାବରେ ତାଙ୍କୁ ଗ୍ରହଣ କରନ୍ତୁ।ତାପରେ ଆପଣମାନେ ଅନୁଭବ କରି ଦେଖିବେ।ଆମେ କଣ ସତରେ ଖୁସି ?

ଆମର ସାମାଜିକ ସ୍ତରରେ,ଆର୍ଥିକ ସ୍ତରରେ,ମାନସିକ ସ୍ତରରେ ବିକାଶ ହେଇଛି କି ?ତେବେ ଏହି ଅବସରରେ ମାମା ମିଶ୍ର କହିଛନ୍ତି ବହୁତ୍ ଖୁସି ଲାଗୁଛି ଲୋକ ମାନଙ୍କ ଭଲ ପାଇବା ଦେଖି। ସିଦ୍ଧାନ୍ତ ମହାପାତ୍ର ଦିଗପହଣ୍ଡିର ଏକ ପରିବାର ସଦସ୍ୟ। ଲୋକଙ୍କ ସେବା କରିବା ପାଇଁ ସେ ସର୍ବଦା ଆଗଭର। ଲୋକମାନଙ୍କ ପାଇଁ ସେ କାମ କରିବେ।ତାଙ୍କୁ ସୁଯୋଗ ଦେବା ପାଇଁ ଭୋଟ ଭିକ୍ଷା କରିଥିଲେ ମାମା ମିଶ୍ର।

Leave a Comment

Your email address will not be published. Required fields are marked *

Scroll to Top