ଓଡିଶା କଣ ପାଇଁ ବାରମ୍ବାର ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୋଲି କହିଲେ ରବି ଦାସ।

ବନ୍ଧୁଗଣ ପାଖଉଛି ନିର୍ବାଚନ । ସରଗରମ ପ୍ରଚାର ମଇଦାନ । ଗାଁଠୁ ସହର ସବୁଠି ଜୋରଦାର ପ୍ରଚାର । ବାସ୍ ଆଉ ଗୋଟାଏ ଦିନ ପରେ ଭୋଟ ଦେବେ ଓଡ଼ିଶାବାସୀ । ଆଉ ଭୋଟ ହାତେଇବାକୁ ଜନତାଙ୍କ ନିକଟତର ହେଉଛନ୍ତି ନେତା । ତେବେ ବନ୍ଧୁଗଣ ଏହି ନିର୍ବାଚନ ପାଇଁ ଶେଷ ପର୍ଯ୍ୟାୟରେ ପ୍ରଚାର ପ୍ରସାର । ଆଉ ଏସବୁ ମଧ୍ୟରେ ଦିନକୁଦିନ ମଧ୍ୟ ରୋମାଞ୍ଚକର ହେଉଛି ବିଜେପି ଓ ବିଜେଡ଼ି ଲଢେଇ । ବନ୍ଧୁଗଣ ସୂଚନା ମୁତାବକ ବିଜେପିର ପ୍ରଚାର ପ୍ରସାର ପାଇଁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଜ୍ୟ ବିଜେପିକୁ ଉତ୍ସାହିତ କରିବାକୁ ଭୁବନେଶ୍ୱରରେ ଏକ ବିଶାଳ ରୋଡ୍ ସୋ’ କରିଥିଲେ ପ୍ରଧାନମନ୍ତ୍ରୀ ।

ମୋଦୀଙ୍କ ରାଲି ବିଜେପି ପାର୍ଟି ଅଫିସରୁ ବାହାରି ବାଣୀବିହାର ପର୍ଯ୍ୟନ୍ତ ହୋଇଥିଲା । ତେବେ ଇତି ମଧ୍ୟରେ ନିକଟରେ ଏକ ସାକ୍ଷାତକାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାରମ୍ୱାର ଓଡ଼ିଶା ଗସ୍ତରେ ଆସୁଥିବା ନେଇ ରାଜନୈତିକ ସମୀକ୍ଷକ ରବି ଦାସ କହିଛନ୍ତି ଯେ, ଓଡ଼ିଶାରେ ଗୋଟେ ସୁଯୋଗ ଅଛି ତେଣୁ ଆଗ ଅପେକ୍ଷା ସମ୍ଭତଃ ଟିକେ ଅଧିକା ସମୟ ସେ ଓଡ଼ିଶାରେ ଦେଉଛନ୍ତି ।

ତେବେ କେବଳ ପ୍ରଧାନମନ୍ତ୍ରୀ ମୋଦୀ ଦେଉନାହାଁନ୍ତି ଅନ୍ୟ କେନ୍ଦ୍ରୀୟ ନେତାମାନେ ମଧ୍ୟ ଓଡ଼ିଶାରେ ବର୍ତମାନ ଅଧିକ ସମୟ ଦେଉଛନ୍ତି । ଏହାର ୨ଟି କଥା ହେଲା ଯେ, ସେମାନଙ୍କ ପାଖରେ କିଛି ନା କିଛି ସୂଚନା ଅଛି ଯେ ଓଡ଼ିଶାରେ ଗୋଟେ ସୁଯୋଗ ଅଛି ଯେଉଁଠି କି ବିଜେପିର ଲୋକସଭାରେ ସେ କରିପାରିବ । କାରଣ ଭାରତର ଅନ୍ୟ ପ୍ରାନ୍ତରେ କମି ଯାଉଛି ତେଣୁ ଓଡ଼ିଶାରେ ବଢ଼ିପାରିବ । ଆଉ ଦ୍ଵିତୀୟରେ ହେଉଛି ଓଡ଼ିଶାରେ ଯେହେତୁ ବିଧାନସଭା ନିର୍ବାଚନ ହେଉଛି ତାଙ୍କର ବିଶ୍ୱାସ ଏବଂ ଓଡ଼ିଶାର ବିଜେପି ନେତାମାନେ ସେ ସୂଚନା ମଧ୍ୟ ତାଙ୍କୁ ଦେଇଛନ୍ତି ଯେ ଓଡ଼ିଶାରେ ବିଜେପି ସରକାର କରିପାରେ ।

ତେଣୁ ସେହି ମାହୋଲ୍ ଟାକୁ ଜୋରଦାର କରିବା ପାଇଁ ପ୍ରଧାନମନ୍ତ୍ରୀ ବାରମ୍ୱାର ଓଡ଼ିଶା ଆସୁଛନ୍ତି ଏବଂ ଏହି କଥା ସବୁଠି କହୁଛନ୍ତି । ଗୋଟାଏ ସାଧା କାଗଜରେ ଓଡ଼ିଶାର ସବୁ ଜିଲ୍ଲା ମାନଙ୍କର ନାଁ ବିନା ଚିଠାରେ କହି ପାରିବେନି କି ସବୁ ଜିଲ୍ଲାର ମୁଖୀଆଙ୍କ ନାଁ କହି ପାରିବେନି । ତେଣୁ ବିଜେପି ସରକାର କହିଲେ ଓଡିଆ ଭାଷା ସଂସ୍କୃତି ଜାଣିଥିବା ଲୋକଙ୍କୁ ମୁଖ୍ୟମନ୍ତ୍ରୀ କରାଯିବ । ତେବେ ଓଡ଼ିଆ ଭୋଟର ମାନଙ୍କ ଦୁର୍ବଳତା କୁହାଯାଇଛି । କାରଣ ତାହେଲେ ଓଡ଼ିଆ ଭୋଟରମାନେ ୫ଥର ଏସବୁ କଥା ବିନା ବିଚାରରେ ଭୋଟ ଦେଇଛନ୍ତି ।

Leave a Comment

Your email address will not be published. Required fields are marked *

Scroll to Top