ବ୍ଲୁ ବୁକ କ’ଣ ଯାହା ଠିକ ନଥିଲେ ମୋଦୀ ଆସିବେ ନାହିଁ, ବ୍ଲୁ ବୁକକୁ ଦେଖି ଭୁବନେଶ୍ୱର ଆସୁଛନ୍ତି ମୋଦୀ।

ବ୍ଲୁ ବୁକ କ’ଣ ଯାହା ଠିକ ନଥିଲେ ମୋଦୀ ଆସିବେ ନାହିଁ। ବ୍ଲୁ ବୁକକୁ ଦେଖି ଭୁବନେଶ୍ୱର ଆସୁଛନ୍ତି ମୋଦୀ। ବ୍ଲୁବୁକରେ ରହିଛି ମୋଦୀଙ୍କୁ ନେଇ ଏମିତି କଥା।ଭୁବନେଶ୍ୱର ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ ଛକରୁ ବାଣୀବିହାର ପର୍ଯ୍ୟନ୍ତ କରିବେ ମେଗା ରୋଡ ସୋ। ଏଥିପାଇଁ ପୁରା ଅଞ୍ଚଳକୁ ବ୍ଲୁ ବୁକ ସୁରକ୍ଷା ନେଇ ବନ୍ଦୋବସ୍ତ କରାଯାଇଛି। ହେଲେ ଆମେ ସମସ୍ତେ ଜେଡ ପ୍ଲସ ସିକ୍ୟୁରିଟି ଏବଂ ଏସପିଜି କମାଣ୍ଡର କଥା ଶୁଣିଥିଲେ।

ତେବେ ଏହି ବ୍ଲୁ ବୁକ ବା ନୀଳ ପୁସ୍ତିକା ପୁଣି କଣ? ଏହି ବ୍ଲୁ ବୁକ ଯଦି ଠିକ ଭାବରେ କାର୍ଯ୍ୟକାରୀ ହୋଇ ନଥିବ ତେବେ ପ୍ରଧାନମନ୍ତ୍ରୀ ମୋଦୀ ସେଠାକୁ ଗସ୍ତ କରିବେ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ପୂର୍ବରୁ ପ୍ରଥମେ ବ୍ଲୁ ବୁକକୁ ଭଲ ଭାବରେ କାର୍ଯ୍ୟକାରୀ କରାଯାଏ। ଯାଞ୍ଚ ସରିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଆସିବାକୁ ନେଇ ନିର୍ଦେଶ ଦିଆଯାଏ। ତେବେ ଆମେ ଆଜି ଏଠାରେ ଜଣେଇ ଦେବୁ ପ୍ରଧାନମନ୍ତ୍ରୀଙ୍କର ଏହି ବ୍ଲୁ ବୁକ କଣ? ଏହା କେମିତି କାର୍ଯ୍ୟକାରୀ ହୋଇଥାଏ?

ଏସପିଜି କମାଣ୍ଡର ଜେଡ ପ୍ଲସ ସିକ୍ୟୁରିଟି ଏବଂ ଷ୍ଟେଟ ପୋଲିସ ସମସ୍ତେ ଏହି ବ୍ଲୁ ବୁକ ନିୟମ ମୁତାବିକ କାର୍ଯ୍ୟ କରିଥାନ୍ତି। ବ୍ଲୁ ବକକୁ ବେଖାତିର କରିବା ଏମାନଙ୍କ ହାତରେ ନାହିଁ। ବ୍ଲୁ ବୁକ ନିୟମକୁ ଏପଟ ସେପଟ କଲେ ବହୁତ ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି। ଯଦି ଦେଖିବା ଏହି ବ୍ଲୁ ବୁକ ହେଉଛି ଏକ ଗାଇଡଲାଇନର ଦସ୍ତାବିଜ। ଯେଉଁଥିରେ ଭିଭିଆଇପି ମାନଙ୍କର ସୁରକ୍ଷାକୁ ନେଇ ନିୟମ ଏବଂ କାର୍ଯ୍ୟପନ୍ଥା ଲେଖା ରହିଥାଏ। ଏବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁରକ୍ଷାର ଭାର ଏସପିଜି ପାଖରେ ରହିଛି। ହେଲେ ଏହି ଏସପିଜି ବ୍ଲୁ ବୁକ ଅନୁଯାୟୀ କାର୍ଯ୍ୟ କରିଥାଏ।

ଏହି ବ୍ଲୁ ବୁକରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ନେଇ ସବୁ କିଛି ଲେଖା ରହିଥାଏ। ଆଉ ସେହି ହିସାବରେ ହିଁ ପ୍ରୋଟୋକଲକୁ ଫଲୋ କରାଯାଏ। ଯେମିତି ଉଦାହରଣ ସ୍ୱରୁପ ପ୍ରଧାନମନ୍ତ୍ରୀ ଜନସଭାରେ ଯାଉଛନ୍ତି ତ ସେଠାକାର ସୁରକ୍ଷା ବ୍ୟବସ୍ଥା କେମିତି ରହିବ ? ପିଏମ ରାସ୍ତାରେ ଯଦି ଯିବେ ତାହେଲେ ରାସ୍ତାରେ ଟ୍ରାଫିକ ବ୍ୟବସ୍ଥା କଣ ହେବ? ଯଦି ଆକାଶରେ ବିମାନ ଯୋଗେ ଯାଉଛନ୍ତି ତ କେଉଁ ନିୟମକୁ ପାଳନ କରାଯିବ ? ଏହା ବ୍ୟତୀତ ଯଦି ମୋଦୀ କୌଣସି ବିଲଣ୍ଡିଂରେ ସଭା କରୁଛନ୍ତି ତାହେଲେ ସେଠାରେ ସୁରକ୍ଷା କେମିତି ରହିବ? ଏହି ସବୁ ନିୟମ ମାନ ବ୍ଲୁ ବୁକ ବା ନୀଳ ପୁସ୍ତିକାରେ ଲେଖା ରହିଥାଏ। ଯାହାକୁ ଏବେ ଭୁବନେଶ୍ୱରରେ ମଧ୍ୟ ପାଳନ କରାଯାଇଛି।

ବ୍ଲୁ ବୁକର ନିୟମକୁ କେବଳ ଏସପିଜି ନୁହେଁ ଷ୍ଟେଟ ପୋଲିସ ମଧ୍ୟ ମାନିବାକୁ ବାଧ୍ୟ। ବ୍ଲୁ ବୁକ ହିସାବରେ ସବୁ କାର୍ଯ୍ୟ କରିଥାଏ ଷ୍ଟେଟ ପୋଲିସ। ଗାଇଡଲାଇନ ହିସାବରେ ହିଁ କାର୍ଯ୍ୟକ୍ରମ ନିର୍ଦ୍ଧାରଣ କରାଯାଇଥାଏ। ଯଦି କିଛି ବି ଅସୁବିଧା ହୁଏ ତେବେ ଷ୍ଟେଟ ପୋଲିସକୁ ଉତ୍ତରଦାୟୀ ହେବାକୁ ପଡ଼ିଥାଏ।

ଯଦି ଦେଖିବା ଭୁବନେଶ୍ୱରରେ ଏବେ ବ୍ଲୁ ବୁକକୁ ନେଇ ହୋଇଛି ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା। ବ୍ଲୁ ବୁକରେ ଯାହା ଯାହା ସବୁ ଲେଖା ହୋଇଛି ସେହି ଅନୁସାରେ ହିଁ କାର୍ଯ୍ୟ କରାଯାଇଛି। ତେବେ ଶୁକ୍ରବାର ସନ୍ଧ୍ୟା ୭ ଟା ସମୟରେ ମାଷ୍ଟର କ୍ୟାଣ୍ଟିନ ଛକରୁ ବାଣୀବିହାର ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୋଡ଼ ସୋ କରିବାକୁ ଯାଉଛନ୍ତି। ଯେଉଁଠାରେ ଗଦା ହେବେ ହଜାର ହଜାର ଲୋକ। ମୋଦୀଙ୍କୁ ଦେଖିବା ପାଇଁ ଚାରି ଆଡୁ ଛୁଟି ଆସିବେ ଏବଂ ମାଷ୍ଟର କ୍ୟାଣ୍ଟିନ ଛକରୁ ବାଣୀବିହାର ପର୍ଯ୍ୟନ୍ତ ଲମ୍ବା ଲାଇନ ଲଗାଇବେ। ମୋଦୀ ସମସ୍ତଙ୍କୁ ୨୦୨୪ ନିର୍ବାଚନ ପାଇଁ ସମ୍ବଦ୍ଧିତ କରିବେ।

Leave a Comment

Your email address will not be published. Required fields are marked *

Scroll to Top