ପ୍ରଚାର କରିବାକୁ ଯାଇ ହଟହଟା ହେଲେ କଂଗ୍ରେସ ବିଧାୟକ ପ୍ରାର୍ଥୀ I ଗାଡ଼ିରୁ ଭିଡ଼ିନେଇ କଣ କରିଛ ବୋଲି ପଚାରିଲେ ଜନତା… ।

ପ୍ରଥମେ ନେତାଙ୍କୁ ପ୍ରଚାର ଗାଡିରୁ ସସମ୍ମାନ ରେ ଭିଡି ନେଲେ । ତାପରେ ପାଖ ମେଡ଼ିସିନ ଷ୍ଟୋରରେ ଚେୟାରରେ ବସେଇଲେ । ସେତେବେଳ ଯାଏ ନେତା ଭାବୁଥିଲେ ଏ ହେଉଛନ୍ତି ମୋ ସମର୍ଥକ ଆଉ ଲୋକେ ମୋ ଲୋକପ୍ରିୟତା ପାଇଁ ଏକାଠି ହେଇଛନ୍ତି । ହେଲେ ପ୍ରକୃତ କଥା କିଛି ଅଲଗା ଥିଲା । ବିଧାୟକ ପ୍ରାର୍ଥୀଙ୍କ ହାତକୁ ମିଃକ୍ରୋଫୋନ ଟେ ଧରେଇ ଦିଆଗଲା । ଆଉ ତାପରେ ଆରମ୍ଭ ହେଲା ପ୍ରଶ୍ନ ବାଣ । ଶୁଣୁ ଶୁଣୁ ଜଣାପଡିଲା ଏ ହେଉଛନ୍ତି କଂଗ୍ରେସ ବିଧାୟକ ପ୍ରାର୍ଥୀ ଦାଶରଥି ଗମାଙ୍ଗ ।

ବିଗତ ଥର ବି ଏଇ ମୋହନା ନିର୍ବାଚନ ମଂଡଳୀରୁ ଟିକେଟ ପାଇଁ ବିଧାୟକ ହୋଇଥିଲେ । ହେଲେ ବିଧାୟକ ହେବା ପରେ ବାବୁ ଭୁଲିଗଲେ ନିର୍ବାଚନମଣ୍ଡଳୀ କଥା । ଆଉ ସୋଇ ପଡିଲେ ନିଘୋଡ଼ ନିଦରେ । ପୁରା ପାଞ୍ଚ ବର୍ଷ ପରେ ବାବୁଙ୍କର ନିଦ ଭାଙ୍ଗିଲା, ଜନତାଙ୍କ ଏପରି ପ୍ରଶ୍ନରେ ବିଳି ବିଳାଇଲେ ଦାଶରଥି ଗମାଙ୍ଗ । ସେସବୁ ଠିକ ଯେ ହେଲେ ୨ ବର୍ଷ ସିନା କୋଭିଡ ନାଁ’ରେ ପରି ହେଇଗଲ ଆଉ ୩ ବର୍ଷରେ କଁ କଁ କରିଛ? ସେଇ ହିସାବ ଟା ଏଠି ଦେଇକି ଯାଅ । ବିଧାୟକ ବାବୁ କୁଆଡେ ୧୦୦ ଥର ତାଙ୍କ ନିର୍ବାଚନମଣ୍ଡଳୀକୁ ଆସିଛନ୍ତି ।

ତେବେ କଣ ସବୁ ଜନତାଙ୍କୁ ସୁବିଧା ସୁଯୋଗ ଦେଇଛନ୍ତି ତା ଲିଷ୍ଟ ଟା ଏଠି ଦେଇ ଦେଉ ନାହାନ୍ତି । ଲିଷ୍ଟ ଥିଲେ ସିନା ଦେବେ । ଜନତାଙ୍କ ପ୍ରଶ୍ନ ଶୁଣି ବିଧାୟକ ପ୍ରାର୍ଥୀ ପୁରା ଝାଳ ନାଳ ଆଣ୍ଠିଏ । ତେବେ କାଇଁ ଏମିତି ନେତାଙ୍କୁ ହଟହଟା ହେବାକୁ ପଡିଲା ଜାଣନ୍ତୁ । ଏମାନେ ହେଉଛନ୍ତି ପ୍ରକୃତ ସଚେତନ ନାଗରିକ , ଆଉ ଭବିଷ୍ୟତରେ ଏମାନେ କେବେ ଭୁଲ ପ୍ରାର୍ଥୀ ବାଛିବେନି ନିଜ ଅଚଳ ପାଇଁ । ତେବେ ଏ ଦୃଶ୍ୟ ହେଉଛି ଓଡିଶାର ବହୁ ଚର୍ଚିତ ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀର ।

ବିଧାୟକ ଦାସରଥି ଗମାଙ୍ଗ ଭୋଟ ପ୍ରଚାର ବେଳେ ଅଞ୍ଚଳବାସୀ ଘେରିବା ସହ ପାଞ୍ଚ ବର୍ଷର ଉନ୍ନତି ହିସାବକୁ ନେଇ ବିଭିନ୍ନ ପ୍ରଶ୍ନ କରି ଘାଇଲା କରିଛନ୍ତି । ବିଧାୟକ ଦାସରଥି ଗମାଙ୍ଗ ପୁର୍ବରୁ କଂଗ୍ରେସ ଦଳରୁ ଭୋଟ ପାଇ ବିଧାୟକ ହୋଇଥିଲେ । ଏବଂ ପୁଣି ଚଳିତ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ବେଳେ ମୋହନା ନିର୍ବାଚନ ମଣ୍ଡଳୀର ଅଡବା ଠାରେ ପ୍ରଚାର ଗାଡ଼ିରେ ବସି ଭୋଟ ପ୍ରଚାର କରୁଥିଲେ । ବିଧାୟକ ହେବା ଦିନ ଠାରୁ ଅଞ୍ଚଳରେ ପାଦ ପକାଇନଥିବା ବ୍ୟକ୍ତିଙ୍କୁ ପୁଣି କାହିଁକି ଭୋଟ ଦେବୁ ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ଜନସାଧାରଣ । ଆଉ ଜନତାଙ୍କୁ ସାମ୍ନା କରିନପାରି ଫେରି ଯାଇଛନ୍ତି କଂଗ୍ରେସ ବିଧ୍ୟାଙ୍କ ପ୍ରାର୍ଥୀ ଦାଶରଥି ଗମାଙ୍ଗ।

Leave a Reply

Your email address will not be published. Required fields are marked *