ଅପରାଜିତା ଷଡ଼ଙ୍ଗୀଙ୍କ ଗୋଟି ଗୋଟି କରି ସବୁ ରାଜ ଖୋଲିଲେ ଅଖିଳ ପଟ୍ଟନାୟକ ।

ଆଉ ଚାରି ଦିନ ପରେ ଭୋଟ୍ ଦେବ ଓଡ଼ିଶା । ଚଳିତ ନିର୍ବାଚନକୁ ନେଇ ରାଜ୍ୟର ରାଜନୀତି ସରଗରମ ରହିଥିବା ବେଳେ ଦଳ ଡିଆଁ ଜାରି ରହିଛି । ଆଉ ଏହି କ୍ରମରେ ବୁଧବାର ଶଙ୍ଖ ଭବନରେ ଭାଜପା ନେତା ତଥା ଅଭିନେତା ଅଖିଳ ପଟ୍ଟନାୟକ ଶଙ୍ଖ ଫୁଙ୍କିଛନ୍ତି । ଏଠାରେ କହି ରଖିବୁ ଯେ ସେ ଭୁବନେଶ୍ୱରର ଏମ୍‌ପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀଙ୍କ ଖାସ୍‌ ଅନୁଗତ ଥିଲେ । କିଛି ଦିନ ତଳେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ବିରୋଧ କରି ବିଜେପି ପରିତ୍ୟାଗ କରିଥିଲେ ।

ସୂଚନା ମୁତାବକ, ଦୀର୍ଘଦିନ ହେବ ଭୁବନେଶ୍ୱରରେ ରହି ବିଜେପି ପାଇଁ କାମ କରୁଥିଲେ ଅଖିଳ । ବିଶେଷ କରି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପାଖେପାଖେ ରହିବା ସହ ଦଳ ପାଇଁ ପ୍ରଚାର ପ୍ରସାର କରୁଥିଲେ । କିନ୍ତୁ ଦଳ ତାଙ୍କୁ ଉପଯୁକ୍ତ ଦାୟିତ୍ୱ ନଦେଇ କଣଠେସା କରୁଥିବାରୁ ଅପମାନିତ ଅନୁଭବ କରିଥିଲେ ଅଖିଳ । କଳାକାର ଥିବାବେଳେ ଗାଁ କଥା ମନେ ପଡିଲା । ତେଣୁ ଲୋକଙ୍କ ସେବା ପାଇଁ ବିଜେପିରେ ମିଶିଲେ । ହେଲେ ଦଳ ତାଙ୍କୁ କୋଣଠେସା କଲା । ବିଜୁ ବାବୁ ଚାହୁଁଥିଲେ ନିଜ ଗୋଡ଼ରେ ନିଜେ ଠିଆ ହୁଅ ।

ନବୀନ ପଟ୍ଟନାୟକ ସେହି ଆଦର୍ଶରେ କାମ କରି ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ଏହି ରଥକୁ ସେ ଟାଣିବାକୁ ଆସିଛନ୍ତି ବୋଲି କହିଛନ୍ତି ଅଖିଳ । ବିରୋଧୀ ଦଳରେ ଥିବାବେଳେ ଅନ୍ଧ ପିଟୁଳି ବାନ୍ଧି ଦେଇଥିଲେ । ବିରୋଧ ଆଳରେ ବିରୋଧ କରିବାକୁ କୁହାଯାଉଥିଲା । ଏଥିରେ ହତୋତ୍ସାହିତ ହୋଇ ବିଜେଡିକୁ ବାଛିଲେ ଏବେ ଦଳରେ ଯୋଗଦାନ ପରେ ବିଜେଡି ପାଇଁ କାମ କରିବା ସହ ଦଳ ଛାଡିବିନି ବୋଲି କହିଛନ୍ତି ଅଖିଳ ।

ଅନ୍ଯପଟେ ବିଜେପିରେ ବିଜେପି ଗୋଟେ, ଅପରାଜିତା ଗୋଟେ, ଧର୍ମେନ୍ଦ୍ର ଗୋଟେ, ଆରଏସଏସ ଗୋଟେ । ସେଠି କାହାକୁ ଗୁହାରି କରିବ । ଅପରାଜିତାଙ୍କୁ ଉଦଣ୍ଡି ସୀତା କହିବା ସହିତ ତାଙ୍କ ମାୟା ଜାଲରେ ପଡ଼ି ଯାଇଥିଲେ ବୋଲି କହିଥିଲେ ଅଖିଳ । ଯେମିତି ନୂଆ ବୋହୂର ଅସଲ ରୂପ କିଛିଦିନ ପରେ ଜଣା ପଡ଼େ ସେହିପରି ଅପରାଜିତା ମହାନ୍ତିଙ୍କ ଅସଲ ରୂପ ୫ ବର୍ଷ ପରେ ସେ ଜାଣି ପାରିଲେ । ଅପରାଜିତା ଚାହୁଁଛନ୍ତି ବିଜେପି ନଷ୍ଟ ହୋଇଯାଉ, ବିଜେଡି ନଷ୍ଟ ହୋଇଯାଉ, କଂଗ୍ରେସ ନରହୁ । କେବଳ ସେ ରହିକି ମୁଖ୍ଯମନ୍ତ୍ରୀ ହେବେ ବୋଲି ଗୋଟି ଚଳାଉଛନ୍ତି । ପାଇକ ମାଟିରେ ଏହା ସମ୍ଭବ ହେବନି ବୋଲି ଚେତେଇ ଦେଇଛନ୍ତି ଅଖିଳ ।

Leave a Reply

Your email address will not be published. Required fields are marked *