ସିନ୍ଦୁର ପିନ୍ଧାଇ ବାହା ହେଲା । ହାତରୁ ମେହେନ୍ଦି ଛାଡ଼ିବା ପୂର୍ବରୁ ସ୍ତ୍ରୀ ସହ ଏମିତି କଲା ସ୍ୱାମୀ… ଏବେ ସ୍ତ୍ରୀ… ।

ମଥାରେ ସିନ୍ଦୁର ପିନ୍ଧାଇ ବାହା ହେଲା । ସାତ ଜନ୍ମର ସାଥି ହେବା ପାଇଁ ପ୍ରତିଶ୍ରୁତି ଦେଲା । ହେଲେ ଅଚାନକ ଗାଁର ଠାକୁରାଣୀ ମନ୍ଦିରକୁ ନେଇ ସ୍ତ୍ରୀ ସହ ଏମିତି କରିଦେଲା । ଠାକୁରାଣୀଙ୍କ ମନ୍ଦିରରେ ବୋହିଗଲା ଖାଲି କଳ କଳ ରକ୍ତ । ଯାହାକୁ ଦେଖି ଝିଅ ଘର ଲୋକ ଏବେ ମୁଣ୍ଡ ପିଟି କାନ୍ଦୁଛନ୍ତି । ଛାତିକୁ ବାଡ଼େଇ କହୁଛନ୍ତି ଏମିତି କଣ ପାଇଁ ହେଲା । ପିଶାଚ ସ୍ଵାମୀ ତାଙ୍କ ଝିଅକୁ ଅଧମରା କରିଦେଲା । ହଁ ଆଜ୍ଞା ଝିଅଘର ଲୋକେ ଭଲ ବରପାତ୍ର ଟିଏ ଖୋଜି ଝିଅର ହାତ ଦେଇଥିଲେ ।

ଭାବିଥିଲେ ତାଙ୍କ ଝିଅ ଜ୍ବାଇଁ ପୁଅ ପାଖରେ ଭଲରେ ଆଉ ଖୁସିରେ ରହିବ । ହେଲେ କ୍ଷଣକରେ ସବୁକିଛି ଏପଟ ସେପଟ ହେଇଗଲା । ବାହାଘରର କିଛିଦିନ ପରେ ହାତରୁ ମେହେନ୍ଦି ନଛାଡ଼ିବା ପୂର୍ବରୁ ଠାକୁରାଣୀ ଘରକୁ ନେଇ ସ୍ତ୍ରୀ ସହ ଏମିତି କଲା ସ୍ୱାମୀ । ତେବେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ନିମାପଡ଼ା ଗୋପ ବ୍ଲକ ପିଣ୍ଡଳ ଗାଁରେ । ଅଭିଯୁକ୍ତ ସ୍ୱାମୀର ନାଁ ହେଉଛି ମୃତ୍ୟୁଞ୍ଜୟ ମହାପାତ୍ର । ବାହାଘରର ଶାଢ଼ୀ ଆଜି ରକ୍ତରେ ଭିଜି ଯାଇଛି । ମଥାର ସିନ୍ଦୂର ରକ୍ତରେ ଧୋଇ ଯାଇଛି ।

ତେବେ ଅଭିଯୋଗ ମୁତାବିକ୍ ମୃତ୍ୟୁଞ୍ଜୟଙ୍କ ସହ ନିମାପଡ଼ା ବ୍ଲକ୍ ବେଲପଡ଼ା ଗାଆଁର ବାପା ଛେଉଣ୍ଡ ପୁଷ୍ପଲତାକୁ ଏକ ବର୍ଷ ତଳେ ବିବାହ କରିଥିଲେ । ହେଲେ ବାହାଘରର କିଛିଦିନ ପରେ ସବୁକିଛି ବଦଳି ଯାଇଥିଲା । ୬ ମାସ ପରେ ଆରମ୍ଭ ହେଇଥିଲା ନିର୍ଯ୍ୟାତନା । ବାପଘରୁ ଯୌତୁକ ଆଣିବା ପାଇଁ ସ୍ଵାମୀ ବାଧ୍ୟ କରୁଥିଲା । ବାରମ୍ବାର ମାଡ଼ ଗାଳି ଦେବା ସହ ନିର୍ଯ୍ୟାତନା ଦେଉଥିଲା ସ୍ଵାମୀ । ତଥାପି ସବୁ ବଦଳିଯିବ ବୋଲି ଭାବି ସ୍ଵାମୀ ପାଖରେ ଥିଲେ ପୁଷ୍ପଲତା ।

ହେଲେ କିଛି ବଦଳିଲା ନାହିଁ ଆଉ ହତ୍ୟା ଷଡ଼ଯନ୍ତ୍ର କରିଥିଲା ସ୍ଵାମୀ । ଠାକୁରାଣୀ ମନ୍ଦିରକୁ ଡ଼ାକି ମାରଣାସ୍ତ୍ରରେ ସ୍ତ୍ରୀ ପୁଷ୍ପଲତାକୁ ମାରିବାକୁ ଉଦ୍ୟମ କରିଥିଲା ମୃତ୍ୟୁଞ୍ଜୟ । ଏହାପରେ ଚାରିଛକ ଥାନାକୁ ଖବର ଦେଇଥିଲେ ପରିବାର ଲୋକେ । ଖବର ପାଇ ଘଟଣା ସ୍ଥଳରେ ସଙ୍ଗେ ସଙ୍ଗେ ପହଞ୍ଚିଥିଲା ପୋଲିସ । ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ଅଣା ଯାଇଥିଲା । ସେଠାରେ ଡାକ୍ତରମାନେ ମନା କରିବାରୁ ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଜାରି ରହିଛି । ସେପଟେ ଫେରାର ହୋଇଯାଇଛି ଅଭିଯୁକ୍ତ ସ୍ୱାମୀ । ଏଣେ ମିଡ଼ିକାଲରେ ଚିକିତ୍ସିତ ହେଉଛି ସ୍ତ୍ରୀ।

Leave a Reply

Your email address will not be published. Required fields are marked *