ଦିନରେ ଓଡ଼ିଆ ଫିଲ୍ମ ପ୍ରଡ୍ୟୁସର, ରାତିରେ ଚୋର I ସ୍ତ୍ରୀ କଲା କେସ୍ ଗିରଫ ହେଲେ ଠକ ପ୍ରଡ୍ୟୁସର I

ପୁଣି ଗିରଫ ହେଲେ ଓଡିଆ ଫିଲ୍ମ ପ୍ରଯୋଜକ ସୁତାଂଶୁ ମହାନ୍ତି ଓରଫ୍ ଦୀପ୍ତି ରଞ୍ଜନ । ହଁ ଆଜ୍ଞା ପ୍ରଡ୍ୟୁସର୍ ସୁତାଂଶୁ ମହାନ୍ତିଙ୍କ ନାଆଁରେ ଆଗରୁ ୮ରୁ ଅଧିକ ଅପରାଧିକ ମାମଲା ରହିଥିବା ବେଳେ ଏବେ ପୁଣିଥରେ ମିଛ ପରିଚୟ ଦେଇ ଦୀପ୍ତି ବାହା କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ତାଙ୍କ ସ୍ତ୍ରୀ । ଆଉ ଏପଟେ ଏହି ପ୍ରଡ୍ୟୁସର୍ ସୁତାଂଶୁ ମହାନ୍ତିଙ୍କୁ ବାନ୍ଧି ନେଇଛି ପୋଲିସ୍ । ଭୁବନେଶ୍ବର ଧଉଳି ଥାନାରେ ଅଭିଯୋଗ ହୋଇଛି ଯେ, ବିବାହ ସମୟରେ ଅଭିଯୁକ୍ତ ଜଣକ ଅଭିଯୋଗକାରିଣୀ ଓ ତାଙ୍କ ପରିବାର ସଦସ୍ୟଙ୍କୁ ମିଛ କହିଥିଲେ । କହିଥିଲେ ଯେ ନିଜକୁ ଗୋଟେ ବଡ଼ ଚଳଚ୍ଚିତ୍ର ପ୍ରଯୋଜକ । ଆଉ ତାଙ୍କର ଭୁବନେଶ୍ବର ସହରରେ ଟେଣ୍ଟ ହାଉସ୍ ବ୍ୟବସାୟ ଥିବାର ଜଣାଇଥିଲେ ।

ହେଲେ ଦିନ ବଢିବା ସହିତ ସ୍ଵାମୀ ସୁତାଂଶୁର ଅସଲ ପରିଚୟ ଧୀରେ ଧୀରେ ସାମ୍ନାକୁ ଆସିଥିଲା । ଏମିତିକା ୮ଟି ମାମଲା ମଧ୍ୟ ଥାନାରେ ରୁଜୁ ହୋଇଛି ସୁତାଂଶୁ ମହାନ୍ତିଙ୍କ ନାଁରେ । ଆଗରୁ ମଧ୍ୟ ଆପଣ ଶୁଣିଥିବେ ଆଉ ଦେଖିଥିବେ । ଏହି ପ୍ରଡ୍ୟୁସର୍ ଭାଇରାଲ୍ ହେଇଥିଲେ ଯେତେବେଳେ ପିଣ୍ଟୁ ନନ୍ଦ ଲିଭର୍ ରୋଗରେ ହସ୍ପିଟାଲ୍ ରେ ପଡ଼ିଥିଲେ । ଆଉ ଚିକିତ୍ସା ସମୟରେ ସାହାର୍ଯ୍ୟ କରିବା କଥା କହି ଚେକ୍ ବାଉନ୍ସ୍ କରାଇଥିଲେ ।

ଆଉ ଦେଇ ନଥିଲେ ସାହାର୍ଯ୍ୟର ଅର୍ଥ । ତାପରେ ପରେ ପୁଣି ଦେଖିବାକୁ ମିଳିଥିଲା ମିକ୍ସଚର୍ ମେସିନ୍ ଚୋରି କରିଥିଲେ । ଯାହାପରେ ପୁଣି ଥାନାରେ ଅଭିଯୋଗ ହୋଇଥିଲା ଆଉ ଗିରଫ ହୋଇଥିଲେ । ଆଉ ଏଭଳି ଭାବରେ ଅନେକ ମାମଲା ତାଙ୍କ ନାଁରେ ରହିଛି । ଏବେ ପୁଣି ସ୍ତ୍ରୀ ଆଣିଛି ଏଭଳି ଅଭିଯୋଗ । ବିବାହ ପରେ ଅଭିଯୁକ୍ତ ତାଙ୍କୁ ଆଣି ଭୁବନେଶ୍ଵରର ବିଭିନ୍ନ ସ୍ଥାନରେ ଭଡ଼ା ଘରେ ରଖିଲେ । କିଛିଦିନ ଯିବା ପରେ ତାଙ୍କ ସ୍ଵାମୀ ବିଭିନ୍ନ ଚୋରି ଠକେଇ ଆଦି ମାମଲାରେ ସଂପୃକ୍ତ ଥିବା ଏବଂ ତାଙ୍କ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା କଥା ସ୍ତ୍ରୀ ଜାଣିବାକୁ ପାଇଥିଲା ।

ତେବେ ଅର୍ଥ ଅଭାବ ହେତୁ ଅଭିଯୁକ୍ତ ସୁତାଂଶୁ ମହାନ୍ତି ଯୌତୁକ ଆକାରରେ ମିଳିଥିବା ସମସ୍ତ ଜିନିଷ ପତ୍ର ବିକ୍ରି କରି ଦେଇଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଦେଖା ଯିବା ପରେ ଅଭିଯୁକ୍ତ ଜଣକ ନିଜ ସ୍ତ୍ରୀକୁ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେବା ଆରମ୍ଭ କରିଦେଇଥିଲେ । ଫଳରେ ଅଭିଯୋଗକାରିଣୀ ନିଜ ୯ ମାସର କନ୍ୟା ସନ୍ତାନକୁ ନେଇ ଶିଶୁପାଳ ଗଡ଼ରେ ରହୁଥିବା ମାଙ୍କ ପାଖକୁ ଚାଲି ଯାଇଥିଲେ । ହେଲେ ୩ଦିନ ତଳେ ଅଭିଯୁକ୍ତ ସୁତାଂଶୁ ଶିଶୁପାଳ ଗଡ଼ରେ ପହଞ୍ଚି ସ୍ତ୍ରୀ ଆଉ ତାଙ୍କ ମାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ୯ ମାସର ଶିଶୁ କନ୍ୟାକୁ ଛଡ଼ାଇ ଆଣିଥିଲେ । ପରେ ଏନେଇ ତାଙ୍କ ସ୍ତ୍ରୀ ଧଉଳି ଥାନାରେ ଅଭିଯୋଗ କରିବା ପରେ ପୋଲିସ୍ ସୁତାଂଶୁଙ୍କୁ ଗିରଫ କରିଛି ।

Leave a Reply

Your email address will not be published. Required fields are marked *