ରୂପା ପିଣ୍ଟୁ ଙ୍କ ଭିଡ଼ିଓ ଦେଖୁଥିଲା ମାଆ ମୋବାଇଲ୍ ଛଡେଇ ନେଇ ଫୋପାଡ଼ି ଦେଲି

ଆଜି କାଲିକା ୟୁଟୁବର୍ ଯିଏକି କ୍ରିଏଟ୍ କରୁଛନ୍ତି ଏହି ସବୁ ଜିନିଷ ଭିୟୁଜ୍ କମେଇବା ପାଇଁ। ଦେଖିଥିବେ ଆପଣ ଏବେ କିଛି କିଛି ୟୁଟୁବର୍ ବାହାରିଛନ୍ତି ଯେ ମୋ ସ୍ତ୍ରୀକୁ ଭୁତ ଲାଗିଲାଣି।ଘରେ ଭୁତ ଆସିଲାଣି। ଏଇଟା ମିଛ କି ସତ ମୁଁ ଜାଣେନି। କିନ୍ତୁ ଏଇଟା ଲୋକମାନଙ୍କୁ ଦେଖାଉଛନ୍ତି ଆଉ ପଇସା କମାଉଛନ୍ତି। ଏମିତି ବି ହେଇ ପାରେ କି ବାପା ଚାଲିଗଲେ ମୁଁ ଲଣ୍ଡା ହେଇଗଲି।

ଏମିତି ଟାଗ୍ ଲାଇନ୍ ପକେଇକି ଭିୟୁଜ୍ କମାଉଛନ୍ତି ୟୁଟୁବର୍ସ୍। ତ ଆପଣଙ୍କୁ କାହିଁକି ଲାଗିଲାନି କି ଏବେକାର ୟୁଟୁବର୍ ମାନଙ୍କର ଏହି ସବୁ ଜିନିଷ ଚେଞ୍ଜ ହେଇଗଲାଣି କି ।ମାନବିକତା ମରି ଗଲାଣି ୟୁଟୁବର୍ ମାନଙ୍କ ଭିତରେ । ସତ କଥା କହିବାକୁ ଗଲେ ଭିଡ଼ିଓ ବନ୍ଦ୍ କରି ସାରିଲା ପରେ ଯେତେବେଳେ ନୂଆ ନୂଆ ପିଲା ଆସିକି ଉଠିକି ଯେତେବେଳେ ଗାଡ଼ିଘର କଲେ ସେତେବେଳେ ମୋତେ ଫିଲ୍ ହେଲା କି ନାଇଁ କେତେବଡ଼ ଭୁଲଟା କରିଦେଲି ଭିଡ଼ିଓଟା ବନ୍ଦ କରି। କିନ୍ତୁ ସେଇ ସମୟରେ ଏହି ସବୁ ଜିନିଷର ମୂଲ୍ୟ ନଥିଲା। ଆଉ ୟୁଟୁବ୍ ଏତେ ପଇସା କରିଦେବ, ଏତେ ବଡ଼ ଲୋକ କରିଦେବ ସେଇ ସ୍ବପ୍ନ କେହି ବି ଦେଖୁ ନଥିଲେ।

ଏମିତିକି ଆମେ ସୋସିଆଲ ମିଡ଼ିଆ ଆଉ ଏବେ ଇନଷ୍ଟାଗ୍ରାମରୁ ବି ଲୋକେ ପଇସା କମେଇଲେଣି। ୟୁଟୁବର୍ ମାନେ ଏହି ସବୁ କନ୍ତେଣ୍ଟ ଆଣି ୟୁଟୁବରେ ପକାଉଛନ୍ତି ସେଇଟା କେତେ ଦୂର ଠିକ୍ ହେଉଛି ପଇସା କମେଇବା ପାଇଁ ଘର ଲୋକଙ୍କୁ ବଳି ପକାଉଛନ୍ତି। ମୁଁ ତ ଏହି ସବୁ ଜିନିଷ ସପୋର୍ଟ କରେନି। କିନ୍ତୁ ପବ୍ଲିକ୍ ଏଣ୍ଟରଟେଣ୍ଟ ହେଉଛନ୍ତି। ଏମିତିକି ଲକ୍ ଡାଉନ୍ ସମୟରେ ମୋ ମାଆ ରୂପା,ପିଣ୍ଟୁଙ୍କ ଭିଡ଼ିଓ ଦେଖୁଥିଲେ। ତ ମୁଁ ମୋବାଇଲଟିକୁ ଫୋପାଡ଼ି ଦେଲି।

ତା ମାନେ ଏଇଟା ନୁହେଁ କି ମୋତେ ରୂପା,ପିଣ୍ଟୁ ପସନ୍ଦ ନୁହଁ। ମୋତେ ଏଇଟା ପସନ୍ଦ ନୁହଁ କି ଲୋକମାନେ ଶିଖୁଛନ୍ତି କଣ ‘ହାୟ ଗାୟିଜ୍ ଦେଖନ୍ତୁ ମୋ ସ୍ତ୍ରୀ ଏଠି ମାଛ କାଟୁଛି’।ତ ମୁଁ ସେହି ଜିନିଷରୁ ଟିକେ ଦୂରରେ ରୁହେ। କି ଲୋକମାନେ ଏମାନଙ୍କୁ କାହିଁକି ଦେଖୁଛନ୍ତି ଯଦି ୟୁଟୁବରମାନେ ଏମିତି କଣ୍ଟେଣ୍ଟ ଆଜିକାଲି ପକାଉଛନ୍ତି ଆପଣ ଦେଖିଥିବେ ରୋଷ୍ଟିଂ ଭିଡ଼ିଓକୁ ଛାଡ଼ି ଦିଅନ୍ତୁ କାହିଁକି ନା ସେମାନେ ଆଜିକାଲି ଟପିକକୁ ନେଇ କରୁଛନ୍ତି। କିନ୍ତୁ କିଛିଟା ଫେମସ୍ ୟୁଟୁବର୍ ସେମାନଙ୍କ କଣ୍ଟେଣ୍ଟ ଆପଣ ଯଦି ଦେଖିବେ ସିଏ କରିଥିବେ କି ଆମ ଘର ତିଆରି ହେଲା। ଏହିସବୁରେ ଲୋକ ଭିଡ଼ିଓ ଦେଖୁଛନ୍ତି । କିନ୍ତୁ ଆପଣ ଯଦି ଗୋଟେ ଭଲ ଷ୍ଟୋରୀ ନେଇକି ଯିବେ ଲୋକ ଦେଖିବେନି।

ପୁଅ ପିଲାମାନେ ସବୁବେଳେ ଏଇଟା ଭାବନ୍ତି କି ସ୍ତ୍ରୀ ଠାରୁ ପଇସା କେମିତି ଆଣିବୁ ଆମେ। ସ୍ତ୍ରୀତ ଘରେ ବସିକି ରୋଷେଇ କରିବା କଥା। ଆମେ ଯାଇକି ଖଟିବା କଥା। କିନ୍ତୁ ଆପଣ ତ ଅଲଗା କଥା କହିଲେ କି ଆପଣଙ୍କୁ ଖରାପ ଲାଗିବାରେ କଣ ଅଛି। ଯେଉଁଟା କହିଲି ସତ କଥା କହିଲି। ଖାଲି ପୁଅମାନେ ଖଟିବେ ଏହାର କିଛି ମାନେ ନାହିଁ। ଯଦି ଝିଅ ଠିକ୍ ଥିବ ନା ତାହେଲେ ସେ ଜୀବନ ସାରା ଖଟି ଆଣି ସ୍ଵାମୀକୁ ମେଣ୍ଟେନ କରି ରଖିବ। ଆଉ ଲାଇଫରେ ସବୁ ଖୁସି ଦେବ।

Leave a Reply

Your email address will not be published. Required fields are marked *