ଆସନ୍ତା ୧୫ ଦିନ ଭିତରେ ଗ୍ରୀଷ୍ମକାଳୀନ ଝଡ଼ ନେଇ କହିଲେ ସରକାର।

ତାପମାତ୍ରା ବଢିବା ସହିତ ଓଡିଶାକୁ ଘନେଇଲା ବିପଦ। ଆସୁଛି ଗ୍ରୀଷ୍ମକାଳୀନ ଝଡ଼। ସବୁକିଛି କରିଦେବ ଛାରଖାର।ଆଜ୍ଞା ହଁ ବନ୍ଧୁଗଣ ଏବେ ପୁଣିଥରେ ୨୪ ଘଣ୍ଟା ପରେ ଫେରିଛି ତାତି। ଆଉ ବଢିଛି ତାପମାତ୍ରା। ନିଆଁ ବର୍ଷାରେ ଜଳୁଛି ସାରା ଓଡିଶା। ଏତେ ମାତ୍ରାରେ ଗ୍ରୀଷ୍ମ ପ୍ରଭାବ ହେଉଛି ଯେ ଘରୁ ବାହାରିବା ଏବେ ହୋଇପଡିଛି ଏକ ପ୍ରକାରର ବିପଦ।

୨୪ ଘଣ୍ଟାର ବ୍ରେକ ପରେ ପୁଣି ୪୦ ଡିଗ୍ରୀ ଟପିଛି ରାଜ୍ୟଧାନୀ ଭୁବନେଶ୍ୱରର ତାପମାତ୍ରା। ଦିନ ୨.୩୦ସୁଧା ଭୁବନେଶ୍ୱରର ତାପମାତ୍ରା ୪୧.୬ ଡିଗ୍ରୀ ରହିଛି। ୪୨.୫ଡିଗ୍ରୀ ସହିତ ସମ୍ବଲପୁର ସବୁଠାରୁ ଉତ୍ୟକ୍ତ ଜିଲ୍ଲା ହୋଇଯାଇଛି। ଝାରସୁଗୁଡା ୪୨.୧ ଡିଗ୍ରୀ ସହିତ ହୀରାକୁଦ ୪୧.୮ ରାଉରକେଲା ୪୧.୬ ଡିଗ୍ରୀ ରହିଥିବା ଜଣା ପଡ଼ିଛି। ଆଉ ଏବେ ଏମିତି ପରିସ୍ଥିତି ଦେଖିବା ପରେ ଆଗକୁ ଆହୁରି ତାପମାତ୍ରା ବଢ଼ିବା ସହିତ ଗ୍ରୀଷ୍ମକାଳୀନ ଝଡ଼ ଆସିପାରେ ବୋଲି ଅନୁମାନ କରାଯାଉଛି।

ଯଦିଓ ଏହାକୁ ନେଇ କୌଣସି ସ୍ପଷ୍ଟ ସୂଚନା ପ୍ରଦାନ କରାଯାଇନାହିଁ କିନ୍ତୁ ଗତ ମଙ୍ଗଳବାର ବସିଥିବା ଏକ ବୈଠକରେ କୌଣସି ପ୍ରକାରର ଆପତିକାଳୀନ ସ୍ଥିତିକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ନହେବାକୁ ନିର୍ଦେଶ କରାଯାଇଛି।ତେବେ ଆସନ୍ତା ୧୫ ଦିନ ମଧ୍ୟରେ ଗ୍ରୀଷ୍ମକାଳୀନ ଝଡ଼ ନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ। କିନ୍ତୁ ଯେକୌଣସି ବିପଦକୁ ସାମ୍ନା କରିବାକୁ ନିର୍ଦେଶ କରାଯାଇଛି।

Leave a Comment

Your email address will not be published. Required fields are marked *

Scroll to Top