ବିଜେପି ଛାଡିବା ପରେ କହିଲେ କାଳୁ “ମୁଁ ଯଦି ପାଇକ ପୁଅ ହୋଇଥିବି ଅପରାଜିତାଙ୍କୁ ଖୋର୍ଦ୍ଧାରୁ ବିଦା କରିବି” ।
ବନ୍ଧୁଗଣ ଖବର ମୁତାବକ ଖୋର୍ଦ୍ଧାର ବରିଷ୍ଠ ବିଜେପି ନେତା କାଳୁ ଖଣ୍ଡାୟତ ବିଜେପିରୁ ବିଧିବଦ୍ଧ ଇସ୍ତଫା ଦେଇଛନ୍ତି । ଶହ ଶହ ସମର୍ଥକଙ୍କ ସହ ସେ ବିଜେପିରୁ ଇସ୍ତଫା ଦେଇଛନ୍ତି । ଇସ୍ତଫା ପରେ ସାମ୍ବାଦିକ ସମ୍ମିଳନୀ କରି ସ୍ୱାଧୀନ ଭାବେ ଖୋର୍ଦ୍ଧା ବିଧାନସଭା ଆସନରୁ ଲଢିବେ ବୋଲି ଘୋଷଣା କରିଛନ୍ତି । ଆଜ୍ଞା ହଁ ବନ୍ଧୁଗଣ ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ଟିକେଟ ଘୋଷଣା ପରେ ଅସନ୍ତୁଷ୍ଟ ଥିଲେ କାଳୁଚରଣ । କିଛି ଦିନ ପୂର୍ବରୁ ତାଙ୍କୁ ଟିକେଟ ମିଳିବା ନେଇ ସେ ସୁନିଶ୍ଚିତ ଥିବା ଗଣମାଧ୍ୟମରେ ପ୍ରକାଶ କରିଥିଲେ । କିନ୍ତୁ ଖୋର୍ଦ୍ଧାରୁ ପ୍ରାର୍ଥୀ ଘୋଷଣା ପରେ କାଳୁଙ୍କ ଅଙ୍କ ଭୁଲ ପ୍ରମାଣିତ ହୋଇଥିଲା ।
ଏହାପରେ କ୍ରମାଗତ ଗଣମାଧ୍ୟମରେ ଆସି ସାଂସଦ ଅପରାଜିତା ଷଡଙ୍ଗୀ ତାଙ୍କୁ ଠକିଥିବା ଅଭିଯୋଗ କରିଥିଲେ । ତେବେ କାଳୁ ଖଣ୍ଡାୟତ ଟିକେଟ ଆଶାୟୀ ଥିବା ବେଳେ ଦଳ ତାଙ୍କ ସ୍ଥାନରେ ବିଜେଡିରୁ ଆସି ବିଜେପିରେ ମିଶିଥିବା ପ୍ରଶାନ୍ତ ଜଗଦେବଙ୍କୁ ଟିକେଟ ଦେବା ପରେ ଦଳୀୟ କନ୍ଦଳ ଜୋର ଧରିଥିଲା । ଏବେ କାଳୁ ଖଣ୍ଡାୟତ ଇସ୍ତଫା ଦେବା ପରେ ଖୋର୍ଦ୍ଧାରେ ବିଜେପିର ଶକ୍ତି ହ୍ରାସ ପାଇଛି ।
ଏହାସହ କିଛିଦିନ ତଳେ ସେ ଭୁବନେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିବା ଅପରାଜିତା ଷଡଙ୍ଗୀଙ୍କ ବିରୋଧରେ ମଧ୍ୟ ସଂଗୀନ ଅଭିଯୋଗ ଆଣିଥିଲେ । ଆଉ ଆଜି ମଧ୍ୟ ବିଜେପିରୁ ଇସ୍ତଫା ଦେବା ପରେ କାଳୁ ଖଣ୍ଡାୟତ ଅପରାଜିତାଙ୍କୁ ବିରୁଦ୍ଧରେ ବର୍ଷି ଗଣମାଧ୍ୟମ ସାମ୍ନାରେ ତାଙ୍କୁ କହିଛନ୍ତି ଯେ ଆଗରୁ ଇଏ ବିଜେଡ଼ି ଦଳରେ ଥିଲେ ଆଉ ତାଙ୍କର କିଛି ନଥିଲା କିନ୍ତୁ ରାଜନୀତିରେ ଏମାନେ ପଇସା କମେଇଛନ୍ତି ଏବଂ ଏମାନଙ୍କର ଘର ଦ୍ବାର ସବୁ ସେଇଥିରେ କରିଛନ୍ତି ଆଉ ସେ ଗୋଟାଏ ପିଲା ଚାଷୀ ଘରର ।
ତାଙ୍କର ଅଧିକ ସଂପତ୍ତି ନାହିଁ । ସେ ୧୦/୧୫ ମାଣ ଜମିର ମାଲିକ ଏବଂ ଖଣ୍ଡିଆ ଗାଡ଼ି ୨ ଖଣ୍ଡ କରି ବେପାର କରୁଥିଲେ । ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ସେ ଦଳରେ ଆସି ମିଶିଥିଲେ । କିନ୍ତୁ ଏବେ ବିହାରରୁ ଆସିଥିବା ଅପରାଜିତା ଷଡ଼ଙ୍ଗୀ ସେ ଟିକେଟ ବାଣ୍ଟୁଛନ୍ତି । ତେଣୁ ସେ ବିଜେପି ଛାଡ଼ି ସ୍ଵାଧୀନ ପ୍ରାର୍ଥୀ ଭାବରେ ଲଢ଼ିବେ । ଆହୁରି ମଧ୍ୟ କାଳୁ କହିଥିଲେ ସେ ଯଦି ପାଇକ ପୁଅ ହୋଇଥିବେ ତେବେ ଅପରାଜିତାଙ୍କୁ ଖୋର୍ଦ୍ଧାରୁ ବିଦା କରିବେ ।