ଗ୍ରାଜୁଏସନରେ ଫେଲ୍ ହୋଇ ପାଇଗଲେ ଆଇ.ଏ.ଏସ୍. ।

ପିଲା ଦିନେ ପାଠପଢ଼ାରେ ଜିରୋ ଏବେ ବନିଗଲେ ଆଇ.ଏ.ଏସ୍.। ଭଲ ପାଠ ନ ପଢ଼ି ବି ହୋଇଗଲେ ଏତେ ବଡ଼ ଅଫିସର। କୁହାଯାଏ ଆଇ.ଏ.ଏସ୍. କିମ୍ୱା ଆଇ.ପି.ଏସ୍. ଏତେ ସହଜ ନୁହେଁ। ଏହି ଚାକିରୀ ପାଇବାକୁ ହେଲେ ଅନେକ କିଛି କଠିନ ପରିଶ୍ରମ କରିବାକୁ ପଡ଼ିଥାଏ। ଅନେକ କିଛି ତ୍ୟାଗ କରିବାକୁ ପଡ଼େ,ଭଲ ପାଠ ପଢିବାକୁ ପଡ଼େ। କାହିଁକି ନା ଆମ ସମାଜରେ ଏକ ଧାରଣା ରହିଛି କି ପିଲାବେଳୁ ଭଲ ପାଠ ପଢ଼ୁଥିବା ପିଲା ହିଁ ବଡ଼ ହେଲେ ନିଶ୍ଚିତ ଭାବରେ ଆଇ.ଏ.ଏସ୍. କିମ୍ୱା ଆଇ.ପି.ଏସ୍. ଅଫିସର ହୋଇଥାନ୍ତି। ଯେଉଁ ପିଲା ଭଲ ପାଠ ପଢ଼ୁ ନଥିବେ ସେ ଜୀବନରେ କିଛି କରି ପାରିବେ ନାହିଁ ବୋଲି କୁହାଯାଏ।

କିନ୍ତୁ ସମାଜର ଏହି ଧାରଣାକୁ ଭୁଲ ପ୍ରମାଣିତ କରି ଦେଖାଇଛନ୍ତି ଏହି ଯୁବକ ଜଣକ। ଯାହାଙ୍କର ନାଁ ହେଉଛି କୁମାର ଅନୁରାଗ। ପିଲାଦିନରୁ ସେ ପାଠପଢ଼ାରେ ଏତେ ଭଲ ନଥିଲେ। ପାଠ ପଢିବାକୁ ତାଙ୍କୁ ଜମାରୁ ଭଲ ଲାଗୁ ନଥିଲା।ସବୁବେଳେ ଖେଳକୁଦରେ ମନ ଲଗାଉଥିବା ଅନୁରାଗ କେବଳ ଏହି କାରଣରୁ ହିଁ ଗ୍ରାଜୁଏସନରେ ଫେଲ୍ ହୋଇ ଥିଲେ। ହେଲେ ହଠାତ୍ ଏଭଳି ଭାବରେ ବଦଳି ଗଲା ଭାଗ୍ୟ ଆଉ ପାଠପଢ଼ାରେ ଏତେ ଖରାପ ଥିବା ପିଲା ଜଣକ ବନିଗଲେ ଆଇ.ଏ.ଏସ୍. ଅଫିସର।

ଖବର ମୁତାବିକ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ଅନୁରାଗ ହିନ୍ଦୀ ମିଡ଼ିଅମରେ ପାଠ ପଢୁଥିଲେ। ଏହାପରେ ଇଂରାଜୀ ମିଡ଼ିଅମରେ ତାଙ୍କ ନାମ ଲେଖା ଯାଇଥିଲା।ଯେତେବେଳେ ହିନ୍ଦୀ ମିଡ଼ିଅମରୁ ଇଂରାଜୀ ମିଡ଼ିଅମକୁ ଅନୁରାଗ ଆସିଥିଲେ ତାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା। କାହିଁକି ନା ପାଠପଢାରେ ସେତେ ଭଲ ନଥିଲେ ଅନୁରାଗ। ତଥାପି କଠିନ ପରିଶ୍ରମ କରି ଦଶମ ବୋର୍ଡ ପରୀକ୍ଷାରେ ନବେ ପ୍ରତିଶତ ମାର୍କ ରଖିବାରେ ସଫଳ ହୋଇଥିଲେ। ତେବେ ସେ ଦ୍ଵାଦଶ ଶ୍ରେଣୀ ପ୍ରି-ବୋର୍ଡ ପରୀକ୍ଷାରେ ଫେଲ ହୋଇଗଲେ। ହେଲେ ସେ ସେଥିରେ ଭାଙ୍ଗି ପଡ଼ି ନଥିଲେ।

ପୁଣିଥରେ ସେ ନୂଆ ଉତ୍ସାହର ସହ ପାଠପଢା ଆରମ୍ଭ କରି ଦ୍ଵାଦଶ ଶ୍ରେଣୀରେ ନବେ ପ୍ରତିଶତ ମାର୍କ ରଖିବାକୁ ସକ୍ଷମ ହୋଇଥିଲେ ଅନୁରାଗ । ପରେ ସେ ଦିଲ୍ଲୀର ଶ୍ରୀରାମ କଲେଜ୍ ଅଫ୍ କମର୍ସରେ ନାମ ଲେଖାଇ ଥିଲେ। କିନ୍ତୁ ପୁଣି ପୂର୍ବ ଭଳି ପାଠପଢାରେ ତାଙ୍କର ମନ ଲାଗି ନଥିଲା। ଆଉ ସେ ଓଏସ୍ ଆରାମ କରିବାକୁ ଚାହୁଁଥିଲେ। ସେଥିଲାଗି ସେ ପୁଣି ଅନେକ ବିଷୟରେ ଗ୍ରାଜୁଏସନରେ ଫେଲ୍ ହୋଇଥିଲେ।ଗ୍ରାଜୁଏସନରେ ଫେଲ୍ ହେବା ପରେ ଘର ଲୋକେ ଅନୁରାଗଙ୍କୁ ବହୁତ୍ ଗାଳି ଗୁଲଜ କରିବା ସହିତ ତାଙ୍କୁ ଅନେକ କିଛି କହିଥିଲେ। ଯାହାକି ଅନୁରାଗଙ୍କୁ ଭାରି ବାଧିଥିଲା।

ଘର ଲୋକଙ୍କଠୁ ଗାଳି ଗୁଲଜ ଶୁଣିବା ପରେ ନିଜକୁ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଥିଲେ ଅନୁରାଗ। ଏହାପରେ ଗ୍ରାଜୁଏସନ୍ ପାସ କରି ପିଜିରେ ଆଡମିଶନ କଲେ। ପିଜି ସମୟରେ ହିଁ ୟୁ.ପି.ଏ.ସି. ପାଇଁ ପ୍ରସ୍ତୁତି କରିଥିଲେ ଅନୁରାଗ। କଠିନ ପରିଶ୍ରମ କରି ୨୦୧୭ରେ ପ୍ରଥମ ପ୍ରୟାସରେ ୟୁ.ପି.ଏ.ସି. ରେ ଚୟନ ହୋଇଥିଲେ। ତାଙ୍କୁ ୬୭୭ ରାଙ୍କ ମିଳିଥିଲା। କିନ୍ତୁ ତଥାପି ସେଥିରେ ତାଙ୍କର ମନ ଶାନ୍ତି ହୋଇ ନଥିଲା। ସେ ଆଇ.ଏ.ଏସ୍. ହେବାକୁ ଚାହୁଁଥିଲେ। ତେଣୁ ପୁଣି ୨୦୧୮ରେ ୟୁ.ପି.ଏ.ସି. ଓ ସି.ଏ.ସି. ପରୀକ୍ଷାରେ ୪୮ତମ ରାଙ୍କ ହାସଲ କରିଥିଲେ ଅନୁରାଗ। ଏହିଭଳି ଭାବରେ କୁମାର ଅନୁରାଗଙ୍କ ଆଇ.ଏ.ଏସ୍. ହେବାର ସ୍ବପ୍ନ ପୂରଣ ହୋଇଥିଲା। ଆଉ ଅନୁରାଗଙ୍କୁ ବିହାର କ୍ୟାଡର୍ ମିଳିଥିଲା। ମାତ୍ର ଅନୁରାଗଙ୍କର ଏହି ପ୍ରେରଣାଦାୟୀ କାହାଣୀ ଆଜିର ଯୁବ ପିଢ଼ିଙ୍କ ପାଇଁ ଅନେକ ସୂଚନା ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *