ପ୍ରେମିକ ପ୍ରେମିକାକୁ ଦେଇଥିଲା ଅସହ୍ୟ କଷ୍ଟ ଆଉ ଯନ୍ତ୍ରଣା ଲଙ୍କା ଗୁଣ୍ଡ ଓ ଓଠରେ ଅଠା ଲଗାଇ…।

ପ୍ରେମିକା ଆଖି ରେ ପ୍ରେମିକ ଛିଞ୍ଚି ଦେଲା ଲଙ୍କା ଗୁଣ୍ଡ। ଆଉ ଅଠା ରେ ବନ୍ଦ କଲା ଓଠ । ନିର୍ମମ ଭାବରେ ପ୍ରେମିକ ଙ୍କ ସହ ଏମିତି କଲା ଅଭିଯୁକ୍ତ। ହଁ ଦର୍ଶକ ବନ୍ଧୁ ଏମିତି ଏକ ହୃଦୟ ବିଦାରକ ଘଟଣା ସବୁ ଠାରେ ଚାଞ୍ଚଲ୍ୟତା ସୃଷ୍ଟି କରିଦେଇଛି। ପ୍ରେମିକା ସହିତ ପ୍ରେମିକ ଏମିତି କରିବା ପରେ ଚାରିଆଡ଼େ ଖେଳି ଯାଇଛି ହଇଚଇ। ଏତିକିରେ ସରି ନାହିଁ ନିର୍ଯାତନା ପୁର୍ବରୁ ପ୍ରେମିକା ଆଖି ଓ ପାଟିରେ ଲଙ୍କା ଗୁଣ୍ଡ ପୁରାଇ ଦେଇଥିଲା। ଶାରୀରିକ ନିର୍ଜଆତନା ଏବଂ ଅଠା ଦେଇ ପାଟି ବନ୍ଦ କଲା।ଆଉ ଏଠାରେ ଆପଣ ହୃଦୟଙ୍ଗମ କରି ପାରୁଥିବେ ଯେ କେତେ କଷ୍ଟ ହୋଇ ନଥିବ ସମ୍ପୃକ୍ତ ପୀଡ଼ିତା ଯୁବତୀ ଜଣଙ୍କୁ।

ବର୍ତ୍ତମାନ ପୋଲିସ ଅଭିଯୁକ୍ତଙ୍କୁ ଗିରପ କରି ଘଟଣାର ତଦନ୍ତ ଆରମ୍ଭ କରିଛି ଏବଂ ପ୍ରଶାସନ ଅଭିଯୁକ୍ତ ଆୟାନ ପଠାନର ଘର ଉପରେ ମଧ୍ୟ ବୁଲ୍ଲଡଜର ଚଢାଇ ଦେଇଛି। ବାସ୍ତବରେ ଘଟଣାଟି ଲୋକଲୋଚନକୁ ଆସିଛି ମଧ୍ୟପ୍ରଦେଶ ରେ। ଅଭଯୁକ୍ତ ଆୟାନ ଏବଂ ତାର ପ୍ରେମିକା ଏକାଠି ରହୁଥିଲେ କିନ୍ତୁ ପୂର୍ବରୁ ପୀଡ଼ିତା ଯୁବତୀଙ୍କୁ ତାଙ୍କ ମା’ ଆୟାନ ଠାରୁ ଦୂରେଇ ରହିବାକୁ ସତର୍କ କରିଥିଲେ କିନ୍ତୁ ମା’ଙ୍କର କୌଣଶି କଥାକୁ ମାନି ନଥିଲେ ସମପୃକ୍ତ ପୀଡ଼ିତା ଯୁବତୀ ଜଣକ।

ତା’ପରେ ଆୟନ ଏବଂ ତାଙ୍କ ପ୍ରେମିକା ଏକାଠି ରହିବାକୁ ଲାଗିଲେ । ମାତ୍ର ମାସେ ହେବ ପ୍ରେମିକାଙ୍କୁ ନିର୍ଜଆତନା ଦେବା ଆରମ୍ଭ କରିଥିଲା ପ୍ରେମିକା ଆୟାନ। ତେବେ ଏହା ଜଣା ପଡ଼ିଛି ଯେ କି ଅଭିଯୁକ୍ତ ଜଣଙ୍କ ପୀଡ଼ିତା ଜଣଙ୍କୁ ପ୍ରାୟ ମାସେ ଧରି ଗୃହ ବନ୍ଦୀ କରି ଶାରୀରିକ ନିର୍ଯାତନା ଦେଇଥିଲା ଆଉ ଏପ୍ରିଲ ୧୭ ତାରିଖ ଦିନ ସବୁ ସୀମା ଡେଁଇ ଥିଲେ ଅଭିଯୁକ୍ତ ଏବେ ହସ୍ପିଟାଲରେ ଚିକିତ୍ସଆଧିନ ଅବସ୍ଥାରେ ଥିବା ଯୁବତୀ ଜଣକ କହିଛନ୍ତି ଯେ ମାସେ ଧରି ସେ ମୋତେ ବନ୍ଦୀ କରି ରଖିଥିଲା ଏବଂ ମାରଧଢ଼ କରିଥିଲା।

ପ୍ରଥମେ ଆଖିରେ ଲଙ୍କା ଗୁଣ୍ଡ ପୁରାଇ ଦେଇଥିଲା ଏବଂ ପାଟିରେ ଲଙ୍କା ଗୁଣ୍ଡ ପୁରାଇ ଓଠକୁ ବନ୍ଦ କରିଦେଇଥିଲା ଅଠାରେ। ବର୍ତ୍ତମାନ ଏହି ମାମଲାଟି ଲୋକଲୋଚନକୁ ଆସିବା ପରେ ମଧ୍ୟପ୍ରଦେଶରେ ସୃଷ୍ଟି ହୋଇଛି ହଇଚଇ। ପୋଲିସ ଅଭିଯୁକ୍ତଙ୍କ ଘରକୁ ଭାଙ୍ଗି ଦେବା ସହିତ ସେଠାରୁ ଅର୍ଥାତ ବେଲ୍ଟ ଅଫ ପ୍ଲଷ୍ଟିକ ପାଇପ ମଧ୍ୟ ପାଇଛି।

ଆଉ ଏହି ମଧ୍ୟରେ ଜଣା ପଡ଼ିଥିଲା ଯେ ଅଭିଯୁକ୍ତ ଘରର ୩୭୫ ଫୁଟ ସରକାରୀ ଜମିରେ ରହିଅଛି। ପରେ ତା’ ଘରେ ଲାଗିଥିଲା ନୋଟିସ। ଆଉ ଆଜି ପୋଲିସ ପ୍ରଶାସନ ତା’ ଘର ଉପରେ ଚଢ଼ାଇଚି ବୁଲ୍ଡଜର ଯେତିକି ସରକାରୀ ଜାଗାରେ ରହିଥିଲା । ତେବେ ସେ ମିଛ କାଗଜପତ୍ର ପ୍ରସ୍ତୁତ କରି ସରକାରୀ ଜାଗା ଦଖଲ କରି ନେଇଥିଲା। ସେପଟେ ସେ ଯେଉ ଯୁବତୀ ଙ୍କୁ ନିର୍ଯାତନା ଦେଇଛି ତାଙ୍କ ବାମ ଆଖି ପୁରା ଖରାପ ହୋଇଯାଇଥିବା କହିଛି ପୋଲିସ।

Leave a Comment

Your email address will not be published. Required fields are marked *

Scroll to Top