ଘାତକ ଟେକ୍ନୋଲୋଜୀ ଆପଣାଇ ଦୁବାଇ କଲା ବର୍ଷା । ତାଣ୍ଡବ ଦେଖୁଛି ସାରା ବିଶ୍ୱ ।

କୃତ୍ରିମ ବର୍ଷାରେ ଭାସୁଛି ଦୁବାଇ । ବୁଡ଼ିଲା ଘର, ଦ୍ବାର, ରାସ୍ତା ଘାଟ । ବର୍ଷା ହେବାକୁ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ । ଆଜ୍ଞା ହଁ ବନ୍ଧୁଗଣ ବର୍ତମାନ ସମୟରେ ଦୁବାଇ ରେ ଏତେ ମାତ୍ରାରେ ବର୍ଷା ହୋଇଛି ଯେ ଯାହା ପୂରା ବିଶ୍ୱକୁ ଚିନ୍ତାରେ ପକାଇଦେଇଛି । ଦୁବାଇରେ ଏତେ ପ୍ରବଳ ବର୍ଷା ହୋଇଛି ଯେ ସମଗ୍ର ଦୁବାଇ ସହରର ବନ୍ୟା ଓ ଜଳମଗ୍ନ ପରିସ୍ଥିତି ସୃଷ୍ଟି କରିଛି ।ଦୀର୍ଘ ୭୫ ବର୍ଷ ପରେ ଦୁବାଇରେ ହୋଇଥିବା ବର୍ଷା ସମସ୍ତଙ୍କୁ ଚକିତ କରିଦେଇଛି ।

ହେଲେ ସମସ୍ତଙ୍କ ମନରେ ଏହି ପ୍ରଶ୍ନ ଯେ, ଦୁବାଇରେ କାହିଁକି ଏପରି ବର୍ଷା ହେଲା । କ୍ଲାଉଡ୍ ସିଡିଂ ଯଥା କୃତ୍ରିମ ବର୍ଷା ଦୁବାଇରେ ବନ୍ୟା ହେବାର କାରଣ ବୋଲି ବିଶ୍ୱାସ କରାଯାଉଛି । ଏହା ପଛରେ ସତ୍ୟ କ’ଣ? ଏବଂ ପରିବେଶବିତ୍ ମାନେ କ’ଣ କହୁଛନ୍ତି ଚାଲନ୍ତୁ ଜାଣିବା । ଲଗାତାର ବର୍ଷା ଅର୍ଥାତ ୧୨ ଘଣ୍ଟାର ଲଗାଣ ବର୍ଷା ଦୁବାଇକୁ ଅସ୍ତବ୍ୟସ୍ତ କରିପକାଇଥିଲା । ଯାହା ଫଳରେ  ସହରରେ ପାଣି ଭରିଯିବା ସହ ମେଟ୍ରୋ, ଏୟାରପୋର୍ଟ, ସପିଂମଲରେ ବି ପାଣି ଦେଖିବାକୁ ମିଳିଥିଲା । ଦୁବାଇର ଚାକଚକ୍ୟ ରାସ୍ତା ଏହି ଲଗାଣ ବର୍ଷାରେ ନିଜର ହାଇଟେକ୍ ସିଷ୍ଟମ ସହ ଇନଫ୍ରାଷ୍ଟ୍ରକଚର ସହ ସୁନ୍ଦରତାକୁ ହରାଇ ବସିଥିଲା ।

ଭାରତରୁ ଅନେକ ବିମାନ ସମେତ ୪୫ ରୁ ଅଧିକ ବିମାନ ବାତିଲ କରାଯାଇଥିଲା । ତେବେ ବନ୍ଧୁଗଣ ଏପରି ବର୍ଷାର କାରଣ କ୍ଲାଉଡ୍ ସିଡିଂ ବୋଲି କୁହାଯାଉଛି । କ୍ଲାଉଡ୍ ସିଡିଂ ଯଥା କୃତ୍ରିମ ବର୍ଷା ପ୍ରବଳ ବନ୍ୟା ଏବଂ ବର୍ଷାର କାରଣ ହୋଇଗଲା ।  ଜଳବାୟୁ ପରିବର୍ତ୍ତନ ମଧ୍ୟରେ ଏହା ଏକ ବଡ ଅବହେଳା ଭାବରେ ବିବେଚନା କରାଯାଉଛି । ୟୁଏଇରେ ବନ୍ୟା ସଙ୍କଟର ମୁକାବିଲା ପାଇଁ କ୍ଲାଉଡ୍ ସିଡିଂ ବ୍ୟବହାର କରା ଯାଉଥିଲା । ବର୍ତ୍ତମାନ ପ୍ରକୃତି ସହିତ ଖେଳର ଫଳାଫଳ ସମଗ୍ର ବିଶ୍ୱ ଦେଖୁଛି । ୨୦୦୮ ଅଲିମ୍ପିକ୍ସ ସମୟରେ ମଧ୍ୟ ଚୀନ୍ ମଧ୍ୟ କୃତ୍ରିମ ବର୍ଷା କରିଥିଲା ।

ଟୋକିଓ ଅଲିମ୍ପିକ୍ସ ସମୟରେ ଜାପାନ ମଧ୍ୟ କ୍ଲାଉଡ୍ ସିଡିଂ କରିଥିଲା । ଭାରତ ବିଷୟରେ କହିବାକୁ ଗଲେ ଆଇଆଇଟି କାନପୁର ମଧ୍ୟ ଏହାକୁ ସଫଳତାର ସହ ପରୀକ୍ଷା କରିସାରିଛି । ତେବେ ଏଠାରେ କହି ରଖିବୁ ଯେ ଦୁବାଇରେ ବନ୍ୟା କାରଣରୁ କେବଳ ରାସ୍ତା ଘାଟ ନୁହେଁ ଘରୁ ଆସବା ପତ୍ର ଉଡ଼ିଯିବା ସହ ଡ୍ରେନେଜ୍ ରୁ ପାଣି ବାହାରି ଘରେ ପଶିବାର ଦୃଶ୍ୟ ମଧ୍ୟ ବେଶ ଭାଇରାଲ ହୋଇଥିଲା । ଯାହାକୁ ନେଇ ସୋସିଆଲ ମିଡିଆରେ ଫଟୋ ଓ ଭିଡିଓ ଅନେକ ସେୟାର କରାଯାଇଥିଲା।

Leave a Reply

Your email address will not be published. Required fields are marked *