ପୁରା ଆଶ୍ଚର୍ଯ୍ୟ, ସରପଞ୍ଚରୁ ସିଧା ବିଧାୟକ ପାଇଁ ଟିକେଟ, ବିଶ୍ୱାସ ହେଉନାହିଁ। ଠିଆ ଠିଆ କାନ୍ଦି ପକାଇଲେ।

ପୁରା ଆଶ୍ଚର୍ଯ୍ୟ, ସରପଞ୍ଚରୁ ସିଧା ବିଧାୟକ ପାଇଁ ଟିକେଟ। ଟିକେଟ ପାଇବା ପରେ ଠିଆ ଠିଆ କାନ୍ଦି ପକାଇଲେ। ଭଲ କାମ କରି ନବୀନଙ୍କ ଆଖି ଆଗକୁ ଟାଣି ହୋଇଗଲେ।ସରପଞ୍ଚରୁ ସିଧା ବିଧାୟକ ପାଇଁ ଟିକେଟ। ସବୁ ଆଶାୟୀ ପ୍ରାର୍ଥୀଙ୍କୁ ପଛରେ ପକାଇଲେ। ପୁରା ଓଡ଼ିଶାରେ ଏ ହେଉଛନ୍ତି ଏମିତି ଜଣେ ପ୍ରାର୍ଥୀ ସରପଞ୍ଚରୁ ସିଧା ବିଧାୟକ ପାଇଁ ଟିକେଟ ପାଇଲେ। ଭାବିନଥିଲେ ନବୀନ ପଟ୍ଟନାୟକ ବିଶ୍ୱାସ କରିବେ ବୋଲି। ହେଲେ ଏବେ ତାଙ୍କ ଉପରେ ନବୀନ ଦେଖାଇଛନ୍ତି ଭରସା। ଯେଉଁ ଭରସାକୁ ପାଇବା ପରେ ଠିଆ ଠିଆ କାନ୍ଦି ପକାଇଛନ୍ତି। ତାଙ୍କ ଆଖିରେ ଆଜି ଖୁସିର ଲୁହ|

ହଁ ଆଜ୍ଞା ଆମେ ଜଣାଉଛୁ ରେମୁଣା ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିବା ବିଦ୍ୟସ୍ମିତା ମାହାଳିକଙ୍କ କଥା। ଯେଉଁ ଟିକେଟ ପାଇବା ପରେ ନିଜ ଉପରେ ବିଶ୍ୱାସ କରିପାରିନଥିଲେ। ବିଦ୍ୟସ୍ମିତା। ସମସ୍ତଙ୍କୁ ଧରି କାନ୍ଦିବାକୁ ଲାଗିଥିଲେ। ନବୀନ ସରକାରରେ ଗୋଟିଏ ସତ ଯିଏ ଭଲ କାମ କରିବ ଦଳ ସେମାନଙ୍କୁ ନିଶ୍ଚିତ ସୁଯୋଗ ଦେବ। ମହିଳାଙ୍କ ଗୁରୁତ୍ୱ କଥା କେବଳ ଭାଷଣରେ ସୀମିତ ହୋଇ ରହେ ନାହିଁ ଯାହା ବିଦ୍ୟସ୍ମିତାଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି।

ଦଳ ସହ ବର୍ଷ ବର୍ଷ କାମ କରି ଯିଏ ଟିକେଟ ପାଇନାହାନ୍ତି ସେହି ସ୍ଥାନରେ ସରପଞ୍ଚ ଉନ୍ନତ ଭାବରେ କାର୍ଯ୍ୟ କରି ପାଇ ପାରିଛନ୍ତି ବିଧାୟକ ପାଇଁ ଟିକେଟ। ସେ କେବେ ହେଲେ ଆଶା କରିନଥିଲେ ଯେ ତାଙ୍କୁ ଏତେ ବଡ଼ ଦାୟିତ୍ୱ ଦିଆଯିବ। ଯାହାକୁ ନେଇ ସେ ଆଜି ବହୁତ ଖୁସି। କହିଛନ୍ତି କି ମୋ ଭଳି ସାଧାରଣ ଦଳୀୟ ମହିଳାଙ୍କୁ ଭରସା କରିଥିବାରୁ ହୃଦୟରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଉଛି।

ଯଦି ଦେଖିବା ଏବେ ବିଦ୍ୟସ୍ମିତା ପତ୍ରିପାଳ ପଞ୍ଚାୟତର ସରପଞ୍ଚ ଅଛନ୍ତି। +୨ ପାସ କରିବା ପରେ ବିବାହ କରିଥିଲେ। ssg ଗ୍ରୁପରେ ତାଙ୍କର ବେସ ଆଧିପତ୍ୟ ଥିବା ବେଳେ ସ୍ୱାମୀ ଅଜୟ ମହାଳିକ ବିଜେପିର ଜଣେ ସକ୍ରିୟ ନେତା। ଅଜୟ ୨୦୧୨ ରେ କନିପୁର ପଞ୍ଚାୟତର ସମିତି ସଭ୍ୟ ମଧ୍ୟ ଥିଲେ। ୨୦୨୨ ପଞ୍ଚାୟତ ନିର୍ବାଚନରେ ଅଜୟଙ୍କ ପତ୍ନୀ ବିଦ୍ୟସ୍ମିତା ବିଜେଡି ସମର୍ଥନରେ ପତ୍ରିପାଳ ପଞ୍ଚାୟତର ସରପଞ୍ଚ ଭାବେ ବିପୁଳ ଭୋଟ ବ୍ୟବଧାନରେ ବିଜୟ ହାସଲ କରିଥିଲେ।

ତେବେ ଦଳର ସୁଧାଂଶୁ ପରିଡା ଦଳରୁ ବହିସ୍କୃତ ହେବା ପରେ ଏହି ଆସନରେ ରେମୁଣା ଏନଏସି ଅଧକ୍ଷ ତନୁଯା ଗିରି ସମିତି ସଭ୍ୟ ସାନ୍ତା ଦାସ ସୁଜାତା ଦଣ୍ଡ ପାତ ଗୌତମ ସେଠି ବଂଶୀଧର ଦଳେଇ ପ୍ରଫେସର ଶତ୍ରୁଘ୍ନ ପଲେଇ ଦୀପକ ମଲ୍ଲିକଙ୍କ ସମେତ ୮ ରୁ ଅଧିକ ଆଶାୟୀ ଟିକେଟ ଦୌଡ଼ରେ ରହିଥିଲେ। ଅନ୍ୟ ପକ୍ଷରେ ବିଦ୍ୟସ୍ମିତାଙ୍କୁ ବିଜେଡିର ବିଧାୟକ ପ୍ରାର୍ଥୀ କରିବାକୁ ସରପଞ୍ଚ ସଙ୍ଘ ପକ୍ଷରୁ ବହୁ ପଞ୍ଚାୟତର ପ୍ରତିନିଧି ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଶେଷରେ ବିଦ୍ୟସ୍ମିତାଙ୍କୁ ପ୍ରାର୍ଥୀତ୍ୱ ଉପରେ ମହର ମାରିଛି ଦଳ।

Leave a Reply

Your email address will not be published. Required fields are marked *