ମନ୍ମଥଙ୍କୁ ହରାଇବା ପାଇଁ କଂଗ୍ରେସର ବ୍ରହ୍ମାସ୍ତ୍ର…କାମ ଦେଲାନି ବାପାଙ୍କ ପ୍ଲାନ। ଏହି ଭିତରେ ବାଜି ମାରିବେ ଅପରାଜିତା।
ମନ୍ମଥ ଘାଇଲା ବାପା ସୁର ବି କିଛି କରିବେନି। ମନ୍ମଥଙ୍କୁ ହରାଇବା ପାଇଁ କଂଗ୍ରେସର ବ୍ରହ୍ମାସ୍ତ୍ର। ଏହାରି ଭିତରେ ବାଜି ମାରିବେ ଅପରାଜିତା।କଂଗ୍ରେସ ଶେଷରେ ଦେଲା ପୁରା ଦମ ଦେଖାଇଲା। ଆଉ କଂଗ୍ରେସର ବ୍ରହ୍ମାସ୍ତ୍ରରେ ପୁରା ଘାଇଲା ହେବେ ମନ୍ମଥ ରାଉତରାୟ। ଆଉ ଏବେଠାରୁ ଭାବି ପୁରା ବିଳିବିଳେଇଲେଣି।
ହଁ ଆଜ୍ଞା ତାଙ୍କ ହାତରେ ରହିଛି ଯୁବକ ମାନଙ୍କର ଶକ୍ତି। ପଦାକୁ ବାହାରିଲେ ଶହ ଶହ ଯୁବକମାନେ ମୈଦାନକୁ ଓଲ୍ହାନ୍ତି। ଯୁବକ ମାନଙ୍କ ଶକ୍ତିରେ ବଳୀୟନ ସେ। ଆମେ ଜଣାଉଛୁ ଛାତ୍ର କଂଗ୍ରେସର ସଭାପତି ୟସିବ ନବାଜଙ୍କ କଥା। ଯିଏ ଏବେ ଭୁବନେଶ୍ୱରର ସାଂସଦ ଟିକେଟ ପାଇଛନ୍ତି। ଏବେ ପୁରା ଦମରେ ଲଢେଇ କରିବେ। ଶହ ଶହ ଯୁବଶକ୍ତି ୟସିବଙ୍କୁ ଜିତାଇବା ପାଇଁ ମନ୍ମଥଙ୍କ ଷ୍ଟ୍ରଟେଜି ସହ ଲଢ଼ିବେ। ମନ୍ମଥଙ୍କ ସହ ହେବ ଜୋରଦାର ଟକର ଆଉ ଏହାରି ଭିତରେ ବାଜି ନେଇ ପାରନ୍ତି ଅପରାଜିତା ଷଡ଼ଙ୍ଗୀ।
ୟସିବ ନବାଜଙ୍କୁ କଂଗ୍ରେସ ଦେଇଛି ଟିକେଟ। ଯଦି ଦେଖିବା ୟସିବ ଛାତ୍ର ମାନଙ୍କୁ ନେଇ ସବୁବେଳେ ଚାଲିଥାନ୍ତି ଯେହେତୁ ସେ ହେଉଛନ୍ତି ଜଣେ ଛାତ୍ର ନେତା। ଯିଏ ଏବେ ସୁରଙ୍କ ଷ୍ଟ୍ରଟେଜକୁ ଟାର୍ଗେଟ କରିବେ। କାରଣ ସୁର ଏବେ କଂଗ୍ରେସ ପାଇଁ ଏକ ତରଫା ଶତ୍ରୁ ପାଲଟି ଯାଇଛନ୍ତି। କଂଗ୍ରେସରେ ଥାଇ ମଧ୍ୟ ପୁଅ ବିଜେଡିର ଥିବାରୁ ପୁଅ ପାଇଁ ପ୍ରଚାର କରୁଛନ୍ତି। କିନ୍ତୁ କଂଗ୍ରେସକୁ ଭୁଲି କଂଗ୍ରେସ ପାଇଁ ପ୍ରଚାର କରିନାହାନ୍ତି। ଯେହେତୁ ଭୁବନେଶ୍ୱରରେ ସୁରଙ୍କର ଦବଦବା ଅଧିକ ଥିବାରୁ ତାଙ୍କୁ ଯୁବଶକ୍ତି ଦ୍ୱାରା ଅଗତିଆର କରିବେ ୟସିବ।
ତେବେ ୟସିବ ଦବଦବା ମଧ୍ୟ କଂଗ୍ରେସ ଭୋଟରଙ୍କ ଉପରେ ରହିପାରେ ଯାହା ଅପରାଜିତାଙ୍କ ପାଇଁ ଶୁଭଙ୍କର ହେବ। ୟଶିବ ଏବଂ ମନ୍ମଥଙ୍କ ଭିତରେ ଲଢେଇ ନହୋଇ ଏବେ ସୁର ଏବଂ ୟସିବଙ୍କ ମଧ୍ୟରେ ଲଢେ଼ଇ ହେବ। ସୁର ତାଙ୍କର କଂଗ୍ରେସ ଭୋଟକୁ ମନ୍ମଥଙ୍କୁ ଦେବା ପାଇଁ କହୁଥିବା ବେଳେ ସୁରଙ୍କ ବିଶ୍ୱାସଘାତକତାକୁ ଅସ୍ତ୍ର କରିବେ ୟସିବ। ସୁର କେଉଁ ଭଳି ଭାବରେ ଦଳକୁ ଧୋକା ଦେଇଛନ୍ତି କହି କଂଗ୍ରେସ ଭୋଟରଙ୍କୁ ହାତେଇବାକୁ ଚେଷ୍ଟାକରିବେ| ତେବେ ଭୁବନେଶ୍ୱରରେ ଏବେ ସାଂସଦ ଆସନ ପାଇଁ ଲଢେଇ ଜୋରଦାର ହେବାକୁ ଯାଉଛି।