ହୃଦୟ ଭାଙ୍ଗିବା ପରେ ଭୁବନେଶ୍ୱର ଛାଡି ଗାଁରେ ରହିବାକୁ ନିଷ୍ପତ୍ତି ନେଲେ ଅଭିନେତ୍ରୀ ରାଣୀ ପଣ୍ଡା ।
ବନ୍ଧୁଗଣ ଆପଣମାନେ ଯାତ୍ରା ଜଗତର ତଥା ଓଲିଉଡ଼ ଜଗତର ଚର୍ଚ୍ଚିତ ଚେହେରା ରାଣୀ ପଣ୍ଡାଙ୍କୁ ବେଶ ଭଲ ଭାବରେ ଜାଣିଥିବେ । ଗତ କିଛିଦିନ ହେବ ସେ ଖୁବ ଚର୍ଚ୍ଚାରେ ରହୁଛନ୍ତି । ଯେବେଠୁ ଜଣା ପଡ଼ିଛି ତାଙ୍କର ପୁରୁଷ ବନ୍ଧୁ ବିକ୍ରମ ତାଙ୍କୁ ଧୋକା ଦେଇଛନ୍ତି ସେବେଠାରୁ ତାଙ୍କ ସମ୍ପର୍କରେ ଖୁବ ଚର୍ଚ୍ଚା ହେବାରେ ଲାଗିଛି ସବୁ ଚ୍ୟାନେଲରେ ଏବେ ଏହି ଖବର । ଆଜ୍ଞା ହଁ ବନ୍ଧୁଗଣ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି । ନିଜର ରୋକଠୋକ୍ ବୟାନ ପାଇଁ ହେଉ ବା ଅନ୍ୟମାନଙ୍କୁ ବିପଦ ସମୟରେ ସାହାଯ୍ୟ କରି ହେଉ ରାଣୀ ସର୍ବଦା ସିଧା କଥା କହିବାକୁ ପସନ୍ଦ କରିଥାନ୍ତି ।
ତେବେ ଏହା ମଧ୍ୟରେ ରାଣୀ ତାଙ୍କର ପ୍ରେମିକ ବିକାଶ ବିକ୍ରମ ଓରଫ କାହ୍ନାଙ୍କ ବିରୋଧରେ ମହିଳା ଥାନାରେ ମାମଲା ଦାୟର କରିଛନ୍ତି । ଦୀର୍ଘ ୭ ବର୍ଷର ସମ୍ପର୍କ ପରେ ତାଙ୍କୁ ବିକ୍ରମ ବହୁ ନିର୍ଯାତନା ଦେଇଥିବାରୁ ଏନେଇ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ରାଣୀ । ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ଗଣମାଧ୍ୟମ ସାମ୍ନାରେ ବୟାନ ଦେଇଛନ୍ତି ରାଣୀ ପଣ୍ଡା ।
ରାଣୀ ପଣ୍ଡା କହିଛନ୍ତି ଯେ ସେ ଆଉ ଭୁବନେଶ୍ଵରରେ ରହିବେ ନାହିଁ । ଭୁବନେଶ୍ଵରରେ ରହି ସେ ଧୋକା ଖାଇଲେ ଏବେ ତାଙ୍କୁ ବହୁତ୍ କଷ୍ଟ ହେଉଛି । ଏବେ ସେ ଏମିତି ପରିସ୍ଥିତିରେ ଅଛନ୍ତି ଯେ ସେ ରହିବାକୁ ହିଁ ଚାହୁଁ ନାହାଁନ୍ତି । ସେ ତାଙ୍କ ଗାଁକୁ ପଳେଇବେ ଆଉ ସେଠି ଟିକେ ଶାନ୍ତିରେ ରହିବେ ବୋଲି କହିଛନ୍ତି ରାଣୀ ପଣ୍ଡା । କାରଣ ଏଠି କେହି ଆଉ ତାଙ୍କୁ ଶାନ୍ତିରେ ବଞ୍ଚେଇ ଦେବେ ନାହିଁ। ଯେତିକି ଶାନ୍ତିରେ ସେ ବଞ୍ଚି ରହିବାକୁ ଚେଷ୍ଟା କରୁଛନ୍ତି ସମସ୍ତେ ସେଇଟାକୁ ଅସହ୍ୟ କରି ଦେଉଛନ୍ତି । ହଁ ଆଜ୍ଞା ଏମିତି କିଛି କୋହଭରା କଣ୍ଠରେ କହିଛନ୍ତି ବିବାଦୀୟ ଅଭିନେତ୍ରୀ ରାଣୀ ପଣ୍ଡା ।
କାରଣ ଯିଏ ବିପଦ ସମୟରେ ଲଢ଼ିବା ପାଇଁ ସାହାସ ଯୋଗାଇଥିଲା ସେ ଆଜି ତାଙ୍କୁ ଛାଡ଼ି ଚାଲି ଯାଇଛି । ଏବେ ରାଣୀ ପଣ୍ଡା ପୂରା ଏକା । ଯୁବକ ଜଣକ ରାଣୀଙ୍କୁ ଧୋକା ଦେଇ ଏମିତି ଏକା କରି ଦେଇଛି ଯେ ସେ ଏବେ ଆଉ ଭୁବନେଶ୍ୱରରେ ରହିବାକୁ ଚାହୁଁ ନାହାଁନ୍ତି । ଏବେ ଭୁବନେଶ୍ଵର ପୂରା ତାଙ୍କ ପାଇଁ ଛି ହୋଇ ଯାଇଛି । ସେ ଭୁବନେଶ୍ଵର ଛାଡ଼ି ତାଙ୍କ ଗାଁକୁ ଚାଲି ଯିବାକୁ ଚାହୁଁଛନ୍ତି ଓ ନିଜ ପରିବାର ସହ ସମୟ ବିତାଇବାକୁ ଚାହୁଁଛନ୍ତି ।