ବାଡେଇକି ମୋ ଆଖି ଫୁଲେଇଥିଲା ତଥାପି ତାକୁ ଏବେ ବି ଭଲ ପାଉଛି
ସେ ପୁଅ ଭିଡ଼ିକି ନଥାନ୍ତା। ମୁଁ ଯେଉଁ ପୁଅ ପାଖରୁ ପଚିଶ ଲକ୍ଷ ଟଙ୍କା ଆଣିଥିଲି ସାହଯ୍ୟ ,ସେଇ ପିଲା ହିଁ ପ୍ରଥମରୁ ଯାଇ ତା ମୁଣ୍ଡରେ ଭୁତ ପୁରେଇଲା। ଯେ ରାଣୀ ପଣ୍ଡା ପାଖରେ ମୁଁ ଶୋଇଛି ନହେଲେ ମୁଁ ରାଣୀ ପଣ୍ଡାକୁ ଏତେ ଲକ୍ଷ ଟଙ୍କା କାହିଁକି ଦେଇ ଥାଆନ୍ତି। ରାଣୀ ପଣ୍ଡା ଏମିତି ସେମିତି ସବୁ କହିଲା । ଯେତେ ବୁଝେଇଲି ଆଉ ହେଲା ନାହିଁ ଆଉ। ପ୍ରେମରେ ମୋ ଆଡ଼ୁ ମୁଁ ହାରି ନାହିଁ। ସିଏ ହାରି ଯାଇଛି।
ମୁଁ କାହିଁକି ହାରିବି। ମୁଁ ତ ଏବେବି ତାକୁ ଭଲ ପାଉଛି। ମୁଁ ଆଜି ବି କହୁଛି ମୋ ଲାଇଫରେ ଏମିତି ବହୁତ୍ ଆସିଛନ୍ତି କିନ୍ତୁ ମୁଁ ଏଇ ପୁଅ ପାଇଁ ସମସ୍ତଙ୍କୁ ଗୋଇଁଠା ମାରି ଦେଇଛି। ସେ ସବୁବେଳେ ତା ସ୍ତ୍ରୀ ପା କୁକୁର ହେଇ ପଡ଼ି ରହିବ। ସିଏ ଯେଉଁ ମୋ ପାଖରେ ରହିଥିଲେ ରାଜା ହେଇ ରହିଥାନ୍ତା, ସେ ଚାହିଁଲାନି। ଆଜି ଯଦି ରାଣୀ ପଣ୍ଡା ଟାଇଟେଲ୍ ଦେଇଛି ଓଡ଼ିଶାର ମୁଖ୍ୟମନ୍ତ୍ରୀ ରାଣୀ ପଣ୍ଡା କେବଳ ସେଇ ଟୋକା ପାଇଁ। ସେ ଟୋକା ମୋତେ କହିଥିଲା ତୁ କଣ ଓଡ଼ିଶାର ମୁଖ୍ୟମନ୍ତ୍ରୀ ?ତୋତେ ବାହା ହେଇ ଗଲେ ମୋ ଇଜ୍ଜତ ରହିଯିବ।
କିଛି ଫୋଟୋ ମଧ୍ୟ ଆମେ ଦେଖିଥିଲୁ ଯେଉଁଥିରେ ଆପଣଙ୍କର ଆଖି ଫୁଲି ଯାଇଥିଲା କାନ୍ଦି କାନ୍ଦି। ଭିଡ଼ିଓ ବି ମଧ୍ୟ ଆପଣ ଷ୍ଟୋରୀ ଦେଇଥିଲେ। ଏମିତି ଅନେକ ଷ୍ଟୋରୀ ଲୋକଙ୍କୁ ଜଣେଇଲେ ମଧ୍ୟ। ତେବେ ଏହିସବୁ ଜିନିଷ ଏବେ ଯେଉଁଗୁଡ଼ା କରୁଛନ୍ତି ଏଇଟା ବହୁତ୍ ବର୍ଷ ହେଇ ଗଲାଣି ବୋଧ ହୁଏ। ଏଇ ଯେଉଁ କାନ୍ଦିବା କିମ୍ବା ବ୍ରେକ୍ ଅପ୍ ଇଏ ଚାଲିଲାଣି ଦେଢ଼, ଦୁଇ ବର୍ଷ ହେବ। ସିଏ ମୋତେ କେବେଠାରୁ ବ୍ଲକ୍ କରି ସିଏ ତାର ସାଇଟ୍ ହେଇ କି ଥିଲା। ସିଏ ଦେଖିଲା ରାଣୀ ପଣ୍ଡାକୁ ସାଇଟ୍ ନକଲେ ମୋ ବାହାଘର ହେଇ ପାରିବ ନାହିଁ। ସେ ସେଥିପାଇଁ ସ୍କିମ୍ ପକାଉଥିଲା।
ମୋତେ ସାଇଟ୍ କରି ଅନ୍ୟ ଝିଅ ମାନଙ୍କ ସହ ଶୋଉଥିଲା, ଅନ୍ୟ ଝିଅ ମାନଙ୍କୁ ହୋଟେଲ ନେଉଥିଲା। ମୁଁ ଏଗୁଡ଼ା ସବୁ ପରେ ଖବର ପାଇଲି। ମୁଁ ତାକୁ କହିଲି ଯଦି ତୋର ଭୁଲ୍ ନାହିଁ ତାହାଲେ ତୁ ଆସି ଦେଖା ହେଇ ମୋ ସାଙ୍ଗରେ କଥା ହେଇ ଗଲୁଣି। ଠିକ୍ ଅଛି ଯଦି ମୁଁ ଖରାପ ତାହାଲେ ଭଲ ହେଇ ଖରାପ ହେବି ଆଉ ଏଥିରେ ଅସୁବିଧା କଣ। ମୋ ଘର ଲୋକ ବର୍ତ୍ତମାନ ମୋ ଉପରେ ରାଗିକି ଲାଲ୍। ଆମ ଘରେ ଦୁନିଆ ଟେନସନ୍, ଦୁନିଆ କଳି ଝଗଡ଼ା। ସେମାନେ ମୋତେ କହିଲେ ଝିଅ ସେ ପିଲା ଭଲ ନୁହେଁ ତୁ ତା ପଛରେ ପଡ଼ନା।
ମୁଁ କାହା କଥା ଶୁଣିଲିନି ତା ପଛରେ ଗୋଡ଼େଇଛି। ଯଦି ପବ୍ଲିକ ସାଢ଼େ ଚାରି କୋଟି ଓଡ଼ିଆ କିଛି ଜାଣି ନାହାନ୍ତି, ତାହାଲେ ଜାଣିବାକୁ ଚେଷ୍ଟା କରନ୍ତୁ।ରାଣୀ ପଣ୍ଡାକୁ ଭୁଲ୍ ଦେବା ପୂର୍ବରୁ ସତ୍ୟା ସତ୍ୟ ଜାଣନ୍ତୁ। ମୋ ପ୍ରେମ ହାରି ଯାଇଛି କିନ୍ତୁ ମୁଁ ହାରିନି। ହଁ ଜୀବନ ସାରା ମୁଁ କଷ୍ଟ ପାଇବି ଯେ ମୁଁ ଗୋଟେ ଭୁଲ ଲୋକ ପଛରେ ପଡ଼ିଗଲି। ମୁଁ ସମସ୍ତଙ୍କ ସମସ୍ୟାରେ ମୁଣ୍ତ ପୁରାଉଥିଲି। ମୁଁ ସମସ୍ତଙ୍କଙ୍କୁ ଜ୍ଞାନ ଦେଉଥିଲି। କିନ୍ତୁ ମୁଁ ଆଜି ସେହି ଜିନିଷ ମୋ ସହିତ ହିଁ ଘଟିଲା। ମୁଁ ସବୁବେଳେ ସବୁ ଝିଅମାନଙ୍କୁ, ପୁଅ ମାନଙ୍କୁ ବୁଝାଏ ଯେ ନ୍ୟାୟରେ ବୁଝାଏ।
ଅନ୍ୟାୟରେ ଆଜି ପର୍ଯ୍ୟନ୍ତ କାହାକୁ କହିନି କି କାହା ବିରୁଦ୍ଧରେ କହିନି ।କିନ୍ତୁ ଆଜି ମୋର ସତ ସତିକା ମୋ ଲାଇଫରେ ଘଟିଲା। ନାଟକ ରିଏଲସେଲ୍ ବର୍ତ୍ତମାନ ହେଇନି। ନାଟକ ବର୍ତ୍ତମାନ ଲେଖା ଆରମ୍ଭ ହେଲା। ନାଟକ ଜୁଲାଇରେ ରିଅଲସେଲ୍ ଷ୍ଟାର୍ଟ। ମୁଁ ସମସ୍ତଙ୍କୁ ଅନୁରୋଧ କରିବି ‘ରାଣୀ ପଣ୍ଡାକୁ ଖଣ୍ଡଗିରି ମନା’ ନାଟକ, ‘ଘୋଡ଼ା ହାତୀ ଗଣ୍ଡାକୁ ଗଣ୍ଡା’ ନାଟକ ସବୁଥିରେ ସତ୍ୟ ଘଟଣା ଦେଖିଥିଲେ। ‘ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ରାଣୀ ପଣ୍ଡା’ ନାଟକରେ ସତକୁ ସତ ପ୍ରକୃତ ଘଟଣା ଦେଖିବାକୁ ପାଇବେ।