ଶ୍ରୀମୟୀ ମିଶ୍ରଙ୍କୁ ପ୍ରାର୍ଥୀ ନକରି ଲେଖାଶ୍ରୀ ସାମନ୍ତସିଂହାରଙ୍କୁ କାହିଁକି ସାଂସଦ ପ୍ରାର୍ଥୀ କରାଗଲା କାରଣ ଜାଣନ୍ତୁ।

ବୁଲି ବୁଲି ଶ୍ରୀମୟୀ ନିରାଶ ହେଲେ। ଆସୁ ଆସୁ ଲେଖାଶ୍ରୀ ନେଇଗଲେ। କାମ କରି କରି ଶ୍ରମୟୀଙ୍କୁ ପ୍ରାର୍ଥୀ କଲେନି। ମିଶୁ ମିଶୁ ଲେଖାଶ୍ରୀଙ୍କୁ ଟିକେଟ ଦେଇଦେଲେ।ହଁ ବନ୍ଧୁଗଣ ସତ ହୋଇଛି ପୂର୍ବାନୁମାନ। ବାଲେଶ୍ଵର ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ହୋଇଛନ୍ତି ଲେଖାଶ୍ରୀ ସାମନ୍ତସିଂହାର। ପୂର୍ବରୁ ରାଜ୍ୟର ୨୦ ଟି ଲୋକସଭା ଆସନରେ ଶାସକ ଦଳ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ କେବଳ ବାଲେଶ୍ଵର ବାକି ରହିଥିଲା। ଆଉ ଗତ କାଲି ସନ୍ଧ୍ୟାରେ ୯ ଟି ବିଧାନସଭା ଆସନ ସହିତ ବାଲେଶ୍ଵର ଲୋକସଭା ଆସନ ପାଇଁ ମଧ୍ୟ ପ୍ରାର୍ଥୀ ଘୋଷଣା କରିଛି ଦଳ।

ବିଜେପି ଛାଡି ବିଜେଡିର ମିଶିଥିବା ଲେଖାଶ୍ରୀଙ୍କୁ ବାଲେଶ୍ଵର ସଂସଦୀୟ କ୍ଷେତ୍ରରେ ପ୍ରାର୍ଥୀ କରି ମାଷ୍ଟର ଷ୍ଟ୍ରକ ଖେଳିଛନ୍ତି ନବୀନ। ତେବେ ବିଜେପିରୁ ଆସିଥିବା ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ସାଂସଦ ପ୍ରାର୍ଥୀ ଭାବେ ଟିକେଟ ମିଳିବା ପରେ ପୁଣି ଥରେ ଆଲୋଚନା ପରିସରକୁ ଆସିଛନ୍ତି ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର। କାରଣ ସମସ୍ତେ ଜାଣିଛନ୍ତି ଗୋଟିଏ ସମୟରେ ଶ୍ରୀମୟୀଙ୍କୁ ଭୁବନେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ କରାଯିବ ବୋଲି କୁହାଯାଉଥିଲା।ଗତ ନିର୍ବାଚନରେ ଭୁବନେଶ୍ୱର ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀଙ୍କୁ ପରାସ୍ତ କରି ଅପରାଜିତା ଷଡ଼ଙ୍ଗୀଙ୍କ ବିପକ୍ଷରେ ବିଜଡି ଶ୍ରୀମୟୀ ମିଶ୍ରଙ୍କୁ ମୈଦାନକୁ ଓଲ୍ହାଇବ ବୋଲି ଜୋରଦାର ଚର୍ଚ୍ଚା ହେଉଥିଲା। ଗତ ଅକ୍ଟୋବର ନଭେମ୍ବର ମାସରୁ ଦଳ ଶ୍ରୀମୟୀଙ୍କୁ ଆଗକୁ ଆଣିବା ସହ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ବୁଲାଉଥିଲା। ଦଳୀୟ ନେତାମାନେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମରେ ଶ୍ରୀମୟୀଙ୍କୁ ସାଂସଦ ପ୍ରାର୍ଥୀ ଭାବେ ଉପସ୍ଥାପିତ କରୁଥିଲେ।

ଶ୍ରୀମୟୀ ମଧ୍ୟ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଅଧୀନରେ ଥିବା ବିଭିନ୍ନ ନିର୍ବାଚନ ମଣ୍ଡଳୀ ଗସ୍ତ କରି ଦଳୀୟ କାର୍ଯ୍ୟକ୍ରମରେ ଭାଗ ନେବା ସହ ଲୋକଙ୍କୁ ଭେଟୁଥିଲେ।।ହେଲେ ହଠାତ ସବୁକିଛି ବଦଳି ଗଲା। ଆଉ ମନ୍ମଥ ରାଉତରାୟ ବିଜେଡିର ମିଶିବା ପରେ ପରେ ହିଁ ତାଙ୍କୁ ଭୁବନେଶ୍ୱର ଆସନରେ ସାଂସଦ ପ୍ରାର୍ଥୀ ଘୋଷଣା କରିଥିଲା ଦଳ। ଆଉ ଏହା ପରେ ଅଚାନକ ରାଜନୈତିକ ଦୃଶ୍ୟ ପଟରୁ ଗାୟବ ହୋଇଯାଇଥିବା ଶ୍ରୀମୟୀ ମିଶ୍ରଙ୍କୁ ଗତ ବୁଧବାର ନିର୍ବାଚନ ଇସ୍ତହାର କମିଟିରେ ସଦସ୍ୟ ଭାବେ ଦାୟିତ୍ୱ ଦେଇଛି ବିଜେଡି।ତେବେ ବିଜେଡି ଲେଖାଶ୍ରୀଙ୍କୁ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ କରିବା ପରେ ଚର୍ଚ୍ଚା ହେଉଛି ଯେ ଶ୍ରୀମୟୀ ଦଳ ପାଇଁ ପରିଶ୍ରମ କରି କରି ମଧ୍ୟ ପ୍ରାର୍ଥୀ ହୋଇପାରିଲେନି। ହେଲେ ମାତ୍ର ୪ ଦିନ ତଳେ ବିଜେପି ଛାଡି ବିଜେଡିରେ ମିଶିଥିବା ଲେଖାଶ୍ରୀଙ୍କୁ ବିଜେଡି ସାଂସଦ ପ୍ରାର୍ଥୀ କରିଦେଲା।

ତେବେ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଦଳ ବାଲେଶ୍ଵରରୁ ପ୍ରାର୍ଥୀ କରିବାର ପ୍ରଥମ କାରଣ ହେଉଛି ଯେ ସେ ହେଉଛନ୍ତି ବାଲେଶ୍ଵରର ଝିଅ ଯିଏକି ରାଜଧାନୀ ରାଜନୀତିରେ ବେସ ସକ୍ରିୟ ରହିବା ସହ ବିଜେପିର ଜଣେ ଆଗ ଧାଡ଼ିର ନେତ୍ରୀ ଥିଲେ। ଆଉ ଏକ କାରଣ ହେଉଛି କି ସାଂସଦ ପ୍ରତାପ ସଡ଼ଙ୍ଗୀଙ୍କୁ ବିଜେପି ଏଥର ବାଲେଶ୍ଵର ସାଂସଦ ପ୍ରାର୍ଥୀ ଭାବେ ରିପିଟ କରିଛି।୨୦୧୯ରେ ବାଲେଶ୍ଵର ସଂସଦୀୟ କ୍ଷେତ୍ରରେ ବିଜେଡି ପ୍ରାର୍ଥୀ ରବୀନ୍ଦ୍ର ଜେନାଙ୍କୁ ପରାସ୍ତ କରି ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ବିଜେପି ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ। ତେବେ ବିଜେଡି ରବିନ୍ଦ୍ରଙ୍କୁ ରିପିଟ ନକରି ବାଲେଶ୍ଵର ଲୋକସଭା ଆସନ ପାଇଁ ଜଣେ ନୂଆ ମୁହଁ ଖୋଜୁଥିଲା। ଯେଉଁଥିପାଇଁ ପୂର୍ବରୁ ବାକି ୨୦ଟି ସଂସଦ ଆସନ ଆସନରେ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବାଲେଶ୍ଵର ପାଇଁ ପ୍ରାର୍ଥୀ ଚୟନ ନକରି ଅଟକାଇ ରଖିଥିଲା ଦଳ।

ତେବେ ଗତ ୭ ତାରିଖରେ ଲେଖାଶ୍ରୀ ବିଜେଡିର ମିଶିବା ପରେ ପୂର୍ବତନ ସାଂସଦ ତଥା ବାଲେଶ୍ଵରର ଟାଣୁଆ ନେତା ରବୀନ୍ଦ୍ର ଜେନା ତାଙ୍କୁ ଦଳକୁ ସ୍ୱାଗତ କରିଥିଲେ। ତେଣୁ ରାଜନୈତିକ ମହଲ ଆକଳନ କରୁଛି କି ଲେଖାଶ୍ରୀ ସାମନ୍ତସିଂହାର ବାଲେଶ୍ଵର ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ହେବାର ଅର୍ଥ ହେଉଛି ଏଠାରେ ବିଜେପି ପ୍ରାର୍ଥୀ ପ୍ରତାପ ସଡ଼ଙ୍ଗୀଙ୍କ ଗଣିତ ବିଗାଡିବା। କାରଣ ୨୦୧୯ରେ ବାଲେଶ୍ଵର ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ରବୀନ୍ଦ୍ର ଜେନାଙ୍କୁ ୪୮୩୮୫୮ ଭୋଟ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ ପାଇଥିଲେ ୪୭୦୯୦୨ ଭୋଟ। ଭୋଟ ବ୍ୟବଧାନ ଥିଲା ମାତ୍ର ୧୨୯୫୬। ତେଣୁ ବିଜେପି ଏଠାରେ ବିଜୟୀ ହୋଇଥିଲେ ମଧ୍ୟ ଏଠାରେ ଯଥେଷ୍ଟ କମ ଥିଲା।

ଏବେ ପୁଣି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ବିଜେଡିରେ ପ୍ରାର୍ଥୀ ହୋଇଥିବାରୁ ସେ ବହୁ ପରିମାଣରେ ବୁଜେପି ଭୋଟକୁ ମଧ୍ୟ ନିଜ ସପକ୍ଷରେ ପ୍ରଭାବିତ କରିବାର ଯଥେଷ୍ଟ ସମ୍ଭାବନା ରହିଛି। କାରଣ ୨୦୧୯ ରେ ଯେତେବେଳେ ପ୍ରତାପ ଷଡ଼ଙ୍ଗୀ ବାଲେଶ୍ଵରରେ ସାଂସଦ ପ୍ରାର୍ଥୀ ହୋଇଥିଲେ ସେତେବେଳେ ସେ ତାଙ୍କ ସହ ମିଶି ନିର୍ବାଚନ ପ୍ରଚାର କରିବା ସହ ପ୍ରତାପ ସଡ଼ଙ୍ଗୀଙ୍କୁ ଜିତାଇବା ପାଇଁ ଭୋଟ ମାଗିଥିଲେ ଲେଖାଶ୍ରୀ। ଆଉ ଏବେ ସେ ନିଜେ ବୁଜେଡିରେ ପ୍ରାର୍ଥୀ ହୋଇଥିବାରୁ ବହୁ ସଂଖ୍ୟାରେ ବିଜେପି ଭୋଟକୁ ନିଜ ସପକ୍ଷରେ ଆଣିବା ସ୍ୱାଭାବିକ।

ଏହା ସହ ବାଲେଶ୍ଵରର ଟାଣୁଆ ବିଜେଡି ନେତା ରବୀନ୍ଦ୍ର ଜେନାଙ୍କର ସମର୍ଥନ ମଧ୍ୟ ଲେଖାଶ୍ରୀଙ୍କ ପାଇଁ ସହଜ ବିଜୟର ପଥ ପରିଷ୍କାର କରିଦେଵ ବୋଲି କୁହାଯାଉଛି। ଖାଲି ସେତିକି ନୁହେଁ ପୂର୍ବତନ ଶଂସଦ ତଥା ଐରଖାରବେଳ ସ୍ୱାଇଁ ମଧ୍ୟ ବାଲେଶ୍ଵର ଲୋକସଭା ଆସନରୁ ପ୍ରାର୍ଥୀ ହେବା ପାଇଁ ଆଶାୟୀ ଥିଲେ। ହେଲେ ପ୍ରତାପ ସଡ଼ଙ୍ଗୀଙ୍କୁ ବିଜେପି ପ୍ରାର୍ଥୀ କରିବାରୁ ଖାରବେଳଙ୍କର ଅସନ୍ତୋଷ ମଧ୍ୟ ରହିଛି। ଯେଉଁଥିରୁ ବିଜେଡି ପ୍ରାର୍ଥୀ ଲେଖାଶ୍ରୀଙ୍କୁ ମଧ୍ୟ ଫାଇଦା ମିଳିପାରେ। ତେବେ ମୋଟାମୋଟି ଭାବେ କହିବାକୁ ଗଲେ ଲେଖାଶ୍ରୀଙ୍କୁ ବାଲେଶ୍ଵର ଲୋକସଭା ଆସନରୁ ପ୍ରାର୍ଥୀ କରି ବିଜେଡି ଏକ ମାଷ୍ଟର ଷ୍ଟ୍ରକ ଖେଳିଛି କହିଲେ ଭୁଲ ହେବନାହିଁ।

Leave a Comment

Your email address will not be published. Required fields are marked *

Scroll to Top