ପୁଣି ଦାଦାଗିରି କଲେ ବାହୁବଳୀ ନେତା ପ୍ରଶାନ୍ତ ଜଗଦେଵ। ସାମ୍ବାଦିକଙ୍କ ମୋବାଇଲ ଛଡାଇ ଲୋକଙ୍କୁ ପିଟିଲେ।
ପୁଣି ବାହୁବଳୀ ବିଧାୟକଙ୍କ ଦାଦାଗିରି। ବିଜେଡିର କରୁଥିଲେ ଏବେ ବିଜେପିରେ ବି କଲେ। ସାମ୍ବାଦିକଙ୍କ ଠାରୁ ଫୋନ ଛଡାଇ ନେଲେ। ଲୋକଙ୍କୁ ଧକା ମାରି ଠେଲାପେଲା କଲେ।ହଁ ଆଜ୍ଞା ବନ୍ଧୁଗଣ ଆମେ ଜଣାଉଛୁ ଚିଲିକାର ବିଧାୟକ ପ୍ରଶାନ୍ତ ଜଗଦେବଙ୍କ କଥା। ଯିଏକି ବିଜେଡିର ଥିଲା ବେଳେ ଲୋକଙ୍କ ଉପରେ ଦାଦାଗିରି କରି ଦଳରୁ ବହିସ୍କୃତ ହୋଇଥିଲେ। ଆଉ ପରେ ବିଜେପିରେ ମିଶିଥିଲେ। ହେଲେ ଏବେ ମଧ୍ୟ ସେହି ସମାନ କଥା କରିଛନ୍ତି। ଦେଖନ୍ତୁ ଟିକେ ଏହି ଦୃଶ୍ୟକୁ କେମିତି ସାମ୍ବାଦିକଙ୍କ ହାତରୁ ତାଙ୍କ ମୋବାଇଲ ଫୋନ ଛଡାଇ ନେଉଛନ୍ତି ପ୍ରଶାନ୍ତ ଜଗଦେଵ।
ଏ ଘଟଣା ହେଉଛି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଛଣଗିରି ଅଞ୍ଚଳର। ଏଠାରେ ବିଜେପିର ନିର୍ବାଚନ ପ୍ରଚାର ସମୟରେ ପୂର୍ବଭଳି ଦବଙ୍ଗଗିରି ଦେଖାଇଥିଲେ ପ୍ରଶାନ୍ତ ଜଗଦେଵ। ଯେଉଁଥିପାଇଁ ଗାଁ ଲୋକଙ୍କ ସହ ତାଙ୍କର ବଚସା ଏବଂ ଠେଲାପେଲା ହୋଇଥିଲା। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଜଣେ ସାମ୍ବାଦିକ ତାଙ୍କର ମୋବାଇଲ ଫୋନ କ୍ୟାମେରାରେ ଦୃଶ୍ୟକୁ ରେକଡ଼ିଂ କରୁଥିଲେ। ହେଲେ ତାଙ୍କର ଭିଡିଓ କରାଯାଉଥିବା ଦେଖି ପ୍ରଶାନ୍ତ ଜଗଦେଵଙ୍କ ମୁଣ୍ଡକୁ ପିତ ଚୋରି ଯାଇଥିଲା। ଆଉ ସେ ସିଧା ସାମ୍ବାଦିକଙ୍କ ପାଖକୁ ମାଡି ଆସିଥିଲେ। ଆଉ ତାଙ୍କ ହାତରୁ ମୋବାଇଲ ଫୋନକୁ ଝାମ୍ପି ନେଇଥିଲେ।
ହଁ ଆଜ୍ଞା ଏହି ପ୍ରଶାନ୍ତ ଜଗଦେଵ ୨ ବର୍ଷ ତଳେ ବାଣପୁର ବ୍ଲକରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ସମୟରେ ବାହାରେ ଜମା ହୋଇଥିବା ବିଜେପି କର୍ମୀ ମାନଙ୍କ ଉପରେ ତାଙ୍କ ଗାଡି ଚଢାଇ ଦେଇଥିବା ଅଭିଯୋଗ ହୋଇଥିଲା। ଯେଉଁଥିରେ କିଛି ଲୋକ ଆହତ ହିଇଥିବା ମଧ୍ୟ ଜଣା ପଡିଥିଲା। ସେହି ଘଟଣାକୁ ନେଇ ବିଜେଡି ପ୍ରଶାନ୍ତ ଜଗଦେଵଙ୍କୁ ଦଳରୁ ନିଲମ୍ବନ ମଧ୍ୟ କରିଥିଲା ହେଲେ ଏହି ନିଲମ୍ବନ ଆଦେଶ ଯଥେଷ୍ଟ ନୁହେଁ ବୋଲି ସେତେବେଳେ କହିଥିଲା ବିଜେପି। ଆଉ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ନିଜେ ବିଜେଡି ଉପରେ ବର୍ଷିବା ସହ ପ୍ରଶାନ୍ତ ଜଗଦେବଙ୍କୁ ଜେଲ ପଠାଇବାକୁ ଦାବି କରିଥିଲେ।
ଏହି ଘଟଣାକୁ ନେଇ ବିଜେଡି ମଧ୍ୟ ପ୍ରଶାନ୍ତ ଜଗଦେବଙ୍କୁ ଦଳରୁ ବହିଷ୍କାର କରିଥିଲା। ହେଲେ ଏହାର କିଛି ଦିନ ପରେ ସେହି ଅପରାଜିତା ନିଜେ ପ୍ରଶାନ୍ତ ଜଗଦେବଙ୍କୁ ଡାକି ବିଜେପିରେ ମିଶାଇଥିବା ଗତ କିଛି ଦିନ ତଳେ ଏକ ସଭାରେ କହିଥିଲେ। ଖାଲି ଏତିକି ନୁହେଁ ପ୍ରଶାନ୍ତ ଜଗଦେବଙ୍କୁ ପ୍ରଶଂସାରେ ପୋତିବା ସହ ଖୋର୍ଦ୍ଧା ବିଧାନସଭା ଆସନର ଦାୟିତ୍ୱ ନେବା ପାଇଁ ତାଙ୍କ ଭଳି ଯୋଗ୍ୟ ବ୍ୟକ୍ତି ନାହାଁନ୍ତି ବୋଲି କହିଥିଲେ ଅପରାଜିତା।
ହେଲେ ଏବେ ବିଜେପି ନେତା ସାଜିଥିବା ପ୍ରଶାନ୍ତ ଜଗଦେଵ ଥରେ ଏଭଳି କାରନାମା କରିଥିବା ଦେଖିବାକୁ ମିଳିଛି। ଆଉ ତାଙ୍କର ଦାଦାଗିରିକୁ କ୍ୟାମେରାରେ କଏଦ କରୁଥିବା ସାମ୍ବାଦିକଙ୍କ ମୋବାଇଲ ଫୋନ ଛଡାଇ ନେବାକୁ ମଧ୍ୟ ପଛାଇ ନାହାଁନ୍ତି ଏହି ବାହୁବଳୀ ବିଧାୟକ। ହେଲେ ସାମ୍ବାଦିକଙ୍କ ଠାରୁ ଫୋନ ଛଡାଉଥିବାର ଦୃଶ୍ୟ ଏହା ପଛରେ ଥିବା ରହସ୍ୟ ଆଉ ଏକ କ୍ୟାମେରାରେ କଏଦ ହୋଇଥିଲା। ଯେଉଁଥିରୁ ଏହି ବାହୁବଳୀ ବିଜେପି ନେତାଙ୍କ କାରନାମା ପୁଣି ଥରେ ସାମ୍ନାକୁ ଆସିଛି।