“ବିଜେପିକୁ ୭ଟାରୁ ୭ଟା ବିଧାୟକ ପ୍ରାର୍ଥୀ ଜିତେଇ ଦିଅ..ଏକା ଥରେକେ ଲେଖା ଛିଡେଇ ଦିଅ” : ପ୍ରଦୀପ ପାଣିଗ୍ରାହୀ ।

ବନ୍ଧୁଗଣ ସାଧାରଣ ନିର୍ବାଚନ-୨୦୨୪ ପାଖେଇ ଆସୁଥିବା ବେଳେ ଓଡ଼ିଶା ରାଜ୍ୟ ରାଜନୀତି ବେଶ୍ ସରଗରମ ହୋଇ ପଡ଼ିଛି ଆଉ ସେଥିପାଇଁ ପ୍ରକ୍ରିୟା ମଧ୍ୟ ଜୋର୍ ସୋର୍ ଜାରି ରହିଛି । ଓଡ଼ିଶାରେ ଲୋକସଭା ସମେତ ବିଧାନସଭା ନିର୍ବାଚନ ହେଉଥିବାରୁ ରାଜନୈତିକ ପାଣିପାଗ ଅନ୍ୟ ରାଜ୍ୟ ତୁଳନାରେ ଅଧିକ ଉତ୍ତପ୍ତ ହୋଇପଡ଼ିଛି । ବିଜେପି ଓ ବିଜେଡି କିଛି ପ୍ରାର୍ଥୀ ଘୋଷଣା କରି ସାରିଥିବା ବେଳେ କିଛି ନେତା ଓ କର୍ମୀ ଉତ୍ସାହିତ ଥିବା ବେଳେ ଅନ୍ୟମାନେ ହତୋତ୍ସାହ ଦେଖା ଯାଇଛନ୍ତି ।

ଦଳୀୟ ଟିକେଟ୍‌ ପାଇ ନଥିବା ଅଥବା ସମ୍ଭାବିତ ଟିକେଟ୍‌ ତାଲିକାରେ ନଥିବା ନେତାମାନେ ଦଳ ଡେଉଁଛନ୍ତି । ତେବେ ପ୍ରଚାର ପାଇଁ ମଇଦାନକୁ ଓହ୍ଲାଇଛନ୍ତି ବିଭିନ୍ନ ଦଳୀୟ ନେତା । ବନ୍ଧୁଗଣ ଗୋପାଳପୁର ବିଧାୟକ ତଥା ବ୍ରହ୍ମପୁର ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ, ରୋକଠୋକ କଥା କହି ସବୁବେଳେ ଚର୍ଚ୍ଚାରେ ଥାଆନ୍ତି ।

ଚଳିତ ବର୍ଷ ବିଜେଡ଼ି ଛାଡ଼ି ପଦ୍ମ ଧରିଛନ୍ତି ପ୍ରଦୀପ ପାଣିଗ୍ରାହୀ । ଇତି ମଧ୍ୟରେ ନିକଟରେ ପ୍ରଚାର ସମୟରେ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି, “ବ୍ରହ୍ମପୁରକୁ ଏକ ଶ୍ରେଷ୍ଠ ବରମ୍ପୂର୍ କରିବା ଯେଉଁ ଲୋକସଭା କ୍ଷେତ୍ରରେ ସବୁ ସମସ୍ୟା ରହିଛି ସେଣ୍ଟ୍ରାଲ ସେକ୍ଟରରେ ହେଉ ଗମେଣ୍ଟ ଅଫ୍ ଇଣ୍ଡିଆ ପାଖରେ ପେଣ୍ଡିଂ ପ୍ରପୋଜାଲ୍ ରହିବା କିମ୍ଵା ରାଜ୍ୟ ସରକାର ପାଖରେ ଯେଉଁ ପେଣ୍ଡିଙ୍ଗ ପ୍ରପୋଜାଲ୍ ।

ଯାହା ସବୁ ରହିଛି ଆମର ସମସ୍ତ ବିଧାୟକ ପ୍ରାର୍ଥୀ ଆମର ଦଳର ନେତୃବୃନ୍ଦ କର୍ମକର୍ତ୍ତା ବୃନ୍ଦ ମାଧ୍ଯମରେ ଆଲୋଚନା ହେଇ ନିଷ୍ପତି ନିଆଯାଇଛି ଯାହା ଦ୍ଵାରା ଅବହେଳିତ କାର୍ଯ୍ୟକ୍ରମକୁ ସମ୍ପୂର୍ଣ କରିବା ଆଉ କିଛି କ୍ଷେତ୍ରରେ ଯେମିତି କି ଶିକ୍ଷା ସ୍ବାସ୍ଥ୍ୟ କ୍ଷେତ୍ରରେ ବା ମୌଳିକ ନିଯୁକ୍ତି କ୍ଷେତ୍ରରେ ତଥା କୃଷକ ଶ୍ରମିକ ଆଉ ଦାଦନ ସମସ୍ୟାକୁ ଦୂର କରିବା କ୍ଷେତ୍ରରେ ହେଉ ବା ଲୋକମାନଙ୍କ ଇନକମ୍ କିଭଳି ବଢିବ ସେଇ କ୍ଷେତ୍ରରେ ହେଉ ତାକୁ ଗୁରୁତ୍ଵ ଦେଇକି ଆଗାମୀ ୫ ବର୍ଷରେ ଯୋଜନା କରିବା ଆମର ମୂଳ ଲକ୍ଷ୍ୟ ହେବ” ।

ଏହାପରେ ପ୍ରଦୀପ ପାଣିଗ୍ରାହୀ ଆହୁରି ମଧ୍ୟ କହିଥିଲେ ଯେ ଏବେ ଆମର ଯେଉଁ ଉଦ୍ଦେଶ୍ୟ ରହିଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱ ବିଜେପି ପ୍ରତି ଲୋକଙ୍କ ଆଗ୍ରହ । ବିଜେଡ଼ିର ଏକଛତ୍ରବାଦ ଶାସନର ଯେଉଁ ଅବସ୍ଥା, ଭ୍ରଷ୍ଟାଚାର, ଦୂରାଚାର, ଅନାଚାର ବ୍ୟଭିଚାର ସହିତ ଭୟ ଆଉ ଡର ସୃଷ୍ଟି କରିବା ଲୋକଙ୍କ ମନରେ ଏ ଦୃଷ୍ଟିରୁ ଲୋକ ଚାହୁଁଛନ୍ତି ପରିବର୍ତ୍ତନ । ଆଉ ତାଙ୍କର ବିଶ୍ୱାସ ଯେ ଗଂଜାମ ଜିଲ୍ଲାରେ ସବୁଯାକ ସିଟରେ ବିଜେପି ଜିତିବ । ଆଉ ସେ ଅନୁରୋଧ କରିଛନ୍ତି ଯେ ବରମ୍ପୂରର ବିଜେପିକୁ ୭ଟାରୁ ୭ଟା ବିଧାୟକ ପ୍ରାର୍ଥୀ ଜିତେଇ ଦେଇ ଗୋଟାଏ ଥର ମେସେଜ ଦେଇ ଦିଅନ୍ତୁ ଆଉ ଏକା ଥରେକେ ଲେଖା ଛିଡେଇ ଦିଅନ୍ତୁ ।

Leave a Reply

Your email address will not be published. Required fields are marked *