ଭିଡିଓ କରୁଥିଲେ ସାମ୍ବାଦିକ, କ୍ୟାମେରା ଦେଖି ରାଗିଗଲେ ଅଙ୍ଗନବାଡି ଦିଦି କହିଲେ ନାନା… ମୋର ଭିଡିଓ କରନା…।

ନାନା ମୋର ଭିଡିଓ କରନା କହି ବସିବା ସ୍ଥାନରୁ ଉଠିଆସିଲେ ଅଙ୍ଗନବାଡି ଦିଦି। କ୍ୟାମେରା ଦେଖି ଲାଜରେ ମୁହଁ ଲୁଚାଇଦେଲେ ଆଉ ତାଙ୍କ କଥା ନରହିବାରୁ ରାଗିଗଲେ ଦିଦି ଆଉ ରାଗରେ ତମ ତମ ହୋଇ ପଳାଇଗଲେ ହେଲେ ତାଙ୍କ ଦିଦି ସିନା ଚାଲିଗଲେ ହେଲେ ତାଙ୍କ ସହାୟିକା ଜଣକ ଛାଡିନଥିଲେ। ଭିଡିଓ କାହିଁକି କରୁଛ ବୋଲି କହି ଖବର ସଂଗ୍ରହ କରିବାକୁ ଯାଇଥିବା ପ୍ରତିନିଧିଙ୍କୁ ତାଗିଦ କରିଥିଲେ।

ଏମିତିକି ଏଠି ଭିଡିଓ କାହିଁକି କରୁଛ ବୋଲି କହି ବିରକ୍ତ ହୋଇ କହିବା ସହିତ ଏହା ଗମେଣ୍ଟ ସଂସ୍ଥା ସେ ଯାହା କରିବେ ନାଁ ଆମେ କ’ଣ ହାତରୁ କରିବୁ। ଏମିତି କିଛି କହି ଚିଡି ଗଲେ ସହାୟିକା। ଏସବୁ ବିଷୟରେ ଆମକୁ ନପଚାରି ସିଧା ଯାଇ ଅଫିସରେ ପଚାରନ୍ତୁ ବୁଝନ୍ତୁ ଏମିତି ମୁହେଁ ମୁହେଁ କହିଥିଲେ ସହାୟିକା।

ହଁ ଆଜ୍ଞା ଖବର ସଂଗ୍ରହ କରିବାକୁ ଯାଇ ଦୁର୍ବ୍ୟବହାରର ଶିକାର ହୋଇଛନ୍ତି ଜଣେ ସାମ୍ବାଦିକ। ଅଙ୍ଗନବାଡିର କର୍ମୀମାନେ ତାଙ୍କୁ ଗାଳି ଗୁଲଜ କରିବା ସହିତ ଦୁର୍ବ୍ୟବହାର କରିଛନ୍ତି। ଏମିତିକି ତାଙ୍କୁ ଧୋକା ମାରିବା ସହିତ ତାଙ୍କ ମୋବାଇଲ ମଧ୍ୟ ଭାଙ୍ଗିଦେଇଥିବା ଅଭିଯୋଗ ହୋଇଛି।ଆଜ୍ଞା ହଁ ଏମିତି ଘଟଣା ଘଟିଯାଇଛି ଯାଜଳୁର ଜିଲ୍ଲା ବିଞ୍ଝାପୁର ବ୍ଲକ ଅନ୍ତର୍ଗତ ଶ୍ରୀପୁର ପଞ୍ଚାୟତର ଦିଇ ନମ୍ବରରେ ଥିବା ଅଙ୍ଗନବାଡିରେ।

ଏଠାରେ ଅନେକ ପ୍ରକାର ଅନିୟମିତତା ଲାଗିରହିଛି। ପିଇବା ପାଣି ଠାରୁ ଆରମ୍ଭ କରି ବିଜୁଳି ପିଲା ମାନଙ୍କର ଦାୟିତ୍ୱ ନେବା ଏମିତିକି ଅନେକ ପ୍ରକାରର ଅସୁବିଧା ଘେରରେ ରହିଛିଏହି ଅଙ୍ଗନବାଡି କେନ୍ଦ୍ର। ଖରା ଝାଞ୍ଜିରେ ସାରା ରାଜ୍ୟ ସିଝୁଥିବା ସମୟରେ ଏଭଳି ପରିସ୍ଥିତିରେ ପିଲାମାନେ ଫ୍ୟାନ ତଳେ ବସି ପାଠ ଓଡ଼ିବାକୁ ସୁଯୋଗ ମିଳୁ ନାହିଁ। ଅସହ୍ୟ ଖରାର ତାତିକୁ ଦେଖି ପିଲା ମାନଙ୍କୁ ପାଣି ପିଇବାକୁ ୩ ଟି ବ୍ରେକ ଦିଆଯାଇଥିବା ବେଳେ ଏଠି କୁନି କୁନି ପିଲାମାମଙ୍କର ତଣ୍ଟି ଶୋଷରେ ସୁଖୀ ଯାଇଯାଉଥିବା ବେଳେ ପାଣି ଟୋପେବି ପିଇବାକୁ ମିଳୁନାହିଁ।

ଯାହାକୁ ନେଇ ଅଭିଭାବକ ମାନେ ଅଭିଯୋଗ କରିଥିବା ବେଳେ ଏହି କୁନି କୁନି ପିଲାନଙ୍କର ସମସ୍ୟାର ସମାଧାନ ପାଇଁ ଜଣେ ପ୍ରତିନିଧିଙ୍କୁ ଡାକି ଆଣିଥିଲେ। ହେଲେ ତାଙ୍କୁ ବି ଛାଡିଲେନି ଏହି ଅଙ୍ଗନବାଡି କର୍ମୀ। ତାଙ୍କୁ ଦୁର୍ବ୍ୟବହାର କରିବା ସହିତ ତାଙ୍କୁ ଧୋକା ପରେ ମାରିଥିଲେ।।ଯାହାକୁ ନେଇ ଅଙ୍ଗନବାଡି କର୍ମୀଙ୍କୁ ନେଇ ସଂଘୀ ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ।

ଏସବୁ ସମସ୍ୟାର ସମାଧାନ ପାଇଁ ପ୍ରତିନିଧି ଜଣକ ଯେତେବେଳେ ଭିଡିଓ କରୁଥିଲେ କାହିଁକି ରାଗିଗଲେ ଅଙ୍ଗନବାଡି ଦିଦି। ଯଦି ପିଲା ମାନଙ୍କର ସମସ୍ୟା ଦୂର ହୁଏ ତେବେ ଦିଦିଙ୍କର କେଉଁ ପ୍ରକାରର ସ୍ୱାର୍ଥ। ଏଠି ବଳି ପଡିଯିବ। ଏଥିସହିତ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିବାକୁ ଏ ଅଙ୍ଗନବାଡି କର୍ମୀଙ୍କୁ ସାହସ ଦେଲା କିଏ। ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *