ବିଜେଡି ଉପରେ ଗର୍ଜିଲେ ପ୍ରଦୀପ ପାଣିଗ୍ରାହୀ.. “କଳେ, ବେଳେ କୌଶଳେ କେବଳ ଶାସନକୁ ଆସିବାକୁ ଚାଁହୁଛି ବିଜେଡି” ।
ବନ୍ଧୁଗଣ ସାଧାରଣ ନିର୍ବାଚନ-୨୦୨୪ ପାଖେଇ ଆସୁଥିବା ବେଳେ ଓଡ଼ିଶା ରାଜ୍ୟ ରାଜନୀତି ବେଶ୍ ସରଗରମ ହୋଇ ପଡ଼ିଛି ଆଉ ସେଥିପାଇଁ ପ୍ରକ୍ରିୟା ମଧ୍ୟ ଜୋର୍ ସୋର୍ ଜାରି ରହିଛି । ଓଡ଼ିଶାରେ ଲୋକସଭା ସମେତ ବିଧାନସଭା ନିର୍ବାଚନ ହେଉଥିବାରୁ ରାଜନୈତିକ ପାଣିପାଗ ଅନ୍ୟ ରାଜ୍ୟ ତୁଳନାରେ ଅଧିକ ଉତ୍ତପ୍ତ ହୋଇପଡ଼ିଛି । ବିଜେପି ଓ ବିଜେଡି କିଛି ପ୍ରାର୍ଥୀ ଘୋଷଣା କରି ସାରିଥିବା ବେଳେ କିଛି ନେତା ଓ କର୍ମୀ ଉତ୍ସାହିତ ଥିବା ବେଳେ ଅନ୍ୟମାନେ ହତୋତ୍ସାହ ଦେଖା ଯାଇଛନ୍ତି । ଦଳୀୟ ଟିକେଟ୍ ପାଇ ନଥିବା ଅଥବା ସମ୍ଭାବିତ ଟିକେଟ୍ ତାଲିକାରେ ନଥିବା ନେତାମାନେ ଦଳ ଡେଉଁଛନ୍ତି । ତେବେ ପ୍ରଚାର ପାଇଁ ମଇଦାନକୁ ଓହ୍ଲାଇଛନ୍ତି ବିଭିନ୍ନ ଦଳୀୟ ନେତା ।
ବନ୍ଧୁଗଣ ଗୋପାଳପୁର ବିଧାୟକ ତଥା ବ୍ରହ୍ମପୁର ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ, ରୋକଠୋକ କଥା କହି ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ଚଳିତ ବର୍ଷ ବିଜେଡ଼ି ଛାଡ଼ି ପଦ୍ମ ଧରିଛନ୍ତି ପ୍ରଦୀପ ପାଣିଗ୍ରାହୀ । ଇତି ମଧ୍ୟରେ ନିକଟରେ ପ୍ରଚାର ସମୟରେ ବିଜେଡି ଉପରେ ବର୍ଷିଛନ୍ତି ପ୍ରଦୀପ ପାଣିଗ୍ରାହୀ ।
ପ୍ରଦୀପ ପାଣିଗ୍ରାହୀ କହିଛନ୍ତି ଯେ, କହିଥିଲି ବିଜେଡିରୁ ବହୁ ନେତା ଛାଡିବେ, ତାହା ମିଛ ହେଲା କି? ବିଜେଡି ଏକ ଦଳ ଏବେ ସମ୍ପୂର୍ଣ୍ଣ ନିର୍ବଳ । ବିଜେଡିର ସଫଳତାର କାହାଣୀ ଶେଷ ହେବାକୁ ଯାଉଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଜେଡ଼ି ବାଲାଙ୍କର କ୍ୱାଲିଟି, ମେରିଟି ଏବଂ କ୍ୟାରେକ୍ଟର କିଛି ଭି ନାହିଁ । କେମିତି କଳେ, ବେଳେ କୌଶଳେ କେବଳ ନିର୍ବାଚନରେ ଜିତି ଶାସନକୁ ଆସିବାକୁ ଚାଁହୁଛି ବିଜେଡି ।
ଏହି ଗୋଟାଏ ଲକ୍ଷ୍ୟ ଛଡ଼ା ବିଜେଡ଼ିର ଆଉ କିଛି ନାହିଁ । ଭଲରେ ବୁଝିଲେ ଜଣା ପଡ଼ିବ ଗୋଟେ ଲିଡର ତାର ପର୍ସନାଲିଟିରୁ ଆସନ୍ତା ସେଥିପାଇଁ ସ୍କିମ୍ ଦରକାର ପଡ଼ନ୍ତା ନାହିଁ । ବିଜେଡ଼ିର ସକ୍ସେସ ଷ୍ଟୋରି ଶେଷ ହେବାକୁ ଯାଉଛି ତାହା ସମ୍ପୂର୍ଣ ଜଣା ପଡ଼ୁଛି । ଟିକେଟ ନମିଳିଲେ ଦଳ ପରିବର୍ତନ କରିବା ଟା ସ୍ଵାଭାବିକ । ସିଟିଜେନ୍ ହିସାବରେ ନିଜ ଇଚ୍ଛା ମୁତାବକ ଦଳ ବଦଳାଇବାର ସମ୍ପୂର୍ଣ ସ୍ଵାଧୀନତା ଅଛି । ଶେଷରେ ପ୍ରଦୀପ କହିଥିଲେ ଯଦି ନିର୍ବାଚନକୁ ଅବାଧ ନିରପେକ୍ଷ କରିବା ପାଇଁ ଚାହୁଁଛନ୍ତି ଜିଲ୍ଲାପାଳ ମାନଙ୍କର ଏନଗେଜ୍ମେଣ୍ଟ ଡାଇରିକୁ ଦେଖିଲେ ଜଣା ପଡ଼ିଯିବ ।