ଆସିଲା ରିପୋର୍ଟ ଏହି ଠାରୁ ମିଳିବ ଶ୍ରୀମୟୀଙ୍କୁ ଟିକେଟ। ଶ୍ରୀମୟୀଙ୍କୁ ନେଇ ସବୁଆଡେ ଚର୍ଚ୍ଚା।
ଆସିଲା ଇଣ୍ଟରନେସନାଲ ସର୍ଭେ ଟିକଟ। କାହିଁକି ଲଢ଼ିବେ ଶ୍ରୀମୟୀ ସବୁ ଜଣା ପଡିଗଲା। ଯଦି ଟିକେଟ ପାଆନ୍ତି ତେବେ ଜିତିବା ନିଶ୍ଚିତ। ଶ୍ରୀମୟୀ ମିଶ୍ରଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ୧୪୭ଟି ବିଧାନସଭା ଆସନ ମଧ୍ୟରୁ କେବଳ ଶ୍ରୀମୟୀଙ୍କୁ ନେଇ ଚର୍ଚ୍ଚା ସବୁଠାରେ ଆଗରେ। ପୁରା ଓଡିଶା ଚାହିଁରହିଛି ଶ୍ରୀମୟୀଙ୍କୁ କେଉଁଠାରେ ଟିକେଟ ମିଳିବ। ତେବେ ଏହାରି ଭିତରେ ଶ୍ରୀମୟୀଙ୍କୁ କ’ଣ ପାଇଁ ଟିକେଟ ମିଳିବା ଦରକାର ସେହି କଥା ସାମ୍ନାକୁ ଆସିଛି। ଶ୍ରୀମୟୀ ହେଉଛନ୍ତି ଏମିତି ଜଣେ ଆଶାୟୀ ଯାହାଙ୍କୁ ଟିକେଟ ନଦେଲେ ବିଜେଡି ବଡ଼ କ୍ଷତି କରିବ।
ବୁରୁଖା ନେତାଙ୍କୁ ପଛରେ ପକାଇ ଶ୍ରୀମୟୀଙ୍କୁ ଟିକେଟ ଦେବା ଦରକାର ବୋଲି ଏହିସବୁ କାରଣ ଆମେ ଜଣେଇ ଦେଉଛୁ। ୪ ଟି କାରଣ ଜଣେଇ ଦେଉଛୁ ଶ୍ରୀମୟୀଙ୍କୁ ଟିକେଟ ମିଳିବା ଦରକାର ବୋଲି।ପ୍ରଥମ କାରଣ ହେଉଛି। ଶ୍ରୀମୟୀ ହେଉଛନ୍ତି ବଜେଡ଼ିର ଜଣେ ଶୃଙ୍ଖଳିତ ଏବଂ ବିବାଦରେ ନଥିବା ନେତ୍ରୀ। ଆଜି ପର୍ଯ୍ୟନ୍ତ ବିବାଦରେ ରହି ନାହାନ୍ତି ଶ୍ରୀମୟୀ। ଅନେକ ସମୟରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା ସାଉଣ୍ଟିଛନ୍ତି। କାରଣ ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକ ଯେଉଁ ଦାୟିତ୍ୱ ଦେଇଛନ୍ତି ତାକୁ ଶ୍ରୀମୟୀ ମିଶ୍ର ସୁଚାରୁ ରୂପେ ତୁଲାଇ ଛନ୍ତି। ସେ ହେଉଛନ୍ତି ଦଳର ଏମ ଆଗଧାଡ଼ିର ମହିଳା ନେତ୍ରୀ। ତେଣୁ ଏଥର ଦଳ ଯେତେବେଳେ ବିଧାନସଭାରେ ମହିଳା ପ୍ରତିନିଧିତ୍ୱକୁ ଗୁରୁତ୍ୱ ଦେଉଛି। ଶ୍ରୀମୟୀଙ୍କୁ ଟିକେଟ ମିଳିବ ନେଇ ଚର୍ଚ୍ଚା ସ୍ୱାଭାବିକ।
ଦ୍ୱିତୀୟ କାରଣ ହେଉଛି। ଭୁବନେଶ୍ୱରରେ ଲୋକପ୍ରିୟତା ହାତେଇଛନ୍ତି ଶ୍ରୀମୟୀ। ଯେତେବେଳେ ତାଙ୍କୁ ଓଟିଡିସିର ଦାୟିତ୍ୱ ମିଳିଥିଲା ସେତେବେଳେ ସେ ରାଜଧାନୀରେ ସକ୍ରିୟ ହୋଇଥିଲେ। ତାଙ୍କୁ ନେଇ ଆରମ୍ଭ ହୋଇଥିଲା ଚର୍ଚ୍ଚା। ଆଉ ତାଙ୍କୁ ନେଇ ଭୁବନେଶ୍ୱରର ପର୍ଯ୍ୟବ୍ୟକ୍ଷକ ଦାୟିତ୍ୱ ମିଳିଥିଲା ସେତେବେଳେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ବିଧାୟକ ମାନେ ଭଲ ମନରେ ଗ୍ରହଣ କରିଥିଲେ। ଯାହା ତାଙ୍କର ଟିକେଟ ମିଳିବାର ଆଶାକୁ ଦୁଇଗୁଣିତ କରି ଦେଇଥିଲା।
ବିଜେଡି କାମକୁ ଦେଖି ଟିକେଟ ନିର୍ଧାରଣ କରେ। ବୋଧେ ଶ୍ରୀମୟୀଙ୍କର କାମ ପରିଶ୍ରମ ଦଳକୁ ବେସ ପସନ୍ଦ ଆସିଛି। ଗତ ବର୍ଷ ଠାରୁ ଆରମ୍ଭ କରିଛନ୍ତି ଟିକେଟ ଭାଇମାନେ ଯାତ୍ରା।ସବୁ ନିର୍ବାଚନ ମଣ୍ଡଳୀ ବୁଲିବା ସହ ସଭା ସମିତିର ଯାଇ ଯୋଗ ଦେଇଛନ୍ତି ଶ୍ରୀମୟୀ।ଆଗରୁ ଯେତିକି ପରିଚିତ ହୋଇନଥିଲେ ଏହି ୬ମାସରେ ଅଧିକ ପରିଚିତ ହୋଇଛନ୍ତି। ଆଉ ସଭା ସମିତିକୁ ଯିବା ସମୟରେ ତାଙ୍କୁ ଜନସମର୍ଥ ମିଳିଛି ବୋଲି ସୂଚନା ମିଳିଛି।
ସେପଟେ ଯଦି ଦେଖିବା ବିଜୁଜନତା ଦଳର ଇଲେକେସନ ଇଂଜିନିୟରିଂକୁ ବିଜୟର ଶ୍ରେୟ ଦିଆଯାଏ। ଆଉ ଏ ପ୍ରକ୍ରିୟାରେ ସବୁଠାରୁ ଗୁରୁତ୍ୱ ବହନ କରେ ଆଶାୟୀ ପ୍ରାର୍ଥୀଙ୍କ ରିପୋର୍ଟ କାର୍ଡ। ଦଳ ବର୍ଷ ସାରା ବିଭିନ୍ନ ପର୍ଯ୍ୟୟରେ ଆଭ୍ୟନ୍ତରୀଣ ସର୍ଭେ କରେ। ଆଉ ଏହି ଇଣ୍ଟଲନାଲ ଫିଟବ୍ୟାଗ ଆଧାରରେ ଅନେକାଂଶରେ ପ୍ରାର୍ଥୀ ଚୟନ କରାଯାଏ। ସୂଚନା ଅନୁସାରେ ଶ୍ରୀମୟୀଙ୍କ ରିପୋର୍ଟ କାର୍ଡ ପୂର୍ବପେକ୍ଷା ବେସ ଭଲ ରହିଛି। ଆଉ ଯେଉଁଥିପାଇଁ ଦଳ ଶ୍ରୀମୟୀଙ୍କୁ ଟିକଟ ଦେଲେ ବହୁତ ଲାଭରେ ରହିବ। କାରଣ ମଧ୍ୟମରେ ଯେଉଁମାନେ ଆଶାୟୀ ପ୍ରାର୍ଥୀ ଅଛନ୍ତି ସେମାନଙ୍କ ମଧ୍ୟରେ ବିବାଦ ଦେଖା ଦେଇଛି। ଅନେକ ସମୟରେ ସେମାନଙ୍କ ପ୍ରତି ଜନ ଆନ୍ଦୋଳନ ଦେଖା ଦେଇଛି ଯାହା ଶ୍ରୀମୟୀଙ୍କ ବିରୋଧରେ କେବେ ହେଲେ ହୋଇନାହିଁ।