ରାଜନୀତିରେ ପଶିବାକୁ ମନୋଜ ମିଶ୍ର ସବୁ ନାଟକ କରିଥିଲେ
ଓଡ଼ିଶାରେ ସେ ଯିଏ ଏକମାତ୍ର ଲୋକ ଯିଏ କି ରାଜନୀତି କରୁଛନ୍ତି ବିନା ଅଭିଜ୍ଞତାରେ। ପ୍ରଥମ କଥା ତ ବିନା ଅଭିଜ୍ଞତାରେ ରାଜନୀତି କଲେ ସେ କଥା ଛାଡ଼ନ୍ତୁ କିନ୍ତୁ ଦ୍ଵିତୀୟ କଥା ସେ ଠାକୁରଙ୍କୁ ନେଇ ଭେଦ ଭାବ କରୁଛନ୍ତି। ଆଉ ଇଏ ଠାକୁରଙ୍କୁ ନେଇ ରାଜନୀତି କରୁଛନ୍ତି। ଛଅ ମାସ ଭିତରେ ଯାହାର ରାଜନୀତିରେ ଜ୍ଞାନ ନାହିଁ, ରାଜନୀତିରେ ସାଧାରଣ ଜ୍ଞାନ ନାହିଁ, ରାଜନୀତିରେ ଅଭିଜ୍ଞତା ନାହିଁ । ସେହି ଭଳିଆ ଲୋକ ଛଅ ମାସ ଭିତରେ କଂଗ୍ରେସରୁ ଟିକେଟ ପାଇ ଏମ୍.ପି. ଟିକେଟରେ ଲୋକସଭା ପାଇଁ ପ୍ରାର୍ଥୀ ହେଇଛନ୍ତି।
‘ମାଇଣ୍ଡ ଗେମ୍’ କଣ ଚାଲିଲା ନ ଚାଲିଲା ସେ କଥା ତ ଲୋକମାନେ ଜାଣନ୍ତି। ତା ସହିତ ‘ରାମ୍’କୁ ଯେଉଁ ଅପୋଜ୍ କରିଥିଲେ ତାହା ବି ଲୋକମାନେ ଜାଣନ୍ତି। କିନ୍ତୁ ଏହି ସବୁ ଭିତରେ ଗୋଟିଏ ଲୋକର ଫାଇଦା ହେଲା ସେ ହେଉଛି ମନୋଜ ମିଶ୍ର। ଯେଉଁ ଲୋକ ନିଜ ସ୍ତ୍ରୀର ଯତ୍ନ ନେଇ ପାରୁ ନାହିଁ, ତାର ରକ୍ଷଣା ବେକ୍ଷଣ କରି ପାରୁ ନାହିଁ, ସିଏ କଣ ଗୋଟେ ଜିଲ୍ଲାର ଦାୟୀତ୍ୱ ନେଇ ପାରିବ ?ଓଡ଼ିଶାର ଲୋକ ମାନଙ୍କର ଦାୟୀତ୍ୱ ନେଇ ପାରିବ ?
ଓଡ଼ିଶାର ଲୋକମାନଙ୍କ କଥା କଣ ବୁଝି ପାରିବ ?ଏଇଟା ସମସ୍ତେ ନିଜେ ଭଲ ଭାବରେ ଚିନ୍ତା କରନ୍ତୁ ତାପରେ ଭୋଟ୍ ଦିଅନ୍ତୁ। ଛଅ ମାସ ତଳେ ଯେଉଁ କଣ୍ଟ୍ରୋଭର୍ସିଟା ହେଇଥିଲା ଏଇଟା ଓଡ଼ିଶାବାସୀ ସମସ୍ତେ ଜାଣିଛନ୍ତି। କିନ୍ତୁ ଏଇ ଛଅ ମାସ ପରେ ଏତେବେଳର ଅବସ୍ଥା କଣ ହେଇଛି ସେତେବେଳେ କଣ ଥିଲା ଆଉ ଏବେ ପରିସ୍ଥିତି କଣ ଅଛି ସେଇଟା ଆପଣମାନେ ଚିନ୍ତା କରନ୍ତୁ। ଯେଉଁ ଲୋକ ସେତେବେଳେ ଓଡ଼ିଆ ସିନେମା ପାଇଁ ଓଡ଼ିଶା ମାଟି ପାଇଁ ନିଜକୁ ଲଢ଼େଇ କରୁଛି ବୋଲି କହୁଥିଲେ ସେଇ ଲୋକ ଆଜି ଆସିକି ରାଜନୀତିରେ ପଶି ସାରିଲେଣି।
ଟିକେ ଭାବନ୍ତୁ ଯେଉଁ ଲୋକ ଛଅ ମାସ ତଳେ କହୁଥିଲେ କଣ ନା ମୁଁ ଓଡ଼ିଆ ସିନେମା ପାଇଁ ଲଢ଼ିବି, ଓଡ଼ିଶା ମାଟି ପାଇଁ ଲଢ଼ିବି ।ତାହାଲେ ଏବେ ସେ ଗଲେ କୁଆଡ଼େ। ଏବେ ସେ କେଉଁଥି ପାଇଁ ଲଢ଼ୁଛନ୍ତି। ଏବେ କଣ ସେ ନିଜ ପାଇଁ ଲଢ଼ୁ ନାହାଁନ୍ତି କି ? ତାହାଲେ ଏଇଟା ହେଉଛି ମନୋଜ ମିଶ୍ରଙ୍କର ରାଜନୀତିରେ ପ୍ରବେଶ କରିବା ପାଇଁ ଗୋଟେ ମାତ୍ର ସୁଚିନ୍ତିତ ଯୋଜନା। ଆଉ ଏଇଟା ଓଡ଼ିଶା ବାସୀ ନିଜେ ଦେଖୁଛନ୍ତି ।
ଯେ ସେତେବେଳେ ଯେଉଁ ଛଅ ମାସ ତଳେ ଯେଉଁ କାମଟା କରିଥିଲେ ସେଇଟା କେବଳ ରାଜନୀତିରେ ପ୍ରବେଶ କରିବା ପାଇଁ ହିଁ କରିଥିଲେ। କିନ୍ତୁ କିଛିଦିନ ପରେ ମନୋଜ ବାବୁ ତାର ଅସଲ ରଙ୍ଗ ଦେଖେଇ ଦେଲେ । ଆଉ ଓଡ଼ିଶା ବାସୀ ଏବେ ଜାଣି ସାରିଲେଣି ଯେ ମନୋଜ ମିଶ୍ର ଓଡ଼ିଆ ଫିଲ୍ମ ପାଇଁ ଲଢ଼ୁ ନାହାଁନ୍ତି ,କେବଳ ତାଙ୍କର ନିଜର ବ୍ୟକ୍ତିଗତ ସ୍ବାର୍ଥ ହାସଲ କରିବା ପାଇଁ ଲଢ଼ୁଛନ୍ତି। ତେଣୁ ଓଡ଼ିଶାବାସୀ ତାଙ୍କୁ କେତେ ସାହଯ୍ୟ କରିବେ କେତେ ସହୋଯୋଗ କରିବେ ତାହା ଆଗାମୀ ଇଲେକ୍ସନରେ କ୍ଲିଅର୍ ହେଇଯିବ।