ହୋଇଗଲା ଅନୁଭବ ମହାନ୍ତିଙ୍କ ସିଟ ଫାଇନାଲ। ଜଣା ପଡିଲା କେଉଁଠୁ ଲଢ଼ିବେ ଓଲିଉଡ ସୁପରଷ୍ଟାର।
ହୋଇଗଲା ଅନୁଭବ ମହାନ୍ତିଙ୍କ ସିଟ ଫାଇନାଲ। ଜଣା ପଡିଲା କେଉଁଠୁ ଲଢ଼ିବେ ଓଲିଉଡ ସୁପରଷ୍ଟାର। ଅନେକ ଅଙ୍କ କୋଷା ପରେ ମିଳିଲା ଗୋଟିଏ ଆସନ।ହଁ ଆଜ୍ଞା ବନ୍ଧୁଗଣ ଥରେ ରାଜ୍ୟସଭା ସାଂସଦ ଏବଂ ଥରେ ଲୋକସଭା ସାଂସଦ ଭାବେ କେନ୍ଦ୍ରାପଡାରୁ ନିର୍ବାଚିତ ହୋଇଥିବା ଓଡ଼ିଆ ସିନେ ଅଭିନେତା ଅନୁଭବ ମହାନ୍ତି ଏବେ ଆଉ ବିଜେଡିର ନାହାଁନ୍ତି। ଏକଥା ସମସ୍ତେ ଜାଣିଛନ୍ତି। ଏଇ ନିକଟରେ ସେ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ମିଶିଛନ୍ତି।
ନିଜର ପାରିବାରିକ ବିବାଦକୁ ନେଇ ଗତ କିଛି ମାସ ହେବ ଅଧିକ ଚର୍ଚ୍ଚାରେ ଥିବା ଅନୁଭବଙ୍କୁ ଅନେକ ଦିନ ହେଲା ବିଜେଡିର ଦଳୀୟ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିନଥିଲା। ଏବଂ ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକକୁ ମଧ୍ୟ ତାଙ୍କୁ ଡ଼କା ଯାଉନଥିଲା। ତେଣୁ ଆଗାମୀ ନିର୍ବାଚନରେ ବିଜେଡି ଆଉ ଅନୁଭବଙ୍କୁ ପ୍ରାର୍ଥୀ କରିବନି ବୋଲି ଅନୁମାନ କରାଯାଉଥିଲା। ଆଉ କେନ୍ଦ୍ରାପଡା ଲୋକସଭା ଆସନରୁ ବିଜେଡି ଅଂଶୁମାନ ମହାନ୍ତିଙ୍କୁ ପ୍ରାର୍ଥୀ କରିବା ପରେ ଏକଥାସ୍ପଷ୍ଟ ହୋଇଯାଇଥିଲା ଯେ ଅନୁଭବଙ୍କୁ ଆଉ ପ୍ରାର୍ଥୀ କରିବା ମୋଡ଼ରେ ନାହିଁ ଆଉ ଶାସକ ଦଳ।
ଆଉ ଏହାରି ଭିତରେ ପ୍ରାୟ ସପ୍ତାହକ ତଳେ ହଠାତ ବିଜେଡିରୁ ଇସ୍ତଫା ଦେଇଥିଲେ ଅନୁଭବ ମହାନ୍ତି। ଅଣନିଶ୍ୱାସୀ ହୋଇ ପଡୁଛନ୍ତି ବୋଲି ଅନୁଭବ କହି ଦଳ ଛାଡିଥିଲେ। ଆଉ ଏହା ପରେ ସେ ଦିଲ୍ଲୀରେ ବିଧିବଧ ଭାବେ ବିଜେପିରେ ମିଶିଥିଲେ। ବିଜେପିରେ ସିନା ମିଶିଥିଲେ ହେଲେ ସେ କେଉଁଠୁ ପ୍ରାର୍ଥୀ ହେବେ ତାହାକୁ ନେଇ ଅନୁଭବଙ୍କ ପ୍ରଶଂସକ ଏବଂ ସମର୍ଥକ ମାନେ ଏବେ ଯାଏଁ ସସ୍ପେନରେ ଅଛନ୍ତି।
କାରଣ ବିଜେଡି ଛାଡି ବିଜେପିରେ ମିଶିଥିବା ଅନ୍ୟ ୩ ଜଣ ଅଭିନେତାଙ୍କ ମଧ୍ୟରୁ ସିଦ୍ଧାନ୍ତ ଏବଂ ଆକାଶ ଦାସ ନାୟକଙ୍କୁ ଦଳ ପ୍ରାର୍ଥୀ ଭାବେ ମୈଦାନକୁ ଓଲ୍ହାଇ ସାରିଛି। ତେବେ ଅନୁଭବଙ୍କୁ ବିଜେପି କେଉଁଠୁ ପ୍ରାର୍ଥୀ କରୁଛି କି ନାହିଁ ତାକୁ ନେଇ ଅନୁଭବଙ୍କ ଫ୍ୟାନମାନେ ଆଶା ଆଶଙ୍କା ଭିତରେ ରହିଛନ୍ତି।
ତେବେ ୨୦୧୯ରେ ଅନୁଭବ ବିଜେଡି ଟିକେଟରେ ସାଂସଦ ଭାବେ ନିର୍ବାଚିତ ହୋଇଥିବା କେନ୍ଦ୍ରାପଡା ଆସନରୁ ବିଜେପି ନିଜର ରାଷ୍ଟ୍ରୀୟ ଉପାଧେକ୍ଷ ବୈଜନ୍ତ ପଣ୍ଡାଙ୍କୁ ସାଂସଦ ପ୍ରାର୍ଥୀ କରିସାରିଛି। ଏହା ପରେ କଟକ ଲୋକସଭା ଆସନରେ ମଧ୍ୟ ଅନୁଭବ ମହାନ୍ତିଙ୍କୁ ବିଜେପି ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ବିଜେଡି ଛାଡି ବିଜେପିରେ ମିଶିଥିବା ଭତୃହରି ମହତାବଙ୍କୁ କଟକରୁ ଦଳ ସାଂସଦ ପ୍ରାର୍ଥୀ କରିବା ପରେ ଏହି ଚର୍ଚ୍ଚାରେ ମଧ୍ୟ ପନଛେଦ ପଡିଲା।
ତେଣୁ ଅନୁଭବ କେବେ ଏବଂ କେଉଁଠୁ ପ୍ରାର୍ଥୀ ହେଉଛନ୍ତି କି ନାହିଁ ଏନେଇ ଜୋରଦାର ଚର୍ଚ୍ଚା ଚାଲିଥିବା ବେଳେ ଏକ ସୂତ୍ରରୁ ଖବର ମିଳିଛି ଯେ ତାଙ୍କ ପାଇଁ କୁଆଡେ ସିଟ ଫାଇନାଲ ହୋଇଯାଇଛି। କଟକ ଲୋକସଭା କ୍ଷେତ୍ର ଅଧିନସ୍ଥ ସାଲେପୁର ବିଧାନସଭା ଆସନରୁ ଅନୁଭବ କୁଆଡେ ବିଜେପି ଟିକେଟରେ ପ୍ରାର୍ଥୀ ହେଉଛନ୍ତି। ଏହି ଚର୍ଚ୍ଚା ପଛରେ ଆଉ ଏକ କାରଣ ହେଉଛି ଯେ ସାଲେପୁରର ବିଜେପି ନେତା ପ୍ରକାଶଚନ୍ଦ୍ର ବେହେରା ଦୁଇ ଦିନ ତଳେ ବିଜେପି ଛାଡି ବିଜେଡିରେ ମିଶିଛନ୍ତି।
୨୦୧୪ରେ କଂଗ୍ରେସ ଟିକେଟରେ ଲଢ଼ି ସାଲେପୁରରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ପ୍ରକାଶ ବେହେରା ୨୦୧୯ରେ ବିଜେପି ଟିକେଟରେ ଲଢ଼ି ଏଠାରୁ ବିଜେଡି ପ୍ରାର୍ଥୀଙ୍କ ବିରୋଧରେ ଲଢ଼ି ପରାସ୍ତ ହୋଇଥିଲେ। ଆଉ ଏବେ ସେ ବିଜେପି ଛାଡିଥିବାରୁ ଅନୁଭବ ମହାନ୍ତିଙ୍କୁ ଦଳ ଏଠାରୁ ବିଧାନସଭା ପ୍ରାର୍ଥୀ ଭାବେ ମୈଦାନକୁ ଓଲ୍ହାଇବାକୁ ଯାଉଥିବା କୁହାଯାଉଛି।ତେବେ ସାଲେପୁର ଆସନରୁ ଗତ ଥର ବି ବିଧାୟକ ଭାବେ ନିର୍ବାଚିତ ହୋଇଥିବା ପ୍ରଶାନ୍ତ ବେହେରାଙ୍କୁ ବିଜେଡି ପୁଣି ଥରେ ପ୍ରାର୍ଥୀ ଭାବେ ରିପିଟ କରିଛି। ତେବେ ବିଜେପି ଯଦି ସାଲେପୁର ଆସନରୁ ଅନୁଭବ ମହାନ୍ତିଙ୍କୁ ପ୍ରାର୍ଥୀ କରୁଛି ତେବେ ତାଙ୍କର ଟକର ଆଜି ବିଜେଡି ପ୍ରାର୍ଥୀ କରିଥିବା ପ୍ରଶାନ୍ତ ବେହେରାଙ୍କ ସହ ହେବ।