ବ୍ରହ୍ମପୁରରେ ବିଜେଡିର ମାଷ୍ଟର ଷ୍ଟ୍ରୋକ… ପଦୀପ ପାଣିଗ୍ରାହୀଙ୍କ ବାଟ ଓଗାଳିବେ ଭୃଗୁ ବକ୍ସି ପାତ୍ର।
ବ୍ରହ୍ମପୁର ପାଇଁ ବିଜେଡିର ମାଷ୍ଟର ପ୍ଲାନ ଲୋକସଭା ପ୍ରାର୍ଥୀ ହେଲେ ଭୃଗୁ ବକ୍ସିପାତ୍ର। ପ୍ରଦୀପ ପାଣିଗ୍ରାହୀଙ୍କ ପାଇଁ ସାଜିବେ କଣ୍ଟା! ଗଣିତ କହୁଛି ପ୍ରଦୀପଙ୍କୁ ହରାଇବେ ଭୃଗୁ।ହଁ ଆଜ୍ଞା ବନ୍ଧୁଗଣ ବୁଧବାର ବିଜେଡିର ପ୍ରାର୍ଥୀ ଘୋଷଣା ପରେ ବ୍ରହ୍ମପୁର ଲୋକସଭା ଆସନକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି। ବ୍ରହ୍ମପୁର ସଂସଦୀୟ ଆସନ ହାତେଇବା ଉପରେ ଉଭୟ ବିଜେପି ଏବଂ ବିଜେଡି ଫୋକ୍ସ କରିଥିବା ଜଣା ପଡ଼ିଛି। କାରଣ ଏଥର ବ୍ରହ୍ମପୁର ଆସନରେ ଦୁଇ ଦଳ ବେସ ନାଟକୀୟ ଢଙ୍ଗରେ ପ୍ରାର୍ଥୀ ଘୋଷଣା କରିଛନ୍ତି।
ଉଭୟ ବିଜେପି ଏବଂ ବିଜେଡି ନିଜ ନିଜ ଦଳର ନେତାଙ୍କ ଉପରେ ନିର୍ଭର ନକରି ଅନ୍ୟ ଦଳରୁ ଆସି ମିଶିଥିବା ବା ପରସ୍ପରର ବିପକ୍ଷ ଦଳର ନେତାଙ୍କୁ ଟିକେଟ ଦେଇଛନ୍ତି।ପ୍ରଥମେ ବିଜେପି ଗୋପାଳପୁର ବିଧାୟକ ତଥା ପୂର୍ବତନ ବିଜେଡି ନେତା ପ୍ରଦୀପ ପାଣିଗ୍ରାହୀଙ୍କୁ ବ୍ରହ୍ମପୁର ଆସନରୁ ସାଂସଦ ପ୍ରାର୍ଥୀ ଭାବେ ଟିକେଟ ଦେଇଥିଲା। ଗୋଟିଏ ସମୟରେ ମୁଖ୍ୟମନ୍ତ୍ରୀ ତଥାବିଜେଡି ସୁପ୍ରିମ ନବୀନ ପଟ୍ଟନାୟକଙ୍କର ଖୁବ ଘନିଷ୍ଠ ରହିଆସିଥିବା ପ୍ରଦୀପ ପାଣିଗ୍ରାହୀ ଏବେ ନବୀନଙ୍କ ବିରୋଧରେ ବିଷ ଓଗାଳୁଥିବା ବେଳେ ବିଜେପିରେ ମିଶିବା ପର ଠାରୁ ଏହାକୁ ଆହୁରୀ ତୀବ୍ର କରିଛନ୍ତି।
ତେବେ ପ୍ରଦୀପ ବ୍ରହ୍ମପୁରରୁ ବିଜେପିର ଲୋକସଭା ପ୍ରାର୍ଥୀ ହେବା ପରେ ବିଜେଡି କାହାକୁ ପ୍ରାର୍ଥୀ କରୁଛି ତାହାକୁ ସମସ୍ତେ ଅପେକ୍ଷା କରିଥିଲେ ଆଉ ଗତ କାଲି ବିଜେଡି ପୂର୍ବତନ ବିଜେପି ନେତା ଭୃଗୁ ବକ୍ସିପାତ୍ରଙ୍କୁ ବ୍ରହ୍ମପୁର ଲୋକସଭା ଆସନର ପ୍ରାର୍ଥୀ ଘୋଷଣା କରିଛି।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଗତ ନିର୍ବାଚନରେ ବ୍ରହ୍ମପୁର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଭାବେ ଲଢ଼ିଥିଲେ ଭୃଗୁ। ତେବେ ଗତ କାଲି ସକାଳେ ଭୃଗୁ ବକ୍ସିପାତ୍ର ବିଜେପିରୁ ଇସ୍ତଫା ଦେଇଥିବା ବେଳେ ଏହାର ମାତ୍ର କିଛି ସମୟ ପରେ ବିଜେଡିରେ ମିଶିଥିଲେ। ଶହ ଶହ ସମର୍ଥକଙ୍କ ସହିତ ଆସି ଶଙ୍ଖ ଭବନରେ ବିଧିବଧ ଭାବେ ବିଜେଡିରେ ସାମିଲ ବେବାର କିଛି ସମୟ ପରେ ଦଳ ତାର ତୃତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା। ଯେଉଁଥିରେ ଭୃଗୁ ବକ୍ସିପାତ୍ରଙ୍କୁ ବ୍ରହ୍ମପୁରର ସାଂସଦ ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ ଦଳୀୟ ମୁଖ୍ୟ ନବୀନ ପଟ୍ଟନାୟକ। ଅର୍ଥାତ ବ୍ରହ୍ମପୁର ଲୋକସଭା ଆସନରେ ପ୍ରଦୀପ ପାଣିଗ୍ରାହୀ ଏବଂ ଭୃଗୁ ବକ୍ସିପାତ୍ରଙ୍କ ମଧ୍ୟରେ ଏବେ ଟକର ହେବ।
ଯଦିଓ ଏଠାରେ ଉଭୟ ବିଜେଡି ଏବଂ ବିଜେପି ସାଂସଦ ପ୍ରାର୍ଥୀଙ୍କ ମଧ୍ୟରେ ଜୋରଦାର ଲଢେଇ ହେବ ବୋଲି କୁହାଯାଉଛି ତେବେ ଗଣିତ କହୁଛି ବ୍ରହ୍ମପୁରରେ ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ଭାରି ପଡିବେ ଭୃଗୁ। କାରଣ ୨୦୧୯ ସାଧାରଣ ନିର୍ବାଚନରେ ବ୍ରହ୍ମପୁର ଲୋକସଭା କ୍ଷେତ୍ରରେ ଲଢ଼ି ଥିଲେ ଭୃଗୁ ବକ୍ସିପାତ୍ର। ସେ ବିଜେପି ଟିକେଟରେ ଏଠାରେ ପ୍ରାର୍ଥୀ ହୋଇଥିବା ବେଳେ ବିଜେଡି ପ୍ରାର୍ଥୀ ଚନ୍ଦ୍ରଶେଖର ପ୍ରାର୍ଥୀଙ୍କ ଠାରୁ ୯୪ ହଜାର ୮୪୪ ଭୋଟ ବ୍ୟବଧାନରେ ପରାସ୍ତ ହୋଇଥିଲେ। ଭୃଗୁ ବକ୍ସିପାତ୍ର ମୋଟ ୩ଲକ୍ଷ ୪୮ହଜାର ୯୦୯ ଭୋଟ ପାଇଥିଲେ ଆଉ ଚନ୍ଦ୍ରଶେଖର ସାହୁଙ୍କୁ ମିଳିଥିଲା ୪ ଲକ୍ଷ ୪୩ ହଜାର ୮୪୩ ଭୋଟ। ଅର୍ଥାତ ସଂଖ୍ୟା ଦୃଷ୍ଟିରୁ ଦେଖିଲେ ବିଜେଡିର ଏଠାରେ ଯଥେଷ୍ଟ ତତଦର୍ମା ରହିଛି। ଆଉ ଏବେ ପୁଣି ଗତ ୨୩ ବର୍ଷ ଧରି ବିଜେପିରେ ରହିଥିବା ଏବଂ ଦଳୀୟ ସଙ୍ଗଠନ ସହ ପୃଥକ ଭାବେ ଜଡିତ ରହିଥିବା ଭୃଗୁ ବକ୍ସିପାତ୍ର ବିଜେପିରୁ ପ୍ରାର୍ଥୀ ରହିଛନ୍ତି।
ପୁର୍ବଥର ଏଠାରେ ସାଂସଦ ଭାବେ ନିର୍ବାଚିତ ହୋଇଥିବା ଚନ୍ଦ୍ରଶେଖର ସାହୁଙ୍କୁ ମଧ୍ୟ ବିଜେଡି ଇସ୍ତହାର କମିଟିର ଏବଂ ଦଳର ଉପସଭାପତି ଭାବେ ଦାୟିତ୍ୱ ଦେଇଛି। ତେଣୁ ସେ ଏଥର ପ୍ରାର୍ଥୀ ନହେଲେ ମଧ୍ୟ ବ୍ରହ୍ମପୁର ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ଭୃଗୁ ବକ୍ସିପାତ୍ରଙ୍କୁ ଜିତାଇବା ପାଇଁ ଜୋରସୋରରେ ପ୍ରୟାସ କରିବେ। ତେଣୁ ଗତ ଥର ଚନ୍ଦ୍ରଶେଖର ସାହୁଙ୍କୁ ମିଳିଥିବା ପ୍ରାୟ ସାଢ଼େ ୪ ଲକ୍ଷ ଭୋଟ ଏଥର ଭୃଗୁଙ୍କ ସପକ୍ଷରେ ରହିବା ପ୍ରାୟ ନିଶ୍ଚିତ।
ଏହା ସହିତ ୨୦୧୯ ରେ ବ୍ରହ୍ମପୁରରୁ ଭୃଗୁ ବକ୍ସିପାତ୍ର ବିଜେପି ପ୍ରାର୍ଥୀ ହୋଇଥିବା ବେଳେ ପାଖାପାଖି ପ୍ରାୟ ଯେଉଁ ସାଢ଼େ ୩ ଲକ୍ଷ ଭୋଟ ତାଙ୍କୁ ମିଳିଥିଲା ସେଥିରୁ ମଧ୍ୟ ଅଧିକାଂଶ ଭୋଟ ଭୃଗୁଙ୍କ ସପକ୍ଷରେ ଆସିବ। କାରଣ ଗତ ୨୩ ବର୍ଷ ଧରି ବିଜେପି ସଙ୍ଗଠନକୁ ମଜବୁତ କରିବାରେ ତାଙ୍କର ଯେଉଁ ପ୍ରୟାସ ରହିଥିଲା ତା ଦ୍ୱାରା କେବଳ ଦଳୀୟ ଭୋଟ ନୁହେଁ ବରଂ ବ୍ୟକ୍ତିଗତ ଭାବେ ତାଙ୍କର ଅନେକ ସମର୍ଥକ ଏବଂ ଭୋଟ ବ୍ୟାଙ୍କ ରହିଛି। ସେହି ଭୋଟରୁ ମାତ୍ର କିଛି ଭୋଟ ମିଳିଲେ ବି ବିଜେଡି ପ୍ରାର୍ଥୀ ଭୃଗୁ ବକ୍ସିପାତ୍ରଙ୍କ ବିଜୟ ଆହୁରି ଅଧିକ ସହଜ ହୋଇଯିବ।
ଅନ୍ୟପଟେ ଏଥର ବିଜେପି ବ୍ରହ୍ମପୁର ସାଂସଦ ପ୍ରାର୍ଥୀ କରିଥିବା ପ୍ରଦୀପ ପାଣିଗ୍ରାହୀ ୨୦୧୯ ରେ ବିଜେଡି ଟିକଟରେ ଗୋପାଳପୁର ଲୋକସଭା ଆସନରେ ଲଢ଼ି ବିଧାୟକ ହୋଇଥିଲେ। ପ୍ରଦୀପକୁ ୬୧ ହଜାର ୬୨୮ ଭୋଟ ମିଳିଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀଙ୍କ ବିପକ୍ଷରେ ସେ ମାତ୍ର ୨୬୭୩ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ପରେ ପରେ ଦୁର୍ନୀତି ଅଭିଯୋଗରେ ଛନ୍ଦି ହୋଇଥିବା ପ୍ରଦୀପ ପାଣିଗ୍ରାହୀ ୨୦୨୦ ନଭେମ୍ବର ୨୯ ରେ ବିଜେଡିରୁ ବହିସ୍କୃତ ହୋଇଥିଲେ। ଆଉ ଏହାର ମାତ୍ର କିଛି ଦିନ ପରେ ଅର୍ଥାତ ୨୦୨୦ ଡିସେମ୍ବର ୩୦ ତାରିଖରେ ନିଯୁକ୍ତି ଜାଲୀୟତା ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା।
ତେବେ ଗତ ମାସରେ ପ୍ରଦୀପ ପାଣିଗ୍ରାହୀ ବିଜେପିରେ ମିଶିଥିବା ବେଳେ ମାର୍ଚ୍ଚ ୨୪ ତାରିଖରେ ଦଳ ତାଙ୍କୁ ବ୍ରହ୍ମପୁର ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା। ଯାହା ଗତ ଥରର ବିଜେପି ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ରଙ୍କୁ ଅସନ୍ତୁଷ୍ଟ କରିଥିଲା। ଏପରିକି ବ୍ରହ୍ମପୁର ବିଧାନସଭା ଆସନରୁ ମଧ୍ୟ ବିଜେପି ଭୃଗୁଙ୍କ ନାଁ ଘୋଷଣା କରିନଥିଲା। ଫଳରେ ଦୀର୍ଘବର୍ଷ ଧରି ଗଞ୍ଜାମ ଜିଲ୍ଲାରେ ବିଜେପି ସଙ୍ଗଠନକୁ ମଜବୁତ କରିବା ପାଇଁ କାମ କରିଥିବା ଭୃଗୁ ବକ୍ସିପାତ୍ର ଶେଷରେ ବିଜେଡିର ମିଶିଛନ୍ତି ଓ ତାଙ୍କୁ ବ୍ରହ୍ମପୁର ଆସନରେ ସାଂସଦ ପ୍ରାର୍ଥୀ କରି ଶାସକ ବିଜେଡି ଏକ ମାଷ୍ଟର ଷ୍ଟ୍ରୋକ ଖେଳିଛି। ଯାହା ଆଗାମୀ ନିର୍ବାଚନରେ ବ୍ରହ୍ମପୁର ଲୋକସଭା ଆସନରେ ବିଜେପି ପାଇଁ ଭାରି ପଡିବା ସହ ପ୍ରଦୀପ ପାଣିଗ୍ରାହୀଙ୍କ ପରାଜୟ ପାଇଁ ପଥ ପରିଷ୍କାର କରିବ ବୋଲି କୁହାଯାଉଛି