ବିଜେଡି ଛାଡି ବିଜେପିରେ ମିଶିବା ପରେ ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ଏମିତି କହିଲେ ଅନୁଭବ ମହାନ୍ତି।
ବିଜେପିକୁ ଗଲା ପରେ ମୁଖ୍ୟମନ୍ତ୍ରଙ୍କୁ ଏମିତି କହିଲେ ଅନୁଭବ। ୨ ଦିନ ତଳେ ବିଜେଡି ଛାଡିଲେ ଆଜି ବିଜେପିରେ ମିଶିଲେ। ସୁଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ। ସେପଟେ ଦିଲ୍ଲୀ ଯାଇ ଏମିତି କଥା କହିଲେ। ଶେଷରେ ନିଷ୍ପତ୍ତି ନେଲେ ଆଉ ବିଜେପିକୁ ଚାଲିଗଲେ ଅନୁଭବ ମହାନ୍ତି। ସହିଲେ ସହିଲେ ଶେଷରେ ଏମିତି କହି ବିଜେଡି ଛାଡିଲେ ଅନୁଭବ ମହାନ୍ତି। ଅଜଣା ଶକ୍ତି ଯେମିତି ଅନୁଭବଙ୍କୁ ଅଣନିଶ୍ୱାସୀ କରିଦେଉଥିଲା। ସେଦିନ ଏଭଳି କହି ବିଜେଡି ଛାଡିଲେ। ଆଉ ତାପରେ ସମସ୍ତେ ଭାବିଥିଲେ ବୋଧେ ଅନୁଭବ ମହାନ୍ତି ନିଜ ଫିଲ୍ମ ଦୁନିଆରେ ରହିବେ। ଧ୍ୟାନ ଦେବେ ତାଙ୍କର ଫିଲ୍ମ ଉପରେ।
କିନ୍ତୁ ଧୀରେ ଧୀରେ ଚର୍ଚ୍ଚା ହେଲା ବୋଧେ ଅନୁଭବ ମହାନ୍ତି ବିଜେପିକୁ ଚାଲିଯିବେ ଆଉ ଏବେ ସତକୁ ସତ ଅନୁଭବ ମହାନ୍ତି ବିଜେଡି ଛାଡି ବିଜେପିରେ ସାମିଲ ହୋଇଗଲେ। ତେବେ ଆପଣ ଦେଖିଥିବେ ଆଉ ଶୁଣିଥିବେ ଅନୁଭବ ବିଜେପି ଯିବା ନେଇ ଆଗରୁ ଏମିତି କେତେ ଚର୍ଚ୍ଚା ହେଉଥିଲା। ଏମିତିକି କୁହାଯାଉଥିଲା ଅନୁଭବ ବଡ଼ ପ୍ଲାନ କରିଛନ୍ତି କି ସେ ବିଜେପିକୁ ଯିବେ ଯାହା ଚର୍ଚ୍ଚା ହେଉଥିଲା ଅନୁଭବ ମହାନ୍ତି ଯେତେବେଳେ କଟକ ସାଂସଦ ଭର୍ତ୍ତୃହରି ମାହାତବଙ୍କ ସହ ହୋଲି ଖେଳୁଥିଲେ ଆଉ ତାଙ୍କ ଠାରୁ ଆଶୀର୍ବାଦ ନେଉଥିଲେ ସେଇଦିନ ଠାରୁ କହୁଥିଲେ ବିଜେଡି ଛାଡି ବିଜେପିରେ ଯୋଗ ଦେଇଦେବେ। ଆଉ ବିଜେପିରୁ ବୋଧେ ଲୋକସଭା ପ୍ରାର୍ଥୀ ଭାବେ ଛିଡା ହେବେ। ଆଉ ୨ ଦିନ ତଳୁ ବିଜେଡି ଦଳରୁ ଇସ୍ତଫା ଦେବା ସହ ଆଜି ଅନୁଭବ ବିଜେପିରେ ସାମିଲ ହୋଇଛନ୍ତି
ତେବେ ବିଜେପି ଗଲା ପରେ ସମସ୍ତେ ଅପେକ୍ଷା କରିଥିଲେ ବିଜେଡି ଦଳ ଆଉ ମୁଖ୍ୟମନ୍ତ୍ରୀଙ୍କ ବିଷୟରେ କ’ଣ କହୁଛନ୍ତି ଏବେ ଅନୁଭବ ମହାନ୍ତି। ଯଦି ଦଳ ପ୍ରତି ରାଗ ଥିବ ତାହେଲେ ଏବେ ବିଜେପିକୁ ଗଲା ପରେ ସବୁ ଖୋଲି କହିଦେବେ ଅନୁଭବ ମହାନ୍ତି।ତେବେ ଅନୁଭବ ଯେତେବେଳେ ଦିଲ୍ଲୀରେ ବିଜେପିରେ ମିଶିଲେ ସେତେବେଳେ ଅନୁଭବ ମହାନ୍ତିଙ୍କୁ ଗଣମାଧ୍ୟମ ପ୍ରତିନିଧି ପଚାରିଥିଲେ ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ଆଉ ଅନୁଭବ କହିଥିଲେ ମୁଖ୍ୟମନ୍ତ୍ରୀ ମୋ ଲିଡ଼ର ମୋ ବାପାଙ୍କ ସମାନ। ମୋ ବାପାଙ୍କୁ ଯେମିତି ସମ୍ମାନ ଦେଉଛି ମୁଁ ତାଙ୍କୁ ମଧ୍ୟ ସେତିକି ସମ୍ମାନ କରେ।
ମୋ ଜୀବନ ଥିବା ଯାଏଁ ମୁଁ କେବେବି ତାଙ୍କୁ କିଛି ବିରୋଧ କରି ପାରିବି ନାହିଁ। ତାଙ୍କ ଯୋଗୁ ମୁଁ ଦଳରେ ୧୧ ବର୍ଷ ରହି ରାଜ୍ୟସଭା ଓ ଲୋକସଭା ପ୍ରତିନିଧି ଭାବେ କାର୍ଯ୍ୟ କଲି। ଲୋକସଭାରେ ଓଡ଼ିଶାରେ ଅନେକ ପ୍ରସଙ୍ଗ ଉଠାଇଲି ମୋ ଲିଡ଼ର ମୋତେ ବହୁତ ସୁଯୋଗ ଦେଇଛନ୍ତି। ମୁଁ ତାଙ୍କ ବିରୋଧରେ କେବେ କିଛି କହି ପାରିବି ନାହିଁ।ହଁ ଆଜ୍ଞା ଦିଲ୍ଲୀରେ ମୁଖ୍ୟକାର୍ଯ୍ୟଳୟରେ ଅନୁଭବ ବିଜେପିରେ ସାମିଲ ହେବା ପରେ ଏଭଳି କିଛି ଲିଡ଼ର ମୁଖ୍ୟମନ୍ତ୍ରୀଙ୍କ ବିଷୟରେ କହିଥିଲେ ଯାହାକୁ ନେଇ ଏବେ ଅନେକ ଚର୍ଚ୍ଚା।