ଆମର କାମ ସରିଗଲା ପରେ ଆମକୁ ପଚାରିଲେନି। କେବଳ ଜିତାଇବାକୁ ନେଇଥିଲେ ଷ୍ଟାର କ୍ୟାମ୍ପେନର।

ଆମକୁ ଅଲଗା କରିବା ପାଇଁ କୋଣଠେସା କଲେ।ଷ୍ଟାର କ୍ୟାମ୍ପେନର ଭାବେ ଦଳରେ ନିଆ ଯାଇଥିଲା। ଦଳରୁ ନିର୍ବାଚନ ଲଢ଼ିବା ପାଇଁ ମଧ୍ୟ ସୁଯୋଗ ଦିଆଗଲା। ହେଲେ ଯେତେବେଳେ କାମ ସରିଗଲା ସେତେବେଳେ କୋଣଠେସା କରାଗଲା। ସାଙ୍ଗଠନିକ କାର୍ଯ୍ୟକୁ ବି ଡକାଗଲା ନାହିଁ। ଦଳର କୌଣସି କାମ ଦିଆଗଲା ନାହିଁ। ପୁରା ଦଳରୁ ଏଡ଼ାଇଲା ଭଳି ଆଚରଣ କରାଗଲା। ଏମିତି କିଛି ଆମେ ନୁହଁ ଆଜ୍ଞା ଏମିତି କିଛି କହିଛନ୍ତି ବିଜେଡ଼ିରୁ ଇସ୍ତଫା ଦେଇ ଆସିଥିବା ଚାରି ଷ୍ଟାର ଅଭିନେତା। ଯେଉଁମାନେ ଦଳରୁ ପୂର୍ବରୁ ଥିଲେ ଏବେ କିନ୍ତୁ ସେମାନେ ସବୁ ବିଜେଡ଼ିରୁ ଇସ୍ତଫା ଦେଇଛନ୍ତି।

ଦୁଇ ଜଣ ଅଭିନେତା ବିଜେଡ଼ିରୁ ଆସି ବିଜେପିରେ ମିଶି ଥିବା ବେଳେ ଏବେ ଦୁଇ ଜଣ ଅଭିନେତା ମିଶିବାକୁ ଥିବା ଚର୍ଚ୍ଚାରେ ରହିଛନ୍ତି। ଶୁଣନ୍ତୁ ନିଜର ଇସ୍ତଫା ନେଇ କଣ କହିଥିଲେ ସିଦ୍ଧାନ୍ତ ମହାପାତ୍ର।ସେତେବେଳେ ଏଇ ଜିରୋକୁ ନେଇ ଗୋଟେ ଷ୍ଟାର କ୍ୟାମ୍ପେନର କୁହାଯାଏ । ପ୍ରଥମେ ଅରିନ୍ଦମ ପରେ ସିଦ୍ଧାନ୍ତ ମହାପାତ୍ର ଏବଂ ତାପରେ ଚକୋଲେଟ୍ ହିରୋ ଆକାଶ ଦାସ ନାୟକ ଏବଂ ଶେଷରେ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି। ଏମାନେ ସମସ୍ତେ ଏବେ ବିଜେଡ଼ିରୁ ଇସ୍ତଫା ଦେଇଛନ୍ତି।

ଆଉ ଇସ୍ତଫା ଦେବା ପରେ କେବଳ ଦୁଇ ଜଣ ଅରିନ୍ଦମ ଆଉ ସିଦ୍ଧାନ୍ତ ମହାପାତ୍ର ବିଜେପିରେ ଆସି ମିଶିଛନ୍ତି। ଆକାଶ ଦାସ ନାୟକ ଏବଂ ଅନୁଭବ ମହାନ୍ତି ବିଜେପିରେ ସାମିଲ୍ ହେବା ନେଇ ଚର୍ଚ୍ଚା ହେଉଛି। ହଁ ଆଜ୍ଞା ରାଜନୀତିରେ କେତେବେଳେ କଣ ହେବ ତାହା କହି ହେବ ନାହିଁ। ଆଜି ଭଲ ଲାଗୁଥିବା ମୁହଁ କାଲିକୁ ଭଲ ନଲାଗି ପାରେ।

ସବୁବେଳେ ବିଜୟ ହେଉଥିବା ଆସନରୁ ହଠାତ୍ ଆଉ କାହାକୁ ଆସନ ଦିଆ ଯାଇ ପାରେ। ଯାହା ଆଜି ଏମାନଙ୍କ କ୍ଷେତ୍ରରେ ହେଇଛି ବୋଲି ସମସ୍ତେ କହିଛନ୍ତି। ଆମକୁ ଷ୍ଟାର କ୍ୟାମ୍ପେନର ଭାବେ ଦଳରେ ରଖି ଭୋଟ ହାତେଇଲେ ଆଉ ଏବେ ଦଳରୁ କୋଣଠେସା କଲେ। ତେବେ ବିଜେଡ଼ି ସବୁବେଳେ ସ୍ୱଚ୍ଛ ରାଜନୀତିରେ ବିଶ୍ୱାସ କରେ। କାହାକୁ ଦଳରୁ କେଉଁ ଟିକେଟ ମିଳିବ ତାହା ସୁପ୍ରିମୋ ନିର୍ଦ୍ଧାରଣ କରନ୍ତି। ଯେଉଁମାନେ ଟିକେଟ ପାଇବା ପାଇଁ ଯୋଗ୍ୟ ସେମାନଙ୍କୁ ଟିକେଟ ଦେଇଥାନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେଥିପାଇଁ ତ ଦଳ ଆଜି ପର୍ଯ୍ୟନ୍ତ ତିଷ୍ଠି ରହିଛି ବୋଲି ବିଜେଡ଼ିର କର୍ମୀମାନେ କହିଛନ୍ତି।

Leave a Reply

Your email address will not be published. Required fields are marked *