ସ୍ୱାମୀ ମ-ରିଗଲା ପରେ ଶ-ବ ପାଇଁ ଟଣା ଟୁଣି ଲାଗିଲେ ଦୁଇ ସ୍ତ୍ରୀ…
ମ-ରିଗଲା ସ୍ଵାମୀ। ଆଉ ଏପଟେ ପହଞ୍ଚି ଗଲେ ଦୁଇଟି ସ୍ତ୍ରୀ। ସେ କହୁଛି ମୁଁ ସ୍ଵାମୀର ଶ-ବ ନେବି ଆଉ ଇଏ କହୁଛି ମୁଁ ନେବି। ଗୋଟିଏ ମୃ-ତ ଦେହ ପାଇଁ ଦୁଇ ପତ୍ନୀଙ୍କ ଭିତରେ ଝ-ଗଡ଼ା ଦେଖିବାକୁ ମିଳିଛି। ଏସ୍.ସି.ବି. ମେଡିକାଲରେ ଜଣେ କନେଷ୍ଟବଳଙ୍କ ମୃ-ତ୍ୟୁ ଘଟିବା ପରେ ଶ-ବ ନେବା ପାଇଁ କନେଷ୍ଟବଳଙ୍କ ସ୍ତ୍ରୀ ଓ ମାଆଙ୍କ ମଧ୍ୟରେ ଟଣା ଓଟରା। ମୃ-ତ ଦେହ ଦେଖିବା ପାଇଁ ଏସ୍.ସି.ବି. ମେଡିକାଲ ଶ-ବ ଗୃହ ନିକଟରେ ଉଭୟଙ୍କ ମଧ୍ୟରେ ପା-ଟିତୁ-ଣ୍ଡ ଦେଖିବାକୁ ମିଳିଛି।
ତେବେ ସୂଚନା ଅନୁଯାୟୀ କଟକ ଫୁଲନଖରା ସ୍ଥିତ ଏନ୍.ଏଇଚ୍. ଟ୍ରାଫିକରେ କନେଷ୍ଟବଳ ଭାବେ କାର୍ଯ୍ୟ କରୁଥିଲେ ଖୋର୍ଦ୍ଧା ବେଗୁନିଆ ଅଞ୍ଚଳର ଅଭୟ କୁମାର ବେହେରା। ଗତ ଶନିବାର ଏକ ଦୁର୍ଘ-ଟଣାରେ ଗୁରୁ-ତର ହୋଇ କଟକ ଏସ୍.ସି.ବି. ମେଡିକାଲରେ ଚିକିତ୍ସା ହେଉଥିଲେ। ତେବେ ଆଜି ସକାଳେ ଅଭୟଙ୍କର ମୃ-ତ୍ୟୁ ପରେ ତାଙ୍କର ମୃ-ତ ଦେହ ନେବା ପାଇଁ ପହଞ୍ଚିଯାଇଥିଲେ ତାଙ୍କର ପ୍ରଥମ ସ୍ତ୍ରୀ ଆଉ ଦ୍ଵିତୀୟ ସ୍ତ୍ରୀ। ଏବଂ ଏପଟୁ ପହଞ୍ଚିଥିଲେ ପରିବାର ଲୋକେ।
ଆଉ କିଏ ନେବ ମୃ-ତ ଶରୀର ତାକୁ ନେଇ ଚାଲିଥିଲା ଝ-ଗଡ଼ା। ଯାହାଙ୍କୁ ନେଇ ଅଭୟଙ୍କ ମାଆ ଏବଂ ତାଙ୍କ ପ୍ରଥମ ସ୍ତ୍ରୀ ମଧ୍ୟରେ ଟଣା ଓଟରା ଲାଗିଥିଲା। ଅନ୍ୟ ପଟେ ତାଙ୍କର ଆଉ ଜଣେ ସ୍ତ୍ରୀ କହିଛନ୍ତି ୨୦୧୬ ମସିହାରେ ୱାଇଲ୍ଡ ଲିଷ୍ଟ୍ ଟେଲିଫୋନିକରେ କାର୍ଯ୍ୟ କରୁଥିଲି। ଅଭୟ ମୋତେ ପ୍ରେମ ବିବାହ କରିଥିଲେ। ଆମର ଏକ ସାତ ବର୍ଷର ପୁଅ ମଧ୍ୟ ଅଛି। ତେବେ ଜାତି ପାଇଁ ଶାଶୁ ଘର ଲୋକେ ମୋତେ କେହି ଭଲ ପାଆନ୍ତି ନାହିଁ। ବିବାହର ବର୍ଷେ ପରେ ମତାନ୍ତର ହେବାରୁ ଅଭୟଙ୍କ ପରିବାର ଛା-ଡ଼ପ-ତ୍ର ପାଇଁ ଅଦାଲତରେ ଆବେଦନ କରିଥିଲେ। ବର୍ତ୍ତମାନ ସୁଦ୍ଧା ମାମ-ଲା କୋର୍ଟରେ ବିଚା-ରଧୀନ ଅଛି। ଆମର ଛା-ଡ଼ପ-ତ୍ର ହୋଇ ନାହିଁ।
ତେଣୁ ମୁଁ ଚାହୁଁଛି ମୋ ପୁଅ ଅଭୟଙ୍କ ମୃ-ତଦେହରେ ମୁ-ଖାଗ୍ନି ଦେଉ ବୋଲି କହିଛନ୍ତି ଅଭୟଙ୍କ ପ୍ରଥମ ପତ୍ନୀ ଦେବସ୍ମିତା ସେଠୀ। ଅପରପକ୍ଷରେ ଛା-ଡ଼ପ-ତ୍ର ମାମ-ଲା କୋର୍ଟରେ ବିଚା-ରଧୀନ ଥିବା ବେଳେ ଅଭୟ ୨୦୧୭ ମସିହାରେ ଆଉ ଜଣେ ମହିଳାଙ୍କୁ କୁଆଡ଼େ ବିବାହ କରିଥିଲେ। ଯିଏକି ତାଙ୍କର ଦ୍ଵିତୀୟ ପତ୍ନୀ ଭାବେ ଏବେ ଦାବିଦାର ହେଉଛନ୍ତି। ଆଜି ଅଭୟଙ୍କ ମୃ-ତ୍ୟୁ ପରେ ତାଙ୍କ ମୃ-ତ ଦେହ ନେବା ପାଇଁ ଏହି ଦ୍ଵିତୀୟ ପତ୍ନୀ ଜଣକ ଏଭଳି ଦାବି କରିଛନ୍ତି। ତେବେ ଏସବୁ ଭିତରେ ପୋ-ଲିସ୍ ମୃ-ତ କନେଷ୍ଟବଳଙ୍କ ଶ-ବକୁ ତାଙ୍କ ମାଆଙ୍କୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି। ଏବଂ ଆମ୍ବୁଲାନ୍ସ ଯୋଗେ ଅଭୟଙ୍କ ମଲା ଶରୀରକୁ ତାଙ୍କ ଗାଁକୁ ନିଆ ଯାଇଛି।