“କଟକରୁ ଯାଇଥିବା ଲୋକକୁ ସମ୍ବଲପୁରରେ ଲୋକ କେବେ ଭୋଟ ଦେଲେଣି । ଶଙ୍ଖ ଧୀରେ ଧୀରେ ପଦ୍ମ ହେବ” : ପ୍ରଶାନ୍ତ ଜଗଦେବ ।

ବନ୍ଧୁଗଣ ଆଗାମୀ ନିର୍ବାଚନକୁ ନେଇ ସରଗରମ ହୋଇ ଉଠିଛି ରାଜ୍ଯ ରାଜନୀତି । ଇତି ମଧ୍ୟରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ବିଜେପି ନେତା ପ୍ରଶାନ୍ତ ଜଗଦେଗ । ତେବେ ଜଗନ୍ନାଥ ଦର୍ଶନ ପରେ ଗଣମାଧ୍ୟମ ସାମ୍ନାରେ ସେ ବିସ୍ଫୋରକ ବୟାନ ଦେଇଛନ୍ତି । ପ୍ରଶାନ୍ତ କହିଛନ୍ତି ଯେ ବିଜେପିକୁ ଲୋକସଭା ଆସନରେ ଜିତାଇବା ପାଇଁ ବିଜେଡି ଡିଲ୍‌ କରିଛି । ଅନେକ ସ୍ଥାନରେ ବିଜେଡି ବିଜେପି ବିପକ୍ଷରେ ଦୁର୍ବଳ ପ୍ରାର୍ଥୀ ଦେଇଛି । ଯାହାର ଉଦାହରଣ ସମ୍ବଲପୁର ଲୋକସଭା ଆସନ ।

ସେ କହିଛନ୍ତି କଟକରୁ ଯାଇଥିବା ଲୋକକୁ ସମ୍ବଲପୁରରେ ଲୋକ କେବେ ଭୋଟ ଦେଲେଣି । ଶଙ୍ଖ ଧୀରେ ଧୀରେ ପଦ୍ମ ହେବ । ଶଙ୍ଖ ଆଉ ପଦ୍ମର ମିଳନ ହେଲେ ପ୍ରଭୁ ଜଗନ୍ନାଥ । ଲକ୍ଷ୍ମୀ ଆଉ ଜଗନ୍ନାଥ ମେଣ୍ଟ ନୁହେଁ ଗୋଟାଏ ଅଂଶ ବୋଲି କହିଛନ୍ତି ପ୍ରଶାନ୍ତ ଜଗଦେବ । ସେହିପରି ଅନ୍ୟ ଏକ ଉଦାହରଣ ଦେଇ ପ୍ରଶାନ୍ତ କହିଛନ୍ତି ଯେ ପୁରୀ ଲୋକସଭାର ବିଜେପି ପ୍ରାର୍ଥୀ ଏବେଠୁ ଜିତି ସାରିଲେଣି । କାରଣ ଅରୁପ ପଟ୍ଟନାୟକଙ୍କୁ ବିଜେଡି ପ୍ରାର୍ଥୀ କରିବା ପରେ ଏହା ସ୍ପଷ୍ଟ ହୋଇଯାଇଛି ।

ସେ କହିଛନ୍ତି ତାଙ୍କୁ ଦଳ ହିଞ୍ଜିଳିରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ପ୍ରାର୍ଥୀ କଲେ ମଧ୍ୟ ସେ ଲଢେଇ କରିବେ । ସେ ପୂର୍ବରୁ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସହ ଲଢେଇ କରିଛନ୍ତି । ଆଉ ଏବେ ନବୀନ ପଟ୍ଟନାୟକ ଦୁର୍ବଳ ହୋଇ ଗଲେଣି । ଜଗଦେବ ଆହୁରି ମଧ୍ୟ କହିଛନ୍ତି, ଦୀର୍ଘ ୨୪ ବର୍ଷର ଶାସକ ଦୁର୍ବଳ ହୋଇଗଲାଣି । ଏହା ପ୍ରାକୃତିକ ପ୍ରକ୍ରିୟା । ଶିଶୁଟିଏ ଯୁବକ ହୁଏ, ପରେ ବୃଦ୍ଧ ହୁଏ ।

ଏଣୁ ବିଜେଡି ଶାସନ ଏବେ ବୃଦ୍ଧ ଅବସ୍ଥାକୁ ଚାଲି ଆସିଛି । ମୁଖ୍ୟମନ୍ତ୍ରୀଙ୍କ ଅବସ୍ଥା ଆଉ ଭଲ ନାହିଁ । ସେ ଲୋକଙ୍କ ନିକଟରେ ଆଉ ପହଞ୍ଚିବା ସ୍ଥିତିରେ ନାହାନ୍ତି । ଏଣୁ ଲୋକ ବୁଝି ସାରିଲେଣି । ଏଥର ଓଡ଼ିଶାରେ ବିଜେପିର ଡବଲ ଇଞ୍ଜିନ ସରକାର ଗଠନ ହେବ । ବିଜେଡି ଦୁର୍ବଳ ହୋଇ ଯାଇଥିବାରୁ ବିଜେପି ସହ ମେଣ୍ଟ ପାଇଁ ଚାହୁଁଥିଲେ । ହେଲେ ବିଜେପି ଏହା ଗ୍ରହଣ କଲା ନାହିଁ । ବିଜେପିର ମାନସ ସନ୍ତାନ ହେଉଛି ବିଜେଡି । ବିଜେଡିରେ ଗଣତନ୍ତ୍ର ଆଉ ନଥିବା ବେଳେ ଦଳ ସମ୍ପୂର୍ଣ୍ଣ ଦୁର୍ବଳ ହୋଇପଡ଼ିଛି । ଆଜି ନହେଲେ କାଲି ବିଜେଡି ବିଜେପିରେ ବିଲୟ ହେବା ନିଶ୍ଚିତ ।

Leave a Reply

Your email address will not be published. Required fields are marked *