ହାଇଦ୍ରାବାଦ ଠାରୁ ହାରିବା ପରେ ମୁମ୍ବାଇ କ୍ୟାପଟେନ ହାର୍ଦିକ ପାଣ୍ଡ୍ୟାଙ୍କ ଉପରେ ରାଗିଲେ ଆକାଶ ଅମ୍ବାନୀ।

ମୁମ୍ବାଇ ହାରିବା ପରେ ଗାଳି ଖାଉଛନ୍ତି କ୍ୟାପଟେନ ପାଣ୍ଡ୍ୟା। ଫ୍ୟାନ୍ସ ମାନଙ୍କ ଠାରୁ ମାଲିକ ପର୍ଯ୍ୟନ୍ତ ସବୁ ରାଗିଲେଣି। ମ୍ୟାଚ ପରେ ହାର୍ଦ୍ଧିକଙ୍କ ଉପରେ ବିରକ୍ତ ହେଲେ ଆକାଶ।ଗତ କାଲି ଆଇପିଏଲରେ ଥିଲା ଏମିତି ଏକ ମ୍ୟାଚ ଯାହା ଇତିହାସରେ ଲେଖାଯାଇଛି। ଏହି ମ୍ୟାଚରେ ଏମିତି କିଛି ହୋଇଥିଲା ଯାହା ସମସ୍ତଙ୍କୁ ଚମକାଇ ଦେଇଥିଲା। ଷ୍ଟାଡିୟମରେ ଉପସ୍ଥିତ ଥିବା ଫ୍ୟାନ୍ସଙ୍କ ଠାରୁ ଆରମ୍ଭ କରି ମାଲିକ ପର୍ଯ୍ୟନ୍ତ ସମସ୍ତେ ଆଚମ୍ବିତ ହୋଇଯାଇଥିଲେ। ଏମିତିକି ମୁମ୍ବାଇ ଇଣ୍ଡିଆନ୍ସର ମାଲିକ ଅମ୍ବାନୀ ପରିବାରଙ୍କ ମୁଣ୍ଡ ବୁଲାଇ ଦେଇଥିଲା। ତେବେ ଏମିତି ଆମେ କ’ଣ ପାଇଁ କହୁଛୁ ଆସନ୍ତୁ ସମ୍ପୂର୍ଣ୍ଣ ଖବର ବିଷୟରେ ଜଣେଇ ଦେବୁ।

ଗତ କାଲି ଆଇପିଏଲରେ ଥିଲା ମୁମ୍ବାଇ ଏବଂ ହାଇଦ୍ରାବାଦ ମ୍ୟାଚ। ପେଥମେ ବ୍ୟାଟିଂ କରୁଥିବା SRH ୨୦ ଓଭରରେ କରିଥିଲା ୨୭୭ ରନ। ଯାହାକି ଆଇପିଏଲର ସବୁଠାରୁ ବଡ଼ ଦଳର ପାସପଟ। ଏହି ମ୍ୟାଚରେ କୌଣସି ବି ମୁମ୍ବାଇ ବୋଲର ଲାଇନନେଥ ପାଇନଥିଲେ। ଏମିତିକି MI ଅଧିନାୟକ ହାର୍ଦ୍ଧିକ ପାଣ୍ଡ୍ୟା ମଧ୍ୟ ଚିନ୍ତାରେ ପଡିଯାଇଥିଲେ। ତେବେ ପଡିଆ ମଝିରେ ସେ ଚିନ୍ତିତ ଥିବା ବେଳେ ସେ ପୂର୍ବତନ ଅଧିନାୟକ ରୋହିତ ଶର୍ମା ଫିଲଣ୍ଡିଂ ସଜେଇବାର ନଜର ଆସିଥିଲେ।

ମୁମ୍ବାଇ ୨୭୮ ରନକୁ ପିଛା କରିବାକୁ ଯାଇ ୨୪୬ ରନରେ ଅଟକି ଯାଇଥିଲା। କେବଳ ହାର୍ଦ୍ଧିକଙ୍କୁ ଛାଡି ଅନ୍ୟ ମୁମ୍ବାଇ ବ୍ୟାଟ୍ସମେନ ମାନେ ଭଲ ପ୍ରଦର୍ଶନ କରିଥିଲେ। ହେଲେ ପାଣ୍ଡିଆ ୨୦ ଟି ବଲ ଖେଳି ମାତ୍ର ୨୪ ରନ କରିବାକୁ ସକ୍ଷମ ହୋଇଥିଲେ। ଯେଉଁଥିପାଇଁ କୁଆଡେ ମୁମ୍ବାଇ ହାରିଗଲା ବୋଲି ଲୋକମାନେ ଆଲୋଚନା କରୁଛନ୍ତି।

ଏହି ମ୍ୟାଚ ପରେ ମୁମ୍ବାଇ ଇଣ୍ଡିଆନ୍ସର ମାଲିକ ମୁକେଶ ଆମ୍ବାନୀଙ୍କ ପୁଅ ହାର୍ଦ୍ଧିକ ପାଣ୍ଡିଆଙ୍କୁ କିଛି କହୁଥିବାର ଏବେ ଦେଖିବାକୁ ମିଳୁଛି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ମାତ୍ରାରେ ଭାଇରାଲ ହେଉଛି। ଆଉ ତାଙ୍କ ମୁହଁ ଦେଖି ଲାଗୁଥିଲା ସେ ଯେମିତି ଅଧିନାୟକଙ୍କ ଉପରେ ଖୁସି ନାହାନ୍ତି। ଏହି ସିଜିନରେ ଏବେ ୨ ଟି ମ୍ୟାଚ ଖେଳିଥିବା MI ୨ ଟି ଯାକରେ ପରାଜୟ ହୋଇଛି। ତେଣୁ ଦର୍ଶକଙ୍କ ଠାରୁ ଆରମ୍ଭ କରି ମାଲିକ ପର୍ଯ୍ୟନ୍ତ କେହିବି ପାଣ୍ଡିଆଙ୍କ ଉପରେ ଖୁସି ନାହାଁନ୍ତି।ପ୍ରତ୍ୟକ ମ୍ୟାଚରେ ରୋହିତ ଶର୍ମାଙ୍କ ନାମ ନେଇ ହାର୍ଦ୍ଧିକ ପାଣ୍ଡିଆଙ୍କୁ ଚିଡାଉଛନ୍ତି କ୍ରିକେଟ ପ୍ରେମୀ। ତେବେ ଏଭଳି ସ୍ଥିତିରେ MI ର ସ୍ଥିତି କଣ ହେବ ତାହା ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *