ଝିଅର ଆଗେ ଆଗେ ଯାଉଛି ବାପାର ଅଙ୍ଗ, ବୋଉକୁ ଧରି କାନ୍ଦୁଛି କୁନି ଝିଅ।
ଝିଅର ଆଗେ ଆଗେ ଯାଉଛି ବାପାର ଅଙ୍ଗ,ବାପାର ଅଙ୍ଗ ଦେଖୁଛି ଆଉ ବୋଉକୁ ଧରି କାନ୍ଦୁଛି କୁନି ଝିଅ। ବୋଉକୁ ଜାବୁଡି ଧରି କାନ୍ଦି କାନ୍ଦି ବିକଳ ହୋଇ କହୁଛି ବୋଉ ବାପାଙ୍କୁ ନେବା ପାଇଁ ମନା କର। ଝିଅ ଜାଣିନି ହେଲେ ଝିଅର ପାଖରେ ଯାଉଛି ବାପାଙ୍କ ଅଙ୍ଗ। ଝିଅ ଜାଣିନି ହେଲେ ବାପା ଚାଲିଯାଇଛନ୍ତି ଅଫେରା ରାଇଜକୁ। ଝିଅ ଜାଣିନି ତା ବାପା ଆଉ କେବେବି ଫେରିବେ ନାହିଁ ବୋଲି। ହେଲେ ମାଙ୍କୁ କହୁଛି ବାପାଙ୍କୁ ଡାକ ସେ ଆସିବେ।
ହଁ ଆଜ୍ଞା ଯେଉଁ ବୟସରେ ବାପା କାନ୍ଧରେ ବସି ବୁଲିବା କଥା ସେଇ ବୟସରେ ବାପାଙ୍କର ଅଙ୍ଗ ଯାଉଥିବାର ଦେଖୁଛି ଝିଅ। ହୃତପିଣ୍ଡ ଏବଂ ଯକୃତ ଯାଇଛି ଝିଅର ଆଗରେ। ଯାହାକୁ ଦେଖି ସହି ପାରୁନାହିଁ କୁନି ଝିଅଟି। ଡାକ୍ତରଖାନା ପରିସରରେ ମାକୁ ଜାବୁଡି ଧରି କାନ୍ଦୁଛି।ଏମିତି କିଛି ଦୃଶ୍ୟ ହୋଲିର ଠିକ ପୂର୍ବଦିନ ଏକ ଘରୋଇ ମେଡିକାଲରେ ଦେଖିବାକୁ ମିଳିଥିଲା। ଟିକେ ଏହି ଦୃଶ୍ୟକୁ ଦେଖନ୍ତୁ ମେଡିକାଲରେ ଝିଅ ଆଉ ତା’ର ଆଗରେ ଯାଉଛି ବାପାଙ୍କର ଅଙ୍ଗ। ବାକ୍ସରେ ଭର୍ତି କରି ଡାକ୍ତର ମାନେ ନେଇଯାଉଛନ୍ତି କେମିତି ଗ୍ରୀନ କରିଡରରେ ଅଙ୍ଗ ଯାଉଛି ଦେଖନ୍ତୁ।
ଗୋଟେ ଝିଅ ପାଇଁ ଏହା କେତେ କଷ୍ଟଦାୟକ। ହୋଲିରେ ବାପାଙ୍କୁ ରଙ୍ଗ ଲଗାଇଥାନ୍ତା ହେଲେ ଏମିତି ଅଘଟଣ ଘଟିଯିବ ଏମିତି ବାପା ଅଧା ରାସ୍ତାରୁ ଚାଲିଯିବେ କିଏ ବା ଜାଣିଥିଲା। ସବୁକିଛି ଆଜି ଝିଅ ପାଇଁ ଅଧା ଅଧୁରା ରହିଯାଇଛି। ବାପାଙ୍କର ଅଙ୍ଗକୁ ଆଜି ଝିଅ ସାମ୍ନାରେ ବହି ନେଇଯାଉଛନ୍ତି।
ଖବର ମୁତାବକ ଖୋର୍ଦ୍ଧା ଜିଲ୍ଲା ସାରୁଅ ଅଞ୍ଚଳର CRPF ଯବାନ କୃଷ୍ଣଚନ୍ଦ୍ର ମହା ଭୋଇ। ଗତ ୨ ବର୍ଷ ହେବ କିଡ୍ନୀ ରୋଗରେ ପିଡୀତ ହୋଇଥିଲେ ଯବାନ କୃଷ୍ଣଚନ୍ଦ୍ର। ତେବେ ଗତ ୨୦ ତାରିଖରେ ହଠାତ କୃଷ୍ଣଚନ୍ଦ୍ରଙ୍କର ମସ୍ତିଷ୍କରୁ ରକ୍ତ ଶ୍ରାବ ହୋଇଥିଲା। ପରିବାର ଲୋକେ ତାଙ୍କୁ ଭୁବନେଶ୍ୱର ସ୍ଥିତ ଘରୋଇ ମେଡିକାଲରେ ଚିକିତ୍ସ ପାଇଁ ଭର୍ତି କରିଥିଲେ। ହେଲେ ଯବାନ କୃଷ୍ଣଚନ୍ଦ୍ରଙ୍କୁ ବ୍ରେନଡେଡ଼ ଘୋଷଣା କରିଥିଲେ ଡାକ୍ତର। ଆଉ ଏହା ପରେ ତାଙ୍କ ପରିବାର ସଦସ୍ୟ ଅଙ୍ଗ ଦାନ ସମ୍ପର୍କରେ ଆଲୋଚନା କରାଯାଇଥିଲା।
ଏହା ପରେ ସେ ଘରୋଇ ମେଡିକାଲ ପକ୍ଷରୁ କୃଷ୍ଣଚନ୍ଦ୍ରଙ୍କ ହୃତପିଣ୍ଡ ଓ ଯକୃତକୁ ବାହାର କରାଯାଇଥିଲା। ଆଉ ଗ୍ରୀନ କରିଡରରେ ରାଜ୍ୟ ବାହାରକୁ ନିଆଯାଇଛି ଜବାନ କୃଷ୍ଣଚନ୍ଦ୍ରଙ୍କ ଅଙ୍ଗକୁ। ମେଡିକାଲ କତ୍ତୃପକ୍ଷ ଏବଂ କମିଶନର ପୋଲିସଙ୍କ ମିଳିତ ସହଯୋଗରେ କୃଷ୍ଣଚନ୍ଦ୍ରଙ୍କ ହୃତପିଣ୍ଡ ଓ ଯକୃତକୁ ଗ୍ରୀନ କରିଡର ମାଧ୍ୟମରେ ବିମାନ ବନ୍ଦରକୁ ନିଆଯାଇ ମୁମ୍ବାଇ ଓ କୋଲକତାକୁ ପଠା ଯାଇଛି।