ହୋଲି ହେଲା କାଳ। ହୋଲି ଖେଳୁ ଖେଳୁ ମରିଗଲା ପୁଅ।
ପୁଅ ପାଇଁ ହୋଲି ଖେଳିବା ହେଲା କାଳ, ରଙ୍ଗ ଖେଳୁ ଖେଳୁ ପୁଅର ଚାଲିଗଲା ଜୀବନ। ହୋଲି ଖେଳିବା ଯୁବକଙ୍କ ପାଇଁ ହୋଇଗଲା କାଳ। ଏହି ରଙ୍ଗ ଖେଳ ମୋ ପାଖରୁ ମୋ ପୁଅକୁ ଛଡାଇ ନେଲା। ମୋ ସଂସାରକୁ ଆଜି ଉଜାଡ଼ି ଦେଲା। କେତେ ହସ ଖୁସିରେ ମୋ ପୁଅ ସକାଳୁ ସକାଳୁ ଘରୁ ବାହାରି ପଡିଥିଲା ହୋଲି ଖେଳିବାକୁ। ହାତରେ ବିଭିନ୍ନ ପ୍ରକାରର ରଙ୍ଗ ନେଇ ସାଙ୍ଗସାଥିଙ୍କ ସହ ହୋଲି ବି ଖେଳୁଥିଲା। କିନ୍ତୁ ସେ କଣ ଜାଣିଥିଲା ଏହି ହୋଲି ଖେଳିବା ତା’ ଜୀବନର ଶେଷ ହୋଲି ଖେଳ ହୋଇଯିବ ବୋଲି।
ହୋଲି ଖେଳିବାକୁ ପୁଅ ଯାଇଥିଲା ସତ କିନ୍ତୁ ଆଉ ଘରକୁ ଫେରିଲା ନାହିଁ। ମନ ପସନ୍ଦର ମା’ ରୋଷେଇ କରିଥିବା ଖାଇବାକୁ ଆଉ ଖାଇ ପାରିଲା ନାହିଁ ପୁଅ। ସାଙ୍ଗସାଥୀଙ୍କ ସହ କେତେ ମଜା ମସ୍ତି କରି ହୋଲିବି ଖେଳୁଥିଲା କିନ୍ତୁ ସେଇ ହୋଲି ଖେଳିବା ତାଙ୍କ ପାଇଁ ହୋଇଗଲା କାଳ। ହୋଲି ଖେଳି ସାରି ସାଙ୍ଗ ମାନଙ୍କ ସହ କରମୁଆ ପୋଖରୀକୁ ଯାଇଥିଲେ ଗାଧୋଇବା ପାଇଁ। ହେଲେ କିଏ ବା ଜାଣିଥିଲା ସେଇ ପୋଖରୀରେ ତାଙ୍କ ସହ ଏଭଳି ଅଘଟଣ ଘଟିଯିବ ବୋଲି।
ପୋଖରୀରେ ଗାଧୋଉ ଥିବା ସମୟରେ ହଠାତ ଗୋଡ଼ଟି ଖସି ଯାଇଥିଲା। ଆଉ ଏହା ପରେ ଅକାଳରେ ସେଇ ପାଣି ଭିତରେ ଚାଲିଯାଇଥିଲା ଯୁବକର ଜୀବନ।ଆଜ୍ଞା ହଁ ବନ୍ଧୁଗଣ ଏଭଳି ଅଭାବନୀୟ ହୃଦୟବିଦାରକ ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଛାଣିପୁର ପଞ୍ଚାୟତରେ।ମୃତ ଯୁବକ ଜଣକ ହେଉଛନ୍ତି ସରୋଜ କୁମାର ଦାସଙ୍କ ପୁଅ ଆଶିଷ କୁମାର ଦାସ। ତାଙ୍କର ବୟସ ହେଉଛି ୧୭ ବର୍ଷ। ତେବେ ଆଶିଷ +୨ ବିଜ୍ଞାନ ଛାତ୍ର ଥିବା ସୂଚନା ମିଳିଛି। ଆଉ ୧୭ ବର୍ଷର ପୁଅକୁ ହରାଇ ଏ ମା’ ଜଣକ ଭାଙ୍ଗି ପଡିଛି। ହୋଲି ଖେଳି ସାରି ଗାଧୋଇବା ଆଶିଷ ପାଇଁ ହୋଇଗଲା କାଳ।
ତେବେ ଯୁବକ ଜଣକ ପଖରୀରେ ବୁଡିଯାଉଥିବାର ଦେଖି ଗାଁ ଲୋକେ ହଠାତ ଧାଇଁ ଆସିଥିଲେ ପୋଖରୀ ପାଖକୁ। ଆଉ ସଙ୍ଗେ ସଙ୍ଗେ ଆଶିଷକୁ ଉଦ୍ଧାର କରିଥିଲେ। ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ଚିକିତ୍ସା ନିମନ୍ତେ କିନ୍ତୁ ବଡ଼ ଦୁଃଖର କଥା ଯେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ପୁଅର ଏଭଳି ମୃତ୍ୟୁକୁ ଏ ମାଆ’ ଜଣକ କେମିତି ବା ସହିବ। ନିଜକୁ କେମିତି ସମ୍ଭାଳିବ। କିଏବା ଜାଣିଥିଲା ଦଇବ ଏମିତି ଦାଉ ସାଯିବ ବୋଲି।ଏ ମା’ କଣ ଜାଣିଥିଲା ତା ପୁଅ ଆଶିଷର ଏଇ ହୋଲି ଖେଳିବା ହେବ ଶେଷ ହୋଲି ଖେଳ ବୋଲି। ଆଶିଷ ସକାଳୁ ଯାଇଥିଲା ହୋଲି ଖେଳିବା ପାଇଁ ହେଲେ ଆଉ ଫେରିଲା ନାହିଁ। ସବୁଦିନ ପାଇଁ ତାର ଜୀବନଦ୍ୱୀପ ଏଇ ହୋଲି ରଙ୍ଗରେ ଲିଭି।ଘଟଣା ସ୍ଥଳରେ ସାଲେପୁର ପୋଲିସ ପହଁଚି ଶବକୁ ଜବତ କରି ତଦନ୍ତ ଚଳାଇଛି।