ଯାହାକୁ ହୃଦୟରୁ ଭଲ ପାଇଥିଲେ, ତା’ଠାରୁ ଧୋକା ପାଇଲା ପରେ ଅଭିଶାପ ଦେଲେ ରାଣୀ ପଣ୍ଡା ।
ଲୋକ ତାଙ୍କୁ ଚର୍ଚ୍ଚିତ ଅଭିନେତ୍ରୀ କୁହନ୍ତି କିନ୍ତୁ ଅନ୍ୟପଟେ ଲୋକ ତାଙ୍କୁ ନାରୀ ନୁହେଁ ତୁ ନାରାୟଣୀ ବୋଲି ମଧ୍ୟ କୁହନ୍ତି । ଅନେକ ଲୋକ ତାଙ୍କୁ ଚର୍ଚ୍ଚାରେ ରଖୁଥିବା ବେଳେ ଅନେକ ଲୋକ ତାଙ୍କୁ ପ୍ରଶଂସା ମଧ୍ୟ କରନ୍ତି । ଗରୀବ ମାନଙ୍କର ମସିହା ବୋଲି ତାଙ୍କୁ କୁହାଯାଏ । କିନ୍ତୁ ରାଣୀ ପଣ୍ଡା ନିଜ ଜୀବନରେ କେମିତି ରୁହନ୍ତି । ଲୋକ ମାନଙ୍କର ସାହାର୍ଯ୍ୟ ତୋ କରନ୍ତି କିନ୍ତୁ କେତେ ଲୋକଙ୍କର ନିନ୍ଦା ମଧ୍ୟ ସହିଛନ୍ତି ।
ଏସବୁ କଥାକୁ ଛାଡ଼ି ତାଙ୍କର କିଛିଦିନ ପୂର୍ବରୁ ଗୋଟାଏ ପୋଷ୍ଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଥିଲା ଯେ ରାଜଧାନୀ ଅପେରାକୁ ଛାଡ଼ି ସେ ଏବେ ନୂଆ ଅପେରାକୁ ଯାଉଛନ୍ତି । କାହିଁକି ଯାଉଛନ୍ତି ଆଉ କଣ ପାଇଁ ଯାଉଛନ୍ତି ସେ ବିଷୟରେ କଥା ହୋଇଥିଲେ । ଏତେ ନିନ୍ଦା ଅପମାନ ପରେ ମଧ୍ୟ ରାଣୀ ପଣ୍ଡା ମୁଣ୍ଡ ଟେକିକି କେମିତି ଚାଲୁଛନ୍ତି ଦୁନିଆରେ ସେ ବିଷୟ ମଧ୍ୟ ସେ କହିଛନ୍ତି ।ଆଜ୍ଞା ହଁ ନିକଟରେ ଏକ ସାକ୍ଷାତକାରରେ ରାଣୀ ପଣ୍ଡା କହିଛନ୍ତି ସେ ସବୁବେଳେ କହି ଆସିଛନ୍ତି ଯେ ଓଡ଼ିଶାବାସୀଙ୍କ ଭଲ ପାଇବା ପାଇଁ ବଞ୍ଚିଛନ୍ତି ଆଉ ଉପରବାଲାର ଆଶୀର୍ବାଦ ପାଇଁ ସେ ଏତେ ଆଗକୁ ଆସି ପାରିଛନ୍ତି।
ତେବେ କିଛିଦିନ ପୂର୍ବରୁ ରାଣୀ ପଣ୍ଡା ଇନ୍ଷ୍ଟାଗ୍ରାମରେ ଗୋଟେ ପୋଷ୍ଟ ଅପଲୋଡ୍ କରିଥିଲେ ଯେଉଁଥିରେ ରାଜଧାନୀ ଅପେରାର ନାଆଁ ଲେଖା ଯାଇଥିଲା । ଆଉ ସେଥିରେ ରାଣୀ ପଣ୍ଡା ଶହ ପ୍ରଯୋଜକ ମଧ୍ୟ ଥିଲେ । ଆଉ ନାଟକର ନାଁ ଥିଲା ଓଡ଼ିଶାର ମୁଖ୍ୟମନ୍ତ୍ରୀ ରାଣୀ ପଣ୍ଡା । ସମସ୍ତେ ନିଶ୍ଚିତ ଥିଲେ ଯେ ରାଣୀ ରାଜଧାନୀ ଅପେରାକୁ ଯାଉଛନ୍ତି । ତାପରେ ଆଉ କିଛିଦିନ ପରେ ରାଣୀ ଆଉ ଗୋଟେ ପୋଷ୍ଟ କରିଥିଲେ ଯେ ରାଣୀ ପଣ୍ଡା ରାଜଧାନୀ ଅପେରା ଛାଡୁଛନ୍ତି ।
ତେବେ ପଇସା ପ୍ରୋବ୍ଲେମ୍ ପାଇଁ କି ଆଉକିଛି କାରଣ ପାଇଁ ଛାଡ଼ିଲେ ସେ ବିଷୟରେ ରାଣୀ କହିଲେ କମିଟମେଣ୍ଟ ଅସୁବିଧା ହେଲା । ଯେଉଁଠି କମିଟମେଣ୍ଟ ଠିକ୍ ରହିବନି ସେଠି ସେ କାର୍ଯ୍ୟ କରିବା ପସନ୍ଦ କରନ୍ତିନି । ତେବେ ଆହୁରି ବହୁତ୍ କାରଣ ଅଛି ଯାହା ସେ ସୋସିଆଲ ମିଡ଼ିଆରେ କହିବାକୁ ଚାହୁଁ ନାହାଁନ୍ତି । କିନ୍ତୁ କିଛି ଟା ଭଲ ପାଇଁ ସେ ସେହି ଅନୁଷ୍ଠାନ ଛାଡ଼ିଲେ । ସେ ଚାହୁଁ ନଥିଲେ ଯେ ୨୦୦ ପରିବାର ତାଙ୍କ ପାଇଁ ଭାଙ୍ଗି ଯାଆନ୍ତୁ । ରାଣୀ ପଣ୍ଡା ଆହୁରି କହିଛନ୍ତି ଯାହାକୁ ସେ ହୃଦୟରୁ ଭଲ ପାଇଥିଲେ, ତା’ଠାରୁ ଏମିତି ସେମିତି ନୁହେଁ ବହୁତ୍ ବଡ଼ ଧୋକା ଖାଇଛନ୍ତି ଆଉ ଧୋକା ପାଇଲା ପରେ ଅଭିଶାପ ଦେଲେ ରାଣୀ ପଣ୍ଡା ।