ପୁଣି ଚର୍ଚ୍ଚାରେ ଅଭିନେତ୍ରୀ ରାଣୀ ପଣ୍ଡା…ଗରିବ ପରିବାରକୁ ପ୍ରତି ମାସକୁ ଦେବେ ୫ ହଜାର ଟଙ୍କା।

ପୁଣି ରାଣୀ ପଣ୍ଡା ଚର୍ଚ୍ଚାକୁ ଆସିଲେ। ଅସହାୟ ପରିବାରକୁ ସହାୟତା କଲେ। ପାଖରେ ପହଁଚିଲେ ହାତରେ ଟଙ୍କା ଦେଲେ। ପରିବାର ଚଳାଇବାର ପୁରା ଦାୟିତ୍ୱ ନେଲେ।ବନ୍ଧୁଗଣ ଏଇଟା ପ୍ରଥମ ଥର ହୋଇନି ଯେ ରାଣୀ ପଣ୍ଡା କାହାକୁ ସାହାର୍ଯ୍ୟ କରିନାହାନ୍ତି ବରଂ ପୂର୍ବରୁ ବି ଅନେକ ଥର ଅସହାୟଙ୍କୁ ସାହାର୍ଯ୍ୟ କରି ପ୍ରଶଂସା ସାଉଣ୍ଟି ଛନ୍ତି ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା। ଆଉ ଏଥର ବି ସେ ଏମିତି କିଛି କରିଛନ୍ତି ଯାହା ତାଙ୍କୁ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆଣିଛି।

ହଁ ଆଜ୍ଞା ଭଦ୍ରକ ଜିଲ୍ଲା ବାସୁଦେବ ପୁର ବ୍ଲକ ବ୍ରାହ୍ମଣୀ ଗ୍ରାମର ଏକ ଅସହାୟ ପରିବାର ପାଖରେ ପହଁଚିଛନ୍ତି ଅଭିନେତ୍ରୀ ରାଣୀ ପଣ୍ଡା ଆଉ ଆର୍ଥିକ ସହାୟତା ଦେବା ସହିତ ପ୍ରତି ମାସରେ ୫ ହଜାର ଟଙ୍କା ପଠାଇବେ ବୋଲି ମଧ୍ୟ କଥା ଦେଇଛନ୍ତି। ଏହି ଗାଁ ପାଖରେ ତାଙ୍କର ଯାତ୍ରା ପାର୍ଟି ପଡିଥିଲା ଆଉ ବ୍ରାହ୍ମଣୀ ଗାଁର ଏହି ଅସହାୟ ପରିବାର ବିଷୟରେ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ତାଙ୍କ ଘରେ ପହଞ୍ଚିଥିଲେ ରାଣୀ ପଣ୍ଡା। ଏହି ପରିବାରରେ ୩ ଜଣ ଛୋଟ ଛୋଟ ନାତୁଣୀଙ୍କୁ ଧରି ଜଣେ ବୃଦ୍ଧା ରହୁଛନ୍ତି। ଗତ ୩ ବର୍ଷ ପୂର୍ବରୁ ତାଙ୍କ ରୋଜଗାରିଆ ପୁଅର ମୃତ୍ୟୁ ହୋଇସାରିଥିବା ବେଳେ ବୃଦ୍ଧା ଜଣକ ମାଗି ଯାଚି ୪ ପ୍ରାଣୀ କୁଟୁମ୍ବଙ୍କ ପେଟ ପାଳୁଛନ୍ତି। ବୋହୁ କଷ୍ଟରେ ଓଳିଏ ଖାଇଲେ ଓଳିଏ ଓପାସ ରହୁଥିବା ଏହି ପରିବାରର ଅବସ୍ଥା ଦେଖିଲେ ଜେକେହି ବି ଦୁଃଖରେ ଭାଙ୍ଗି ପଡିବ।

ତେବେ ବୃଦ୍ଧାଙ୍କ ଘରେ ପହଁଚିବା ପରେ ତାଙ୍କ ଠାରୁ ସବୁକିଛି ପଚାରି ବୁଝିଥିଲେ ରାଣୀ। ଆଉ ବୃଦ୍ଧାଙ୍କ ଠାରୁ ସବୁ କଥା ଶୁଣିବା ପରେ ୩ ଜଣ ଯାକ ଛୋଟ ପିଲାଙ୍କ ହାତରେ କିଛି ଟଙ୍କା ଦେଇଥିଲେ ରାଣୀ। ଆଉ ଏହି ଟଙ୍କାରେ ଜିନିଷ ପତ୍ର କିଣି ଆଣିବା ପାଇଁ କହିବା ସହ ଯେତେବେଳେ ଯାହା ଦରକାର ତାଙ୍କୁ ଫୋନ କରି ଜଣାଇବାକୁ କହିଥିଲେ। ହେଲେ ବୃଦ୍ଧାଙ୍କ ପାଖରେ ଫୋନଟିଏ ନଥିବାରୁ ତାଙ୍କୁ ଗୋଟେ ଫୋନଟିଏ ମଧ୍ୟ କିଣି ଦେବା ପାଇଁ ବ୍ୟବସ୍ଥା କରିଥିଲେ ରଣୀ ପଣ୍ଡା।ଖାଲି ସେତିକି ନୁହେଁ ଏଇ ଅସହାୟ ପରିବାରକୁ ଚଳାଇବାର ଦାୟିତ୍ୱ ମଧ୍ୟ ନିଜ ହାତକୁ ନେଇଛନ୍ତି ରାଣୀ ପଣ୍ଡା। ଘର ଚଳାଇବା ପାଇଁ ପ୍ରତି ମାସରେ ଘରକୁ ୫ ହଜାର ଟଙ୍କା ଲେଖାଏଁ ପଠାଇବେ ବୋଲି ମଧ୍ୟ କହିଛନ୍ତି।

ଏପରିକି ବୃଦ୍ଧା ରହୁଥିବା ଚାଳ ଘରେ ପାଣି ପଡୁଛି ନାଁ ନାହିଁ ସେ କଥାବି ମଧ୍ୟ ପଚାରି ବୁଝିଥିଲେ ରାଣୀ ପଣ୍ଡା। ଆଉ ଏଇ ଛୋଟ ପିଲାମାନେ କେଉଁ ସ୍କୁଲରେ କେଉଁ ଶ୍ରେଣୀରେ ପାଠ ପଢୁଛନ୍ତି ସେସବୁ ପଚାରି ବୁଝିବା ସହ ସେମାନଙ୍କୁ ମନ ଦେଇ ପାଠ ପଢିବା ପାଇଁ ବୁଝାଇଥିଲେ।ତେବେ ରାଣୀ ପଣ୍ଡାଙ୍କର ଏଭଳି କାର୍ଯ୍ୟ ପରେ ସେଠାକାର ଥିବା ସ୍ଥାନୀୟ ଲୋକେ ତାଙ୍କୁ ଅନେକ ପ୍ରଶଂସା କରୁଛନ୍ତି।

Leave a Reply

Your email address will not be published. Required fields are marked *