ଦିନରେ ମୋ ପାଖରେ ରହିଲେ ରାତି କଟାନ୍ତି ଆଉ ଗୋଟେ ସ୍ତ୍ରୀ ପାଖରେ..ସେ ପର ଝିଅ ପାଖରେ ଶୋଇଥିଲେ ମୁଁ ନିଜେ ଦେଖିଛି… ।

ବନ୍ଧୁଗଣ ସ୍ବାର୍ଥପୂର୍ଣ୍ଣ ଆଜିର ସମାଜରେ ସର୍ତ୍ତହୀନ ଏବଂ ନିବିଡ଼ ଭାବରେ ଭଲ ପାଉଥିବା ଦୁଇଟି ହୃଦୟ ମିଶିବା ପାଇଁ ତ ସ୍ବାମୀ ସ୍ତ୍ରୀ ସମ୍ପର୍କଟି ଏଭଳି ଏକ ସମ୍ପର୍କ ଯାହା ଭଗବାନ ଉପରୁ ବନାଇଥାନ୍ତି । ଆପଣମାନେ ସମସ୍ତେ ଆଜିକା ସମାଜରେ କେତେ କଣ ଘଟଣା ଘଟୁଛି ତାହା ବିଷୟରେ ନ୍ୟୁଜ ଖବରକାଗଜରୁ ଜାଣିବାକୁ ପାଇଥିବେ ନିଶ୍ଚୟ । ଆଉ ଆଜିକା ଦୁନିଆରେ ପରକୀୟା ପ୍ରୀତି ସତେ ଯେପରି ସବୁଆଡ଼େ ଚାଲିଛି । ଆଉ ଲୋକମାନେ ବହୁତ ଜଲଦି ଏହାକୁ ଆପଣେଇ ମଧ୍ୟ ନେଉଛନ୍ତି ।

ଏହି କାରଣ ପାଇଁ ପରକୀୟା ପ୍ରୀତିରେ ଲିପ୍ତ ରହି ସ୍ବାମୀ ସ୍ତ୍ରୀକୁ କିମ୍ବା ସ୍ତ୍ରୀ ସ୍ୱାମୀକୁ ଧୋକା ଦେବାକୁ ମଧ୍ୟ ପଛାଉ ନାହାଁନ୍ତି । କେତେ ଯେ ସମ୍ପର୍କ ଭାଙ୍ଗୁଛି ତାହାର କିଛି ହିସାବ ନାହିଁ । ତେବେ ଏଠାରେ ଦେଖିବାକୁ ମିଳିଛି ଜଣେ ସ୍ତ୍ରୀ ଅଭିଯୋଗ ଆଣିଛନ୍ତି ତାଙ୍କ ସ୍ଵାମୀଙ୍କ ନେଇକି । ଆଜ୍ଞା ହଁ ବନ୍ଧୁଗଣ ସ୍ତ୍ରୀ କହିଛନ୍ତି ବାହାଘରକୁ ୪ ବର୍ଷ ହେଇଗଲାଣି । ଆଉ ତାଙ୍କ ସ୍ବାମୀ କହିଥିଲେ ଯେ ସେ ଗୋଟେ ସ୍ତ୍ରୀ ଲୋକକୁ ରଖିଛନ୍ତି ବୋଲି । ଆଉ ଇଛା ହେଲେ ସେ ତାଙ୍କ ପାଖରେ ରୁହନ୍ତୁ ନହେଲେ ନାହିଁ ।

ଆହୁରି ସ୍ଵାମୀ ତାଙ୍କୁ କହୁଛନ୍ତି ସେ ଯାଇକି ଗାଁରେ ରୁହନ୍ତୁ ବୋଲି । ହେଲେ ସ୍ତ୍ରୀ ଜଣକ କହିଛନ୍ତି ଯେ ତାଙ୍କ ସ୍ବାମୀ ଏଠି ରହିଲେ ସେ କଣ ପାଇଁ ଗାଆଁରେ ରହିବେ । ବାହାହେବା ପରେ ସ୍ଵାମୀ ଘର ଭଡ଼ା ନେଇ ଏଠି ରହିବ ଆଉ ସେ ଗାଆଁରେ ରହିବ ଏଇଟା ଠିକ୍ ନୁହେଁ । ସ୍ଵାମୀ ଯେଉଁଠି ରହିବ ତାର ସ୍ତ୍ରୀ ମଧ୍ୟ ସେଇଠି ରହିବ । ଏହି କଥାକୁ ବିରୋଧ କଲେ ସ୍ତ୍ରୀକୁ ମାଡ଼ ଗାଳି କରେ ସ୍ଵାମୀ । ସ୍ତ୍ରୀ ଜଣକ ନିଜ ସ୍ୱାମୀର ପରପ୍ରୀତି ସମ୍ପର୍କରେ ବାହାଘର ପରେ ଜାଣିଲେ ।

ସ୍ତ୍ରୀ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ଵାମୀ ଦିନରେ ତାଙ୍କ ପାଖରେ ରହିଲେ ରାତି କଟାନ୍ତି ଆଉ ଗୋଟେ ସ୍ତ୍ରୀ ପାଖରେ । ଆଉ ସେ ପର ଝିଅ ପାଖରେ ଶୋଇଥିଲେ ବୋଲି ତାଙ୍କ ସ୍ତ୍ରୀ ନିଜେ ଦେଖିଛନ୍ତି । ତାଙ୍କ ସ୍ୱାମୀ ଆହୁରି ଚାହୁଁଛନ୍ତି ଯେ ସେ ଦୁଇ ଜଣ ସାଙ୍ଗ ହୋଇ ରୁହନ୍ତୁ ବୋଲି । ହେଲେ କୌଣସି ସ୍ତ୍ରୀ ଏକଥା ସହି ପାରିବ ନାହିଁ । ଯେତେ ବୁଝାଇଲେ ସେ କିଛି ବୁଝୁ ନାହାନ୍ତି । ସ୍ତ୍ରୀ ଜଣକ ନ୍ୟାୟ ଭିକ୍ଷା କରିଛନ୍ତି ଆଉ କହିଛନ୍ତି ସେ ଆଉ ତାଙ୍କ ପାଖରେ ରହିପାରିବେ ନାହିଁ ।

Leave a Reply

Your email address will not be published. Required fields are marked *