ଯେଉଁ ଦୋକାନରୁ କିଣିଥିଲେ, ସେହି ଦୋକାନ ସାମ୍ନାରେ ଫ୍ରିଜକୁ ନେଇ ନିଆଁ ଲଗାଇଦେଲେ।

ଫ୍ରିଜ କିଣିଥିଲେ ଠକାମୀରେ ପଡିଲେ। ୱାରେଣ୍ଟି ଥାଇ ବି ସଜାଡିବାକୁ ଟଙ୍କା ନେଲେ। ବାରମ୍ବାର ଖରାପ ହେଲା ଦୋକାନୀ ଶୁଣିନଥିଲେ। ଯେଉଁଠୁ କିଣିଥିଲେ ସେଇଠୁ ଜାଲିଦେଲେ।ଆଜ୍ଞା ହଁ ବନ୍ଧୁଗଣ ଏଇ ଦୃଶ୍ୟକୁ ଟିକେ ଦେଖନ୍ତୁ। ରାସ୍ତା ଉପରେ କେମିତି ହୁତୁହୁତୁ ହୋଇ ଜଳୁଛି ଫ୍ରିଜଟି। ଯୋଉ ଦୋକାନରୁ ଫ୍ରିଜ କିଣିଥିଲେ ସେହି ଦୋକାନ ସାମ୍ନାରେ ହିଁ ଫ୍ରିଜକୁ ନିଆଁ ଲଗାଇଦେଇଛନ୍ତି ଗ୍ରାହକ ଜଣକ। ଏଇ ଘଟଣାଟି ହେଉଛି ବାଲେଶ୍ଵର ଅଞ୍ଚଳର। ଫୋକିରମହନ ଗୋଲେଇ ଛକ ନିକଟରେ ଥିବା ପାତ୍ର ଇଲେକ୍ଟ୍ରନିକ ସାମ୍ନାରେ ଜଳିଯାଉଚି ଫ୍ରିଜଟି। ଆଉ ଯେଉଁ ଗ୍ରାହକ ଜଣକ ଏଠାରୁ ଫ୍ରିଜଟି କିଣି ଘରକୁ ନେଇଯାଇଥିଲେ ସେହି ଗ୍ରାହକ ନିଜେ ହିଁ ଫ୍ରିଜକୁ ଆଣି ଜାଳି ଦେଇଛନ୍ତି।

ଏହି ବ୍ୟକ୍ତିଙ୍କ କହିବା କଥା ହେଉଛି ପାତ୍ର ଇଲେକ୍ଟ୍ରନିକରୁ ଗଦରେଜ କମ୍ପାନୀର ଫ୍ରିଜଟିଏ କିଣି ଘରକୁ ନେଇଥିଲେ ଯାହାର ଦାମ ଥିଲା ୨୩ ହଜାର ୫ ଶହ ଟଙ୍କା। ଏହି ଫ୍ରିଜ ଉପରେ ୫ ବର୍ଷର ୱାରେଣ୍ଟି ମଧ୍ୟ ଥିଲା। ହେଲେ ମାତ୍ର ବର୍ଷେ ନପୁରୁଣୁ ଫ୍ରିଜର କମ୍ପ୍ରେସର ଖରାପ ହୋଇଗଲା। ଅଭିଯୋଗ ପରେ ଯଦିଓ ମେକାନିକ ଯାଇ ମରାମତି କରିଥିଲେ ଏଥିପାଇଁ ସେମାନେ ୨୩ ଶହ ଟଙ୍କା ନେଇଥିଲେ।

ଦ୍ୱିତୀୟ ବର୍ଷ ପୁଣି ଫ୍ରିଜଟି ଖରାପ ହୋଇଗଲା। ହେଲେ ୩ ହଜାର ଟଙ୍କା ଦାବି କରିଥିଲେ ସର୍ଭିସସେଣ୍ଟର ରୋମ ମେକାନିକ ମାନେ। ଏହି ଟଙ୍କା ଦେବା ପାଇଁ ଗ୍ରାହକ ଜଣକ ରାଜି ବି ହୋଇଥିଲେ। ହେଲେ ୭ ଦିନ ସମୟ ନେଇ ୨୮ ଦିନ ଭିତରେ ବି ଫ୍ରିଜକୁ ସଜାଡି ନଥିଲେ। ଆଉ ୨୮ ଦିନ ପରେ ମେକାନିକ ମାନେ ତାଙ୍କ ଘରକୁ ଯାଇ ମରାମତି କରିଦେବେ ବୋଲି କହିଥିଲେ। ହେଲେ ଏତେ ଦିନ ବିତିଯାଇଥିବାରୁ ଗ୍ରାହକ ଜଣକ ଅସନ୍ତୋଷ ଥିଲେ ଯେଉଁଥିପାଇଁ ସେ ଆଉ ମରାମତି ଦରକାର ନାହିଁ ବୋଲି କହିଥିଲେ। ଆଉ ଯଦି ସେ ସଜାଡ଼ିବେ ତାହେଲେ ଏଥିପାଇଁ ଆଉ ଟଙ୍କା ଦେବେନି ବରଂ ମାଗଣାରେ କରିଦେବା ପାଇଁ କହିଥିଲେ। ହେଲେ ୱାରେଣ୍ଟି ପ୍ରିୟଡ଼ ଥାଇ ବି ସର୍ଭିସସେଣ୍ଟରର ମେକାନିକ ମାନେ ମାଗଣାରେ ସଜାଡ଼ିବାକୁ ରାଜି ହୋଇନଥିଲେ। ଯେଉଁଥିରେ ଗ୍ରାହକ ଜଣକ ରାଗି ଯାଇ ସେହି ପାତ୍ର ଇଲେକ୍ଟ୍ରନିକ ସାମ୍ନାରେ ହିଁ ଫ୍ରିଜଟିକୁ ନିଆଁ ଲଗାଇ ଦେଇଥିଲେ।

ବ୍ୟକ୍ତି ଜଣକ ୨୩ ହଜାର ୫ ଶହ ଟଙ୍କା ଦେଇ ଫ୍ରିଜ କିଣିଥିଲେ ୫ ବର୍ଷର ୱାରେଣ୍ଟି ଥିବାରୁ ତାଙ୍କୁ ଫ୍ରି ସର୍ଭିସ ବା ମାଗଣାରେ ମରାମତି ସେବା ମିଳିବା ଉଚିତ ଥିଲା। ହେଲେ ଥରକୁ ଥର ମରାମତି ପାଇଁ ତାଙ୍କୁ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା। ସେଥିରେ ପୁଣି ଯେଉଁ ସମୟ ଦିଆଯାଉଥିଲା ସେହି ସମୟ ଭିତରେ ମରାମତି କରାଯାଉନଥିଲା। ବାରମ୍ବାର ଅଭିଯୋଗ ପରେ ବି ତାଙ୍କୁ ନିରାଶା ହେବା ପାଇଁ ପଡୁଥିଲା। ଫ୍ରିଜ ସଜାଡ଼ିବା ପାଇଁ ଦୋକାନୀ କିମ୍ବା ସର୍ଭିସସେଣ୍ଟର ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିଲା। ଯେଉଁଥିରେ ଗ୍ରାହକ ଜଣକ ଦୌଡ଼ି ଦୌଡ଼ି ହତାଶ ହୋଇ ପଡିଥିଲେ। ଆଉ ଶେଷରେ କ୍ଷଭ ପ୍ରକାଶ କରି ଯେଉଁ ଦୋକାନରୁ ଫ୍ରିଜ କିଣିଥିଲେ ସେହି ଦୋକାନ ସାମ୍ନାରେ ଫ୍ରିଜଟିକୁ ଆଣି ନିଆଁ ଲଗାଇ ଦେଇଥିଲେ।

Leave a Reply

Your email address will not be published. Required fields are marked *