ଅପରାଧୀ ପ୍ରାର୍ଥୀଙ୍କର ବୁଡିଲା ଭେଳା… ଟିଭି ଓ ଖବରକାଗଜରେ ୩ ଥର ଦେବାକୁ ପଡିବ ବିଜ୍ଞାପନ ।

ଦେଶରେ ସାଧାରଣ ନିର୍ବାଚନକୁ ନେଇ ବିଗୁଲ୍ ବାଜି ସାରିଛି। ଏଥର ନିର୍ବାଚନରେ ଅନେକ ପରିବର୍ତ୍ତନ କରାଯାଇଛି । ଲୋକସଭା ନିର୍ବାଚନର ତାରିଖ ଘୋଷଣା କରି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ଯେ ଏଥର ନିର୍ବାଚନରେ ଯେଉଁ ପ୍ରାର୍ଥୀଙ୍କ ଅପରାଧିକ ରେକର୍ଡ ରହିଛି, ସେମାନେ ତିନିଥର ଖବରକାଗଜରେ ବିଜ୍ଞାପନ ପ୍ରକାଶ କରିବାକୁ ପଡିବ । ଏହା ବ୍ୟତୀତ ସେହି ସମସ୍ତ ରାଜନୈତିକ ଦଳକୁ ଖବରକାଗଜରେ ବିଜ୍ଞାପନ ପ୍ରକାଶ କରିବାକୁ ପଡିବ ଯେ ସେମାନଙ୍କ ମଧ୍ୟରୁ କେତେଜଣ ପ୍ରାର୍ଥୀଙ୍କ ଅପରାଧିକ ରେକର୍ଡ ଅଛି, ଅର୍ଥାତ୍ ସେମାନେ ଦାଗି ।

ଅପରାଧିକ ପୃଷ୍ଠଭୂମି ଥିଲେ ଖବରକାଗଜରେ ୩ ଥର ବିଜ୍ଞାପନ ଦେବେ ପ୍ରାର୍ଥୀ ।  ପ୍ରଚାର ବେଳେ ବ୍ୟକ୍ତିଗତ ଆକ୍ଷେପ ଠାରୁ ରହିବେ ଦୂରେଇ । ସ୍ବଚ୍ଛ ଓ ଅବାଧ ନିର୍ବାଚନ ଉପରେ ଗୁରୁତ୍ବ । ପ୍ରଚାରରେ ପିଲାଙ୍କୁ ସାମିଲ ନ କରିବାକୁ ତାଗିଦ । ସେପଟେ ପ୍ରଥମ ଥର ପାଇଁ ଘରୁ ଘୋଟ ଦେବେ ୮୫ ବର୍ଷରୁ ଅଧିକ ବୟସ୍କ ଓ ୪୦ ପ୍ରତିଶତରୁ ଅଧିକ ଦିବ୍ୟାଙ୍ଗ ।

ନିର୍ବାଚନରେ ନାହିଁ ହିଂସାର ସ୍ଥାନ । ଅବାଧ ଓ ନିରପେକ୍ଷ ନିର୍ବାଚନ ଉପରେ ଗୁରୁତ୍ବ ନିର୍ବାଚନ କମିଶନଙ୍କ ଗୁରୁତ୍ବ । ଟିଭି, ସୋସିଆଲ ମିଡିଆ, ୱେବକାଷ୍ଟିଂ ଉପରେ ରହିବ ନଜର । ଏଥିସହ ଏକ ହେଲପ ଲାଇନ୍ ନମ୍ବର ୧୯୫୦ ମଧ୍ୟ ଦିଆଯାଇଛି । କଣ୍ଟ୍ରୋଲ ରୁମ୍‌ ଅଧିକାରୀ ଏସବୁ ସୂତ୍ର ଉପରେ ରଖିବେ ତୀକ୍ଷଣ ନଜର । କୌଣସି ହିଂସାର ସୂଚନା ମିଳିଲେ ତୁରନ୍ତ ଉଚିତ୍ ଆକ୍ସନ ନିଆଯିବ । ଅପରାଧିକ ରେକର୍ଡ ଥିବା ପ୍ରାର୍ଥୀ ଖବରକାଗଜରେ ତିନି ଥର ସୂଚନା ଦେବେ ।

ଖାଲି ପ୍ରାର୍ଥୀ ନୁହଁନ୍ତି, ରାଜନୈତିକ ଦଳ ଗୁଡ଼ିକ ମଧ୍ୟ ପ୍ରାର୍ଥୀଙ୍କ ଅପରାଧିକ ରେକର୍ଡ ସଂପର୍କରେ ସୂଚନା ଦେବେ । ଏଥି ସହିତ ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି ଯେ ଏଥର ସମୁଦାୟ ୯୭ କୋଟି ଭୋଟର ଲୋକସଭା ନିର୍ବାଚନରେ ଭୋଟ୍ ଦେବେ । ସେ କହିଛନ୍ତି ଯେ ଦେଶରେ ସମୁଦାୟ ୧୦.୫ ଲକ୍ଷ ମତଦାନ କେନ୍ଦ୍ର ଥିବାବେଳେ ୫୫ ଲକ୍ଷ ଇଭିଏମ୍ ବ୍ୟବହାର କରାଯିବ । ନିର୍ବାଚନ ପରିଚାଳନା ପାଇଁ ଜିଲ୍ଲାର ମୁଖ୍ୟ ଉତ୍ତରଦାୟୀ ରହିବେ ବୋଲି ସ୍ପଷ୍ଟ କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ।

Leave a Reply

Your email address will not be published. Required fields are marked *