“ମୋ ସ୍ୱାମୀ କହୁଛନ୍ତି ଭାଉଜ ତାଙ୍କ ଜୀବନ । ତାଙ୍କ ସହ ରହିବି ସେପଟେ ଦେଢଶୁର ମୋତେ ଶୋଇବାକୁ ଡାକୁଛି” ।

ଭାଉଜ ଏବଂ ଦିଅରର ସ-ମ୍ପର୍କ କେତେ ଯେ ପବିତ୍ର ସେ କଥା ଆପଣ ସମସ୍ତେ ଜାଣିଥିବେ । ପୁରାଣ କହେ ମାତା ସୀତା ଆଉ ଲକ୍ଷ୍ମଣଙ୍କ ସମ୍ପର୍କ ବିଷୟରେ । ମାତା ସୀତା ଲକ୍ଷ୍ମଣଙ୍କୁ ନିଜ ପୁଅ ଭଳି ବ୍ୟବହାର କରୁଥିଲେ । କିନ୍ତୁ ବର୍ତ୍ତମାନ କଳିଯୁଗରେ ଏହାର ସଂଜ୍ଞା ବଦଳି ଗଲାଣି । ନିଜର ଲୋକ ଆଉ ନିଜ ଭଳି ବ୍ୟବହାର କରୁ ନାହାନ୍ତି । ଏବେ ଦିଅର ମଧ୍ୟ ଭାଉଜ ସହିତ ଶାରୀରିକ ସମ୍ପର୍କ ରଖିବା ପାଇଁ ପଛାଉ ନାହିଁ ।

ତେବେ ପୁଣି ଥରେ ଏପରି ଏକ କଥା ସାମ୍ନାକୁ ଆସିଛି , ଯେଉଁଠି ସ୍ଵାମୀ କହୁଛି ତା ଭାଉଜ ହେଉଛି ତାର ଜୀବନ । ସେ ତାକୁ ଛାଡ଼ି ରହି ପାରିବନି । ସ୍ତ୍ରୀ ଆଣିଛନ୍ତି ଅଭିଯୋଗ ଯେ ତାଙ୍କ ସ୍ଵାମୀ ଙ୍କର ତାଙ୍କ ବଡ଼ ଯା ସହିତ ଶାରିରୀକ ସମ୍ପର୍କ ଅଛି ଆଉ ଦେଢଶୁର ତାଙ୍କ ସହିତ ଶୋଇବାକୁ ଡାକୁଛି । ମହିଳାଙ୍କ ସ୍ବାମୀ ହେଉଛନ୍ତି ସୁଶାନ୍ତ ସ୍ୱାଇଁ ଆଉ ତାଙ୍କ ଦେଢ଼ଶୁର ସୁକାନ୍ତ ସ୍ୱାଇଁ । ଦୁଇ ଜଣ ଯାକ ବାଡୋଇ ତାଙ୍କ ଗୋଡ଼ ଫ୍ରାକ୍ଚର୍ କରି ଦେଇଛନ୍ତି । ମୁନ୍ସିପାଲଟି ୬ ନମ୍ୱର୍ ମେଡିକାଲ୍ ରେ ଦେଖେଇଲେ ସେତେବେଳେ ବି ବୁଝିଲେନି । ମହିଳାଙ୍କ ପ୍ଲାଷ୍ଟର ହେଲା ମେଡିକାଲ୍ ରେ ଟଙ୍କା ଦେଇକି ପ୍ଲାସ୍ଟର କରି ଆସିଲେ ।

ପୋଲିସ୍ ରେ ଅଭିଯୋଗ କରିବାରୁ ସେମାନେ କହିଲେ ମହିଳା ଥାନା ଯାଓ ସେମାନେ କିଛି ବୁଝିବେନି । ତେଣୁ ସେ ମହିଳା ଥାନାର ଆଶ୍ରୟ ନେଲେ ଆଉ ତାଙ୍କ ଓକିଲଙ୍କୁ ଧରି ଯାଇଥିଲେ ତୋ ତାଙ୍କୁ ଆରେଷ୍ଟ କରିକି ପଠେଇଥିଲେ । ଆହୁରି ମହିଳାଙ୍କ ସ୍ଵାମୀ ସୁଶାନ୍ତ ସ୍ୱାଇଁ ତାଙ୍କ ପାଟିରେ ମଦ ବୋତଲ ପୂରାଇ ମଦ ବୋତଲରେ ବାଡ଼େଇ ଥିଲେ । ବ୍ଲିଡ଼ିଂ ତାଙ୍କର ବନ୍ଦ ହୋଇନି ବୋଲି ମହିଳା ଜଣକ କହିଛନ୍ତି। ମହିଳାଙ୍କ ଚୁଡ଼ି ଭାଙ୍ଗି ଦେଇଥିଲେ ଆଉ ତାଙ୍କ ଗୋଡ଼କୁ ଧରିକି ୭/୮ ଫେରା ବୁଲେଇକି ତଣ୍ଟିକୁ ମାରିଥିଲେ ।

ଶେଷରେ ମହିଳା ଜଣଙ୍କ କହିଛନ୍ତି ଯେ ସେ ଏହି ସବୁ ଆଉ ସହି ପାରୁ ନାହାଁନ୍ତି ତେଣୁ ରାଷ୍ଟ୍ରପତିଙ୍କୁ ଚିଠି ଲେଖିବେ ଯେ ସେ ମୃତ୍ୟୁ ବରଣ କରିବାକୁ ଚାହୁଁଛନ୍ତି । ମହିଳାଙ୍କ ବାପା ମା ବଞ୍ଚି ନାହାଁନ୍ତି ଭାଇ ଭଉଣୀ ନାହାଁନ୍ତି ଆଉ ତାଙ୍କର ୧୭ ବର୍ଷର ଝିଅ ଉପରେ ତାଙ୍କର ଦେଢ଼ଶୁରର ଶଳାର ସବୁବେଳେ ଖରାପ୍ ନଜର । ତେଣୁ ସେ ଆଉ ବଞ୍ଚିବାକୁ ଚାହୁଁ ନାହାଁନ୍ତି ।

Leave a Reply

Your email address will not be published. Required fields are marked *