ପିୟୂଷ ସେଦିନ କାହିଁକିି ଷ୍ଟେଜ୍‌ରେ ପଡିଗଲେ ଖୋଲି କହିଲେ.. ତାଙ୍କ ମନରେ କି ଡର ପଶିଥିଲା ଜାଣନ୍ତୁ ।

ଖଣ୍ଡଗିରି ଯାତ୍ରା ସରିବା ପରେ କୌଣସି କଳାକାର ତାର ଅଭିନୟ ତ ଛାଡ଼ି ପାରିବ ନାହିଁ କିନ୍ତୁ ଖଣ୍ଡଗିରି ଯାତ୍ରାକୁ ବର୍ତ୍ତମାନ୍ ଅନେକ ଲୋକ ଖୋଜୁଛନ୍ତି ଆଉ ଅନେକ କଳାକାରଙ୍କୁ ମଧ୍ୟ ଖୋଜୁଛନ୍ତି । ଠିକ୍ ଯାତ୍ରା ସରିବା ପରେ ଅଭିନେତା ପିୟୂଷ ତ୍ରୀପାଠୀ ଭାଇଙ୍କୁ ଜଣେ ଲୋକ କିମ୍ଵା ୟୁଟ୍ୟୁବ୍ ଦେଇ ହେଉ ବା ଅନେକ ମାଧ୍ଯମରେ ଆମେ ତାଙ୍କୁ ଦେଖିବାକୁ ପାଇଥିଲେ ଗୋଟେ ହସ୍ପିଟାଲ୍ ରେ । ଯେ ତାଙ୍କର କଣ ହୋଇଛି ହଠାତ୍ ପିୟୂଷ ତ୍ରୀପାଠୀ କଣ ପାଇଁ ହସ୍ପିଟାଲ୍ ପହଞ୍ଚି ଯାଇଥିଲେ ତାକୁ ନେଇ ଅନେକ ଫ୍ୟାନ୍ସ ମାନେ ବ୍ୟତିବ୍ରସ୍ତ ହୋଇପଡ଼ିଥିଲେ ଯେ ପିୟୂଷ ତ୍ରୀପାଠୀ ଭାଇଙ୍କୁ ହେଇଛି କଣ । ଜଲଦି ଭଲ ହେଇ ଯାଆନ୍ତୁ କାମନା କରି ସମସ୍ତେ ଇନ୍ଷ୍ଟାଗ୍ରାମ ରେ ଷ୍ଟାଟସ୍ ମଧ୍ୟ ଲଗାଉଛନ୍ତି ।

ତେବେ ଘଟଣା ପ୍ରକୃତରେ କଣ ହୋଇଥିଲା ସେହି ବିଷୟରେ ଏକ ସାକ୍ଷାତକାରରେ ପିୟୂଷ ତ୍ରୀପାଠୀ କହିଛନ୍ତି । ତେବେ ସେ କହିଛନ୍ତି ଖଣ୍ଡଗିରିର ପୂର୍ବ କ୍ୟାମ୍ପ ଷଠିପୁର କ୍ୟାମ୍ପରେ ତାଙ୍କର କଲର ବୋନ ଟା ମାଡ଼ ହୋଇଥିଲା ସମାନ ନାଟକ କରୁଥିବା ବେଳେ । କଲର ବୋନ ଟା ମାଡ଼ ହେବା ପରେ ଡ଼ାକ୍ତର ଆରାମ ନେବାକୁ କହିଥିଲେ । କିନ୍ତୁ କାମ ତୋ ସେ କରିବା ନିହାତି ଦରକାର । ତେଣୁ ଡ଼ାକ୍ତର କହିଥିଲେ କାମ କଲେ ସେ ହାତରେ ପ୍ରେସର୍ ନଦେବାକୁ ।

ତାପରେ ପିୟୂଷ ତ୍ରୀପାଠୀ ବାସ୍ କାମ କରନ୍ତି କିନ୍ତୁ ସେ ହାତରେ ପ୍ରେସର୍ ଦିଅନ୍ତି ନାହିଁ । ତାପରେ ଖଣ୍ଡଗିରି ଯାତ୍ରା ସରିଲା । ଆଉ ସେଠି ସେ ଯେମିତି ସେମିତି କାମ ଚଳେଇ ଦେଇଥିଲେ । ତାପରେ କେନ୍ଦ୍ରାପଡ଼ାରେ ଯାତ୍ରା ହେଲା ଆଉ ପ୍ରଥମ ୨ଦିନ ହେଲା “ଅଧା ରାତିର ସାଥୀ” ନାଟକ । ଆଉ ଶେଷ ରାତିରେ ହେଇଥିଲା ସିନ୍ଦୂର ହଜିଛି ଶୋଭା ରାତିରେ । ତା ଆଗରୁ ସେହି ନାଟକ ବହୁତ୍ ଥର ପ୍ଲେ ହୋଇଛି ସେ ଦୌଡ଼ିକି ଆସନ୍ତି ଆଉ ତାପରେ ଗଡିବା ସିନ ଥାଏ ସେ ଗଡନ୍ତି ମଧ୍ୟ କିନ୍ତୁ ସେଦିନ ଦିନ ଖରାପ୍ ଥିଲା ଏଲଇଡି ଲାଇଟ୍ ସବୁ ଖୋଲା ହୋଇ ଯାଇଥିଲା । ତେଣୁ ସେ କନଫ୍ୟୁଜ୍ ହୋଇ ଯାଇଥିଲେ ହାତର ଡର ମନରେ ପଶି ଯାଇଥିଲା ଯେ କାଳେ କିଛି ଅସୁବିଧା ହେବ ଭାଙ୍ଗିଯିବ ବୋଲି ।

ଆଉ ସେ ପଛକୁ ଅନେକ ଦୌଡ଼ି ଯାଇଥିଲେ ସେତେବଳେ ତାଙ୍କ ଗୋଡ଼ରେ ଗୋଡ଼ ବାଜି ଯାଇଥିଲା ଆଉ ସେ ପଡ଼ିଗଲେ । ଆଉ କୁହା ଏଙ୍ଗେଲ ଟା ତାଙ୍କ ପେଲଭିସ୍ ବୋନ ଉପରେ ମାଡ଼ ହୋଇଗଲା । ଆଉ ଏତେ ଜୋର୍ ମାଡ଼ ହେଲା ବାମ ଗୋଡ଼ ତାଙ୍କ କାମ କଲାନି । ଲାଇଟ୍ ଅଫ୍ ହେଲା ସବୁ ଦୌଡ଼ି ଆସି ତାଙ୍କୁ ଟେକିଥିଲେ । ସମସ୍ତେ ବହୁତ୍ ବ୍ୟସ୍ତ ହୋଇଗଲେ କେନ୍ଦ୍ରାପଡ଼ା ହସ୍ପିଟାଲ୍ ତାଙ୍କୁ କଟକ ରେଫର୍ କରିଦେଲା । କିନ୍ତୁ ସେ ଅଶ୍ୱିନୀ ଗଲେ । ସେଠୁ ଡିସଚାର୍ଜ ହେଇକି ଘରକୁ ଆସିବା ପରେ ଚାଲିବାରେ ତାଙ୍କୁ ଟିକେ କଷ୍ଟ ହେଉଥିଲା ।

Leave a Reply

Your email address will not be published. Required fields are marked *