ବରର ଗୋଡ଼ ନାହିଁ ବୋଲି କନ୍ୟାର ବାପା କାନ୍ଦୁଥିଲେ, ହେଲେ ଝିଅର କଥା ଶୁଣି ରାଜି ହୋଇଗଲେ ବାପା…।

ଦୁର୍ଘଟଣା ଯୋଗୁ ତାଙ୍କର ଗୋଡ଼ ଚାଲିଗଲା। ତା ମାନେ ନୁହେଁ ଯେ ମୁଁ ତାଙ୍କୁ ଅଧ ବାଟରେ ଛାଡ଼ିଦେବି। ଆମ ଭଲ ପାଇବା ଶାରୀରିକ ନଥିଲା ଭଲପାଇବା ହୃଦୟରୁ ଥିଲା ଆଉ ମୁଁ ତାଙ୍କୁ ବାହା ହେବି ଆଉ ମୁଁ ତାଙ୍କର ସବୁ ଯତ୍ନ ନେବି। ତାଙ୍କୁ କେବେବି ଛାଡିବିନି।ହଁ ଆଜ୍ଞା ପ୍ରେମିକର ଗୋଡ଼ ଚାଲିଗଲା ପରେ ପ୍ରେମିକା ହାତ ଛାଡ଼ିଲାନି। ହଁ ଆଜ୍ଞା କନ୍ୟାର ବାପା ଝିଅକୁ ବୁଝାଇଥିଲେ ମା’ ତୁ ସତରେ ତୋ ଜୀବନକୁ ଏମିତି ଖୁସିରେ କାଟି ପାରିବୁ। ଆଉ ଝିଅଟି ବାପାଙ୍କୁ ବହୁତ ବୁଝାଇଥିଲା ବାପା ମୁଁ ତାଙ୍କୁ ବହୁତ ଭଲପାଏ ଆଉ ମୁଁ ତାଙ୍କର ଏମିତି ଅସୁବିଧାରେ କେମିତି ତାଙ୍କ ହାତ ଛାଡିପାରିବି। ଆଉ ବାପା ତା’ପରେ ନିରବ ହୋଇଯାଇଥିଲେ ଆଉ କନ୍ୟା ଆଜି ଏଭଳି ପ୍ରେମିକକୁ ବାହା ହେଉଛି।

ହଁ ଆଜ୍ଞା କନ୍ୟା ବେଶରେ ସାଜି ପ୍ରେମିକା ବେଦୀକୁ ଆସିଛି। ଏପଟେ ହୁଇଲ ଚିଆରରେ ବସି ବର ଆସିଛନ୍ତି ବେଦୀକୁ ଆଉ ଦୁଇଜଣଙ୍କର ହାତଗଣ୍ଠି ପଡିଛି। ଆଉ ସମସ୍ତଙ୍କ ମନରେ ଯେଉଁ ପ୍ରଶ୍ନ ଉଠୁଥିଲା କାହିଁକି ଗୋଟିଏ ସୁନ୍ଦର ଝିଅଟି ୱେବଜଳି ନିଷ୍ପତି ନେଲା। ଯାହାର ଦୁଉଇଟି ଗୋଡ଼ ନାହିଁ ତାକୁ କେମିତି ବାହାହୋଇଗଲା? ଆଉ ଏ କନ୍ୟା ଜଣକ ଏଭଳି କିଛି ଉତ୍ତର ଦେଇ ସମସ୍ତଙ୍କ ମୁହଁ ବନ୍ଦ କରିଦେଇଛନ୍ତି।

ପ୍ରେମ କେଉଁଠି କେମିତି କାହା ସହିତ ହୁଏ ଆଉ କେତେ ଦୂର ଚାଲେ ତାହା କେହି ଜାଣି ନାହାଁନ୍ତି। ହେଲେ ଆଜି ଅସଲି ପ୍ରେମ କାହାଣୀଟିଏ ସାମ୍ନାକୁ ଆସିଛି। ସମୟ ପରିସ୍ଥିତି ସବୁକିଛି ବଦଳି ଯାଇଛି। ହେଲେ ଦେଇଥିବା କଥାକୁ ମନେ ରଖିଥିଲା ପ୍ରେମିକା। ଆଉ ପ୍ରେମିକ ଗୋଡ଼ ଚାଲିଗଲା ପରେ ମଧ୍ୟ ପ୍ରେମିକା ସେହି ଜିଦରେ ଥିଲା। ସେ କେବେବି କୌଣସି ପରିସ୍ଥିତିରେ ବି ହାତ ଛାଡିବନି । ଆଉ ଏମିତିକି ପ୍ରେମିକା କହିଛି ମୁଁ ବାହାହେଲି ଦରକାର ପଡ଼ିଲେ ମୁଁ ମୋ ସ୍ୱାମୀକୁ ରୋଜଗାର କରି ପୋଷିବି କିନ୍ତୁ ତାଙ୍କୁ ମୁଁ ତାଙ୍କ ନିଜ ଗଡ଼ରେ ଛିଡା କରିବି।

ଆଜିର ସମାଜରେ ପ୍ରେମର ପରିଭାଷାକୁ ଭିନ୍ନ ନଜରରେ ଦେଖୁଛନ୍ତି ସମସ୍ତେ। କିନ୍ତୁ ବସନ୍ତ ଏବଂ ବିଦୁସ୍ମିତାଙ୍କ ଏହାର ଏକ ଭିନ୍ନ ଢଙ୍ଗ ସାମ୍ନାକୁ ଆସିଛି। ଏହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ।ତେବେ ନିଜର ଦୁଇଟି ଗୋଡ଼ ହରେଇଥିବା ଏଇ ଦିବ୍ୟଙ୍ଗ ଯୁବକଙ୍କୁ ବିବାହ କରି ସମାଜ ପାଇଁ ପ୍ରେରଣା ସାଜିଛନ୍ତି ବିଦୁସ୍ମିତା। ମନ୍ଦିରରେ ସମ୍ପର୍ଣ୍ଣ ହୋଇଛି ବାହାଘର। ଉପସ୍ଥିତ ଥିଲେ ବନ୍ଧୁବାନ୍ଧବ। ରୀତିନୀତି ଅନୁଯାୟୀ ବିବାହ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଛି। ବ୍ରାହ୍ମଣଙ୍କ ମନ୍ତ୍ର ପାଠ ସାଙ୍ଗକୁ ହୋମ ନିଆଁକୁ ସାକ୍ଷୀ ରଖି ଉଭୟ ସାତ ଜନ୍ମ ପାଇଁ ଜୀବନସାଥୀ ଭାବେ ବାନ୍ଧି ହୋଇଛନ୍ତି।

ତେବେ ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ଅଣ୍ଡରେଇ ପଞ୍ଚାୟତ ସେରପୁର ଅଞ୍ଚଳର ପିତାମ୍ବର ପାଣିଗ୍ରାହୀଙ୍କ ପୁଅ ହେଉଛନ୍ତି ବସନ୍ତ ପାଣିଗ୍ରାହୀ। ୨୦୧୬ ମସିହାରେ ତିହିଡି ବ୍ଲକ ତଳ ବନ୍ଧ ଗ୍ରାମର ମାୟାଧର ଲେଙ୍କାଙ୍କ ଝିଅ ବିଦ୍ୟସ୍ମିତାଙ୍କୁ ପ୍ରେମ କରୁଥିଲେ। ୨୦୨୧ ମସିହାରେ ବସନ୍ତ ଭଦ୍ରକ ଯାଉଥିବା ବେଳେ ୧୬ ନମ୍ବର ଜାତୀୟ ରାଜପଥ ଡାହାଣୀ ଗଡ଼ିଆ ଛକ ନିକଟରେ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୀର୍ଘ ୩ ବର୍ଷ ଚିକିତ୍ସା ହୋଇଥିଲେ ମଧ୍ୟ ତାଙ୍କର ଅଣ୍ଟା ଠାରୁ ଆଣ୍ଠୁ ପର୍ଯ୍ୟନ୍ତ ଅଚଳ ହୋଇଯାଇଛି ଦୁଇଟି ଗୋଡ଼। ବର୍ତ୍ତମାନ ସେ ହୁଇଲ ଚିଆରରେ ଯାତାୟାତ କରୁଛନ୍ତି।

ଆଉ ବସନ୍ତଙ୍କ ଏଭଳି ଅବସ୍ଥା ପରେ ବିଦୁସ୍ମିତାଙ୍କର ମନ ପରିବର୍ତ୍ତନ କେବେବି ହୋଇନଥିଲା। ସେମିତି ପ୍ରେମ ଅତୁଟ ରହିଥିଲା। ଆଉ ବିଦ୍ୟସ୍ମିତା ବାପାଙ୍କୁ ବୁଝାଇଥିଲେ ବାପା ମୁଁ ତାଙ୍କୁ ହିଁ ବାହା ହେବି ଯାହାଙ୍କୁ ମୁଁ ବହୁତ ଭଲପାଏ ଯାହାଙ୍କୁ ମୁଁ ୮ ବର୍ଷ ତଳୁ ମୋ ମନ ଦେଇଛି। ମୁଁ ତାଙ୍କୁ ହିଁ ବାହା ହେବି। ଆଉ ବାପା ଝିଅର ଉତ୍ତର ସାମ୍ନାରେ ନିରୁପାୟ। ଆଉ ବାପା ନିଜେ ହିଁ ଝିଅର ହାତ ବସନ୍ତଙ୍କ ହାତକୁ ଟେକି ଦେଇଥିଲେ।

Leave a Reply

Your email address will not be published. Required fields are marked *