ପାଣିରେ ବୁଡିଗଲା ମୋ ଦିଦି,ମୁଁ ତାକୁ ବଞ୍ଚାଇ ପାରିଲି ନାହିଁ।

ମୁଁ ଆଉ କାହାକୁ ଦିଦି ବୋଲି ଡାକିବି। କାହା ସହ ସ୍କୁଲ୍ ଯିବି ଆଉ କାହା ସହ ଖେଳିବି। ଏମିତି କହି ଛାତି ଫଟେଇ କାନ୍ଦୁଛି ଏ ସାନ ଭଉଣୀ। କହୁଛି ମୁଁ ମୋ ଦିଦିକୁ ପାଣିରୁ ବଞ୍ଚାଇ ପାରିଲିନି। ମୋ ଦିଦି ମୋ ଆଖି ଆଗରେ ବୁଡ଼ି ଗଲା। କିନ୍ତୁ ମୁଁ ଆଉ ମୋ ବଡ଼ ଦିଦିକୁ ବଞ୍ଚାଇ ପାରିଲିନି। ଆଈର ଶୁଦ୍ଧି କ୍ରିୟାରେ ଆମେ ଭାଈ ଭଉଣୀ ସାଙ୍ଗ ହୋଇ ଗାଧୋଇବାକୁ ଯାଇଥିଲୁ। କିନ୍ତୁ ମୋ ଭଉଣୀ ସେଇ ପଖୋରୀ ପାଣିରେ ଭାସି ଗଲା। ଜଣେ ଦିଦିକୁ ଉଦ୍ଧାର କରିଥିବା ବେଳେ ଆଉ ଜଣେ ଦିଦିକୁ ଉଦ୍ଧାର କରି ପାରିଲିନି।

ସବୁ ଦିନ ପାଇଁ ମୋ ବଡ଼ ଦିଦିର ହାତ ମୋ ହାତରୁ ଛିଡ଼ି ଗଲା। ଏ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିଲା ମୋ ବଡ଼ ଦିଦି। ଆଉ କିଛି ଦିନ ପରେ ପରୀକ୍ଷାର ରେଜଲ୍ଟ୍ ଆସିଥାନ୍ତା। କିନ୍ତୁ ତାହା ପୂର୍ବରୁ ସବୁକିଛି ଓଲୋଟ ପାଲଟ ହୋଇଗଲା। ମୋ ଦିଦିର ଜୀବନ ଦୀପ ସବୁଦିନ ପାଇଁ ଲିଭିଗଲା ଏଇ ପଖୋରୀ ପାଣିରେ।

ହଁ ଆଜ୍ଞା ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ତରଙ୍ଗ ଗାଁରେ । ତରଙ୍ଗ ଗାଁର ଶୁଭନାଥ ଭୋଇଙ୍କ ଷହୋଳ ବର୍ଷୀୟା ଝିଅ ସନ୍ଧ୍ୟା। ଆଈ ମାଆର ଶୁଦ୍ଧି କ୍ରିୟା ନିମନ୍ତେ ଘରର ଲୁଗାପଟା ସଫା କରିବା ସହିତ ଗାଧୋଇ ବାକୁ ତଦଙ୍ଗ ପଞ୍ଚାୟତ ପଖୋରୀକୁ ସମ୍ପର୍କୀୟ ମାଆ ଭାଈ ଭଉଣୀ ମିଶି ଗାଧୋଇ ବାକୁ ଯାଇଥିଲେ। କିନ୍ତୁ କିଏବା ଜାଣିଥିଲା ପାଖୋରୀକୁ ଗାଧୋଇ ଯିବା ସନ୍ଧ୍ୟାରାଣୀଙ୍କ ପାଇଁ ଶେଷ ଦିନ ହୋଇଯିବ ବୋଲି। ସାନ ଭଉଣୀ ଶୌଚ କରିବାକୁ ଯାଇଥିବା ବେଳେ ବଡ଼ ଭଉଣୀ ପାଖୋରୀ ଭିତରକୁ ଗାଧୋଇ ବାକୁ ଯାଇଥିଲା। ଆଉ ସାନ ଭଉଣୀ କହୁଥିଲା ଦିଦି ତୁ ଯାଆନି, ସେଠି ଗଭୀର ଖାଲ ଅଛି। କିନ୍ତୁ ବଡ଼ ଭଉଣୀ କହିଲା କି ମୁଁ ପହଁରି ଆସିବି। ତୁ ବ୍ୟସ୍ତ ହଅନି।

କିନ୍ତୁ ପାଣି ଭିତରକୁ ପଶିଗଲା ସତ ଆଉ ଦିଦି ଉଠି ପାରିଲାନି। ମୁଁ ମୋ ଦିଦିକୁ ବଞ୍ଚାଇ ବାକୁ ବହୁତ୍ ଚେଷ୍ଟା କଲି।କିନ୍ତୁ ମୋ ଦିଦିକୁ ପାଣି ଭିତରୁ ଉଦ୍ଧାର କରି ପାରିଲିନି। ଜଣେ ଦିଦିକୁ ବଞ୍ଚାଇଥିଲି କିନ୍ତୁ ଆଉ ଗୋଟିଏ ଦିଦିକୁ ବଞ୍ଚାଇ ପାରିଲିନି।ମୋର ଦୁଇଟି ଦିଦି କିନ୍ତୁ ଆଜି ମୁଁ ମୋର ଗୋଟାଏ ଦିଦିକୁ ହରାଇ ବସିଲି। ପାଣି ଭିତରୁ ତାକୁ ଉଦ୍ଧାର କରି ପାରିଲିନି। ଏମିତି କହି ଏଇ ସାନ ଭଉଣୀଟି ଛାତି ଫଟେଇ କାନ୍ଦୁଛି। ଆଉ କାନ୍ଦି କାନ୍ଦି ତଳେ ଗଡ଼ି ଯାଉଛି। ମୋ ଦିଦି ମାଟ୍ରିକ ପରୀକ୍ଷା ଦେଇଥିଲା। ପରୀକ୍ଷା ରେଜଲ୍ଟ ବାହାରିବା ପୂର୍ବରୁ ମୋ ଦିଦି ଆମ ସମସ୍ତଙ୍କୁ ଛାଡ଼ି ଚାଲିଗଲା। ପଖୋରୀରେ ଗାଧୋଇବା ତାର ଶେଷ ଦିନ ହୋଇଗଲା। ଆଈ ମାଆ ଶୁଦ୍ଧି କ୍ରିୟାରେ ଚାଲିଗଲା ନାତୁଣୀର ଜୀବନ।

ହଁ ଆଜ୍ଞା ପାଖୋରୀ ଗାଧୋଇଲା ବେଳେ ସନ୍ଧ୍ୟାରାଣୀଙ୍କର ଗୋଡ଼ ଖସି ଯିବାରୁ ସେ ବୁଡ଼ି ଯାଇଥିଲେ। ହେଲେ ତା ପରେ ସାନ ଭଉଣୀ ବଡ଼ ଦିଦି ସନ୍ଧ୍ୟାରାଣୀଙ୍କୁ ବହୁତ୍ ଖୋଜୁଥିଲା। ସାଙ୍ଗସାଥୀ ମାନେ ମଧ୍ୟ ଖୋଜିଥିଲେ। କିନ୍ତୁ ପାଇ ନଥିଲେ। ଆଖ ପାଖ ଲୋକକୁ ଚିତ୍କାର କରି ଡାକିଥିଲେ। ପାଖ ପୋଡ଼ଶୀ ଲୋକେ ଧାଇଁ ଆସି ଅନେକ ସମୟ ଖୋଜା ଖୋଜି କରିଥିଲେ।ସନ୍ଧ୍ୟାରାଣୀଙ୍କୁ ପାଣିରୁ ଉଦ୍ଧାର କରିଥିଲେ ସତ କିନ୍ତୁ ସେତେବେଳକୁ ସନ୍ଧ୍ୟାରାଣୀଙ୍କ ଜୀବନ ଚାଲି ଯାଇଛି। ଆଉ ଏ ମାଆକୁ ଝିଅକୁ ହରାଇ କାନ୍ଦି କାନ୍ଦି ତଳେ ଗଡ଼ି ଯାଉଛି। ସନ୍ଧ୍ୟାରାଣୀଙ୍କୁ ହରାଇ ବାପା ମାଆ, ସାହି ପଡ଼ିଶା ଲୋକେ ଅତ୍ୟନ୍ତ ମର୍ମାହତ ହୋଇ ପଡ଼ିଛନ୍ତି। ସମସ୍ତଙ୍କ ଆଖିରେ ଲୁହ। ଏ ନେଇ ଗାଁରେ ଶୋକାକୁଳ ପରିବେଶ ଦେଖା ଦେଇଛି।

Leave a Reply

Your email address will not be published. Required fields are marked *