ମାଛ ପାଇଁ ଚାଲିଗଲା ଦେଢଶୁରଙ୍କ ଜୀବନ, କାନ୍ଦୁଛନ୍ତି ପରିବାର ଲୋକ।
ଏମିତି ବି କ’ଣ ମୃ-ତ୍ୟୁ ଆସେ? ମାଛ ପାଇଁ ଜୀବନ ଚାଲିଗଲା ଏଇ ବ୍ୟକ୍ତି ଜଣକର। ଗାଁ ପୋଖରୀ ମାଛ ଖାଇବା ପାଇଁ ମନ ବଳାଇ ଥିଲେ। ହେଲେ ସେହି ମାଛ ଯେ ତାଙ୍କର ଜୀବନ ନେବ ବୋଲି କେହି କେବେ ଭାବିନଥିଲେ। ମାଛ ପାଇଁ ଗାଁରେ ବୋହିଲା ରକ୍ତର ନଦୀ। କିଏ ମ-ରି ପଡିଛି ତ ପୁଣି କିଏ ଗୁତୁ-ତ୍ୱର ଅବସ୍ଥାରେ ମେଡିକାଲରେ ଭର୍ତି ହୋଇଛି। ଆଉ ଏପଟେ କାହା ମଥାରେ ବ୍ୟାଣ୍ଡେସ ମଧ୍ୟ ବନ୍ଧା ହୋଇଛି। ଏସବୁ ଦୃଷ୍ଟିକି ଦେଖି ଗାଁରେ ଖେଳି ଯାଇଛି ଆ-ତଙ୍କ। ହଁ ମାଛ ପାଇଁ ଛଟପଟ ହୋଇ ଚାଲିଯାଇଛି ନିରୀହ ଜୀବନ।
ଆଉ ସେହି ମୃ-ତ ବ୍ୟକ୍ତିଙ୍କୁ ନ୍ୟା-ୟ ଦେବା ପାଇଁ ଥାନା ଆଗରେ ପୁରା ପରିବାର। ସାମ୍ନାରେ ରଖାଯାଇଛି ଶ-ବ ଆଉ ଶ-ବ ଚାରିପାଖରେ ଘେରି ରହିଛନ୍ତି ବନ୍ଧୁ ପରିଜନ ଓ ଆତ୍ମୀୟସଜନ। କାନ୍ଦ ବୋବାଳିରେ ଫାଟି ପଡୁଛି ପୁରା ଗାଁ। ତଥାପି ନ୍ୟା-ୟ ଆଶାରେ ଓଳି ବସିଛନ୍ତି। ଏମିତିକି ପୁରା ପରିବାର ଏବଂ ଶବ ବି ରାସ୍ତା ଉପରେ ନ୍ୟା-ୟ ଅପେକ୍ଷାରେ। ଶ-ବ ବି ଚାହୁଁଛି ସମାଧାନ। ନ୍ୟା-ୟ ନମିଳିବା ଯାଏଁ କେହି କୁଆଡେ ଯିବେନାହିଁ ବୋଲି ସିଧା ସିଧା କହିଛନ୍ତି।
ମିଳିଥିବା ସୂଚନା ଅନୁସାରେ କିଛି ଦିନ ତଳେ ଗାଁ ପୋଖରୀରେ ମାଛ ଧରାକୁ କେନ୍ଦ୍ର କରି ଗାଁରେ ହୋଇଥିଲା ଗଣ୍ଡଗୋଳ। ଆଉ ସେହି ଗ-ଣ୍ଡଗୋ-ଳକାରୀଙ୍କ ଆକ୍ର-ମଣରେ ପଟାମୁଣ୍ଡେଇ ବ୍ଲକ ନରସିଂହ ପୁର ପଞ୍ଚାୟତ ଅଠରବାଟିଆ ଗାଁର ସୁଧାକର ସେଠି ଓ ଗୋଲକ ସେଠି ଆହତ ହୋଇ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିଲେ ହେଲେ ଚିକିତ୍ସାଧୀନ ଅବସ୍ଥାରେ ଗୋଲକ ସେଠିଙ୍କର ମୃ-ତ୍ୟୁ ହୋଇଛି। ହେଲେ ଜଣକର ଜୀବନ ଯିବା ପରେ ବି ଦୋ-ଷୀକୁ ଦ-ଣ୍ଡ ଦିଆଯାଉନି କି ଶ-ବକୁ ନ୍ୟା-ୟ ମିଳୁନାହିଁ। ସେଥିପାଇଁ ପଟାମୁଣ୍ଡେଇ ଗ୍ରାମାଞ୍ଚଳ ମୁଖ୍ୟ ଫାଟକରେ ଗୋଲକ ସେଠିଙ୍କ ମୃ-ତ ଦେହକୁ ରଖି ଧାରଣାରେ ବସିଥିଲେ ପୁରା ପରିବାର।
ତେବେ ଘଟ-ଣା ସ୍ଥଳରେ ପଟାମୁଣ୍ଡେଇ SDPO କ୍ଷମାସାଗର ପଣ୍ଡା ପହଁଚି ଧାରଣାରେ ବସିଥିବା ଲୋକମାନଙ୍କୁ ବୁଝାସୁଝା କରିଥିଲେ କିନ୍ତୁ ଉତ୍ୟକ୍ତ ଲୋକେ ବୁଝିନଥିଲେ। ଯିଏ ଦୋଷୀ ସେମାନଙ୍କୁ ଖୁବ ଶୀଘ୍ର ଗି-ରଫ କରାଯିବ ବୋଲି ଏ ନେଇ ପ୍ରତିଶୃତି ଦେଇଥିଲେ SDPO। ଏକଥା ଶୁଣିବା ପରେ ଧାରଣାରେ ବସିଥିବା ଗୋଲକ ସେଠିଙ୍କ ମୃ-ତ ଦେହକୁ ନେଇ ଶାନ୍ତି ଶୃଙ୍ଖଳାରେ ଘରକୁ ଫେରିଥିଲେ ପରିବାର ଲୋକେ। ତେବେ ଦେଖିବାକୁ ବାକି ରହିଲା ଏ ପରିବାରକୁ କେବେ ନ୍ୟା-ୟ ମିଳୁଛି।