ଆଉଟସୋର୍ସିଙ୍କ କର୍ମଚାରୀଙ୍କୁ ବଡ଼ ଉପହାର ଦେଲେ ନବୀନ ପଟ୍ଟନାୟକ। କେତେ ଟଙ୍କା ବଢ଼ିଲା…ଆସନ୍ତୁ ଜାଣିବା ଏହି ରିପୋର୍ଟରେ।

ଆଗକୁ ନିର୍ବାଚନ ଥିବାରୁ ସରକାର ଏବେ ଲୋକଙ୍କ ପାଇଁ ବିଭିନ୍ନ ପ୍ରକାରର ସହାୟତା ରାଶି ମାନ ଘୋଷଣା କରିଛନ୍ତି।।ଯାହାର ଯାହା ଦାବି ରହିଅଛି ସେସବୁକୁ ବିଚାର କରି ନେଉଛନ୍ତି ବଡ଼ ବଡ଼ ନିଷ୍ପତ୍ତି। ପିଲାଠୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସବୁ ବର୍ଗର ଲୋକଙ୍କପାଇଁ ଘୋଷଣା କରୁଛନ୍ତି ବିଭିନ୍ନ ପ୍ରକାରର ସ୍କିମ। ଏହାରି ମଧ୍ୟରେ ଆଉଟସୋର୍ସି ମଧ୍ୟରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ରହିଛି ଏକ ଖୁସି ଖବର। କାରଣ ଏବେ ବଢିଛି ଆଉଟସୋର୍ସି କର୍ମଚାରୀଙ୍କ ପାରିଶ୍ରମିକ।

ରିପୋର୍ଟ ଅନୁସାରେ ୨୫ ପ୍ରତିଶତ ପାରିଶ୍ରମିକ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ତେବେ ଅଭିଜ୍ଞତା ଭିତ୍ତିରେ ପାରିଶ୍ରମିକ ସ୍ଥିର କରାଯିବ। ପ୍ରତି ୫ ବର୍ଷର ଅଭିଜ୍ଞତା ପାଇଁ ମିଳିବ ୧୦୦୦ ଟଙ୍କା।ସେହିଭଳି ମହିଳା କର୍ମଚାରୀ ୧୨୦ ଦିନ ପର୍ଯ୍ୟନ୍ତ ମାତୃତ୍ୱ ଛୁଟି ମଧ୍ୟ ପାଇପାରିବେ। ପ୍ରଥମ ଦୁଇଟି ସନ୍ତାନ ଜନ୍ମ ପର୍ଯ୍ୟନ୍ତ ମିଳିବ ୧୨୦ ଦିନର ଛୁଟି।

ଯାହା ବାସ୍ତବରେ ସେମାନଙ୍କ ପାଇଁ ହେବ ବେସ ସହାୟକ। କାରଣ ଆଉଟସୋର୍ସିଙ୍କରେ କାମ କରିଥିବା ମହିଳା କର୍ମଚାରୀଙ୍କୁ ଏଇ ମାତୃତ୍ୱ ଛୁଟି ମିଳୁନଥିଲା। ଯେଉଁଥିପାଇଁ ସେମାନେ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ ହେଉଥିଲେ। ଏହାକୁ ବାଦ ଦେଲେ ଆଶା କର୍ମୀଙ୍କର ମାସିକ ଦରମା ମଧ୍ୟ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର।

ମାସିକ ପାରିଶ୍ରମିକ ୪ ହଜାର ୫୦୦ ରୁ ୭ ହଜାରକୁ ବୃଦ୍ଧି କରାଯାଇଛି। ତେବେ ସେବା ନିବୃତି ପ୍ରସ୍ୟାହନ ରାଶି ୫୦ ହଜାରୁ ୧ ଲକ୍ଷ ଟଙ୍କାଙ୍କୁ ବୃଦ୍ଧି କରାଯାଇଥିବା ଜଣା ପଡ଼ିଛି। ତେବେ ଏହା ଦ୍ବାରା ଉପକୃତ ହୋଇପାରିବେ ମୋଟ ୪୯ ହଜାର ୫ ଶହ ଆଶାକର୍ମୀ। ଏବଂ ଏଥିପାଇଁ ଖର୍ଚ୍ଚ ହେବ ପ୍ରାୟ ୨ ଶହ ୮ କୋଟି ଟଙ୍କା।ତେବେ ବନ୍ଧୁଗଣ ରାଜ୍ୟ ସରକାରଙ୍କର ଆଉଟସୋର୍ସି କର୍ମଚାରୀଙ୍କ ପାଇଁ ଏଭଳି ଭେଟି ଏବଂ ଆଶାକର୍ମୀଙ୍କର ଦରମା ବୃଦ୍ଧିକୁ ନେଇ ଆପଣଙ୍କର ମତାମତ କ’ଣ? ଆମ ସହିତ ସେୟାର କରିବେ।

Leave a Comment

Your email address will not be published. Required fields are marked *

Scroll to Top