ନିଶା ଖାଇ ଗାଁର ଝିଅ ବୋହୂଙ୍କୁ କ-ମେଣ୍ଟ କରୁଥିଲା ମୁନା, ଏବେ ହ-ତ୍ୟା ଅଭି-ଯୋଗରେ ମୁନାକୁ ବାନ୍ଧିଲା ପୋ-ଲିସ।
ଏ ଯୁବକର ନାଁ ହେଉଛି ମୁନା। ଆଉ ଏ ଗାଁରେ ମୁନାକୁ ଯେଉଁ ଝିଅ ବୋହୂମାନେ ଦେଖନ୍ତି ସଙ୍ଗେ ସଙ୍ଗେ ତାଟି କବାଟ ଦେଇଦିଅନ୍ତି। କାରଣ ଏଇ ଯୁବକ ଜଣକ ଝିଅ ବୋହୂ ମାନଙ୍କୁ ଦେଖିଲେ ଯାହା ହେଉଛି ତାହା ଆମେ ଆପଣଙ୍କୁ ଦେଖେଇ ପାରିବୁ ନାହିଁ।
ଏଇ ଯୁବକ ଜଣକ ସବୁବେଳେ ନିଶା ଖାଇ ନିଶାରେ ବୁଡି ରୁହନ୍ତି। ଆଉ ଗାଁରେ ଯେଉଁ ଝିଅ ବୋହୂ ମାନଙ୍କୁ ଦେଖିବ ପାଖକୁ ଆସି ଜାଣି ଜାଣି ଧକାହେବ ପୁଣି ଅଶ୍ଳୀଳ ଭାଷାରେ କମେଣ୍ଟ ପାସ କରିବ। ସେହିଭଳି ଦେବେନ୍ଦ୍ରନଗର ବସ୍ତିରେ ଜଣେ ଝିଅକୁ କମେନ୍ଟପାସ କରିଥିଲା ଆଉ ତା’ପରେ ଏନେଇ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ଅଭିଯୋଗ ପାଇବା ପରେ ଏହି ଯୁବକ ମୁନାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏବେ ଯେତେବେଳେ ମୁନା ଥାନାରୁ ଆସିଲା ଭାରତୀ ସାହୁକୁ ମାରିଦେଲା।
ସୂଚନା ମୁତାବକ କଟକ ଜିଲ୍ଲା ଥାନା CRRI ଅଞ୍ଚଳରେ ଥିବା ଦେବେନ୍ଦ୍ରନଗର ବସ୍ତିରେ ଏହି ଯୁବକ ଘଟାଇଛି ଜଘନ୍ୟ କାଣ୍ଡ।ଦେବେନ୍ଦ୍ରନଗର ବସ୍ତିର ଭାରତୀ ସାହୁ। ଭାରତୀ ସାହୁଙ୍କ ବଡ଼ ଝିଅକୁ ଏହି ଯୁବକ ମୁନା ଅଶ୍ଳୀଳ ଭାଷାରେ କମେଣ୍ଟପାସ କରିଥିଲା। ମୃତ ଭାରତୀ ସାହୁଙ୍କ ପରିବାର ଲୋକେ ଏନେଇ ଥାନାରେ ଅଭିଯୋଗ ଦେଇଥିଲେ। ଆଉ ଅଭିଯୁକ୍ତ ମୁନାକୁ ଗିରଫ କରିଥିଲା ପୋଲିସ। ଏବେ ଯେତେବେଳେ ମୁନା ଥାନାରୁ ଆସିଲା ଭାରତୀ ସାହୁଙ୍କୁ ଏକ ଧାରୁଆ ମାରଣାସ୍ତ୍ରରେ ଆକ୍ରମଣ କରିଥିଲା। ଯାହା ଫଳରେ ଏବେ ଭାରତୀ ସାହୁ ମୃତ୍ୟୁ ବରଣ କରିଛନ୍ତି।
ତେବେ ଘଟଣା ସ୍ଥଳରେ ପୋଲିସ ଆଉ ସାଇଣ୍ଟିଫିକ ଟିମ ପହଁଚି ଯାଇଛନ୍ତି। ଆଉ ବିଭିନ୍ନ ଦିଗକୁ ତଦନ୍ତ କରୁଛନ୍ତି। ଏନେଇ DCP ଅନୀଲ ମିଶ୍ର କହିଛନ୍ତି କି ଅଭିଯୁକ୍ତ ମୁନାକୁ ଗିରଫ କରାଯାଇଛି। ଆଉ ତାକୁ ଖୁବଶୀଘ୍ର କୋର୍ଟ ଚାଲାଣ କରାଯିବ ବୋଲି କହିଛନ୍ତି ଅତିରିକ୍ତ DVP ଅନୀଲ ମିଶ୍ର।ତେବେ ଅଭିଯୁକ୍ତ ମୁନା ନାଁରେ ଆଗରୁ ଅଭିଯୋଗ ଥିବା ବେଳେ ଏବେ ପୁଣି ହତ୍ୟା ଅଭିଯୋଗରେ ବାନ୍ଧିଛି ପୋଲିସ।