ବାପା ମା’ଙ୍କ ପାଦ ଛୁଇଁ ଡିଉଟି ଯାଉଛି ବୋଲି କହିଲା ପୁଅ ତା’ପରେ ଏମିତି କରିଦେଲା ଯେ ଏବେ କାନ୍ଦୁଛନ୍ତି ବାପା ମା’।

ମଣିଷ ଯେତିକି ଯେତିକି ବୟସ୍କ ହୁଏ କ’ଣ ତା’ ଭାଗ୍ୟରେ ସେତିକି ସେତିକି ଦୁଃଖ ଲେଖିଦିଅନ୍ତି କି ଭଗବାନ। କାହିଁକି କେଜାଣି ଏ ବାପା ଜଣଙ୍କୁ ଦେଖି ଏମିତି ମନେ ହେଉଛି। ଏଇ ବାପାର ଦୁଃଖ ଯିଏ ଦେଖୁଛି ତା ଆଖିବି ଆଜି ଓଦା ହୋଇଯାଉଛି। ଏଇ ବାପା ଜଣଙ୍କୁ ଦେଖନ୍ତୁ କେମିତି ରାହା ଧରି କାନ୍ଦୁଛନ୍ତି। ଯୋଉ ପୁଅକୁ ଲୁହ ଲହୁ ନିଗାଡି ଏଡିକିଟିଏରୁ ଏତେ ବଡ଼ କରିଥିଲେ ବାହାଘର କରାଇ ବୋହୂଟିଏ ଆଣିଥିଲେ। ସେହି ଭେଣ୍ଡିଆ ପୁଅ ଯେତେବେଳେ ଘର ଭିତରେ ମରି ଶୋଇଛି ତ କୋଉ ବାପା ନିଜକୁ ସମ୍ଭାଳି ପାରିବେ। ଘରର ବଡ଼ ପୁଅ ଯିଏ ବୁଢା ବୟସରେ ବାପାଙ୍କ ମୁହଁରେ ନିଆଁ ଦେଇଥାନ୍ତା ସେହି ବଡ଼ ପୁଅ ବାପାଙ୍କ କାନ୍ଧରେ ମଶାଣୀକୁ ଯିବା ପାଇଁ ପ୍ରସ୍ତୁତ ହେଉଛି।

ଦିନେ ହସ ଖୁସିରେ ଫାଟି ପଡୁଥିବା ଘରଟା ଆଜି ଶ୍ରୀହୀନ ପାଲଟି ଯାଇଛି। ପୁରା ଘର ଆଜି ଖାଁ ଖାଁ କରି ଗୋଡ଼ାଇ ଆଣୁଛି। ପିଉସୀ ଘରକୁ ଭଜି ଖାଇବାକୁ ଯାଇ ଘରକୁ ଫେରି ଆସିଥିଲା ଘରର ବଡ଼ ପୁଅ। ଆଉ ଗଲା ବେଳେ ଡିଉଟି ଯିବ କହି ନିଜ ବସାକୁ ଫେରିବା ବେଳେ ଶେଷ ଥର ପାଇଁ ବାପା ମା’ଙ୍କର ପାଦ ଛୁଇଁ ଘରୁ ବାହାରି ଯାଇଥିଲା। ବାସ ତାପରେ ଘରକୁ ଆସିଲା ଘରର ବଡ଼ ପୁଅର ମୃତ୍ୟୁର ଖବର। ଯେଉଁ ଖବରକୁ ପାଇବା ପରେ ବାପାଙ୍କର ଯେମିତି ହସ ଉଡ଼ିଗଲା।

ବାରମ୍ବାର ପୁଅର କଥାକୁ ମନେ ପକାଇ ଛାତିର କୋହକୁ ସମ୍ଭାଳି ପାରୁନାହାନ୍ତି ବାପା। ଆଉ ଭାବୁଛନ୍ତି ପୁଅ ଗଲା ବେଳେ ଯେଉଁ ମୁଣ୍ଡିଆ ମାରି ଯାଇଥିଲା କିଏ କ’ଣ ଜାଣିଥିଲା ସେ ମୁଣ୍ଡିଆ ଆଗକୁ କେବେବି ଆଉ ପାଇପରିବୁନି ବୋଲି। ସେଇ ଦେଖା ବାପା ପୁଅଙ୍କର ଶେଷ ଦେଖା ବୋଲି। ଏମିତି ଅନେକ ଭାବନା ବାପାଙ୍କ ମନରେ ଗୋଡେଇ ଗୋଡେଇ ହେଉଛି।

ସେପଟେ ବୋହୂ ଆଉ ନାତୁଣୀଙ୍କର ସରଳ ଆଉ ନିରୀହ ମୁହଁକୁ ମନେ ପକାଇ ହୃଦୟ ଆଜି କାନ୍ଦି ଉଠୁଛି। ତାଙ୍କ ଉପରେ ଯେଉଁ ଦୁଃଖ ଲଦି ହୋଇପଡିଛି ସେ କେମିତି ତାଙ୍କ ପାଖରୁ ଦୂର କରିବେ କିଛି ଭାଷା ପାଉନାହାନ୍ତି ବାପା।ହଁ ବନ୍ଧୁଗଣ ଗତ କାଲି ଲାଇନ ମେନ ଦିବସ ଆଉ ଏହି ଦିବସରେ ଚାଲିଯାଇଛି ଯୁବ ଲାଇନ ମ୍ୟାନଙ୍କର ଜୀବନ। ମୃତ୍ୟୁ କେମିତି ହେଲା ତାହାକୁ ନେଇ ଏବେବି ସନ୍ଦେହ ଘେରରେ ସମସ୍ତେ ରହିଛନ୍ତି। କେହି କେହି ଏହାକୁ ହତ୍ୟା ଘଟଣା କହୁଥିବା ବେଳେ ଆଉ କେହି କେହି ଏଇ ମୃତ୍ୟୁ ପଛରେ ଅନ୍ୟ କିଛି କାରଣ ରହିଛି ବୋଲି କହୁଛନ୍ତି। କାନ୍ଦ ବୋବାଳିରେ ଫାଟି ପଡୁଛି ପୁରା ଅଞ୍ଚଳ। ଯେଉଁ ଘଟଣାକୁ ନେଇ ଚାରି ଆଡ଼େ ଖେଳିଯାଇଛି ଶୋକର ସାୟା।

ସୂଚନା ମୁତାବକ ମୟୁରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ସାରସକଣା ଗ୍ରାମର ହେମନ୍ତ କୁମାର ସାହୁଙ୍କ ବଡ଼ ପୁଅ ରାଜେଶ କୁମାର ସାହୁ ଯିଏକି ବାରିପଦା ବିଦ୍ୟୁତ ବିଭାଗରେ ଲାଇନ ମ୍ୟାନ ଭାବରେ କାର୍ଯ୍ୟ କରି ଆସୁଥିଲେ। ତେବେ ଗତ ରବିବାର ଦିନ ବଳହଦା ଥାନା ଅନ୍ତର୍ଗତ ଡାଳିମା ତାଙ୍କ ପିଉସୀ ଘରକୁ ବାହାଘର ଭୋଜି ପାଇଁ ଯାଇଥିଲେ ଏଇ ଲାଇନ ମ୍ୟାନ ଜଣକ। ଆଉ ସକାଳୁ ସକାଳୁ ନିଜ ପରିବାରକୁ ଧରି ଡିଉଟି ଅଛି କହି ବାରିପଦା ସ୍ଥିତ ନିଜ ଭଡା ଘରକୁ ଫେରି ଆସୁଥିଲେ ରାଜେଶ।

ଆଉ ତାପରେ ହସ ଖୁସିର ସୁନାର ପରିବାରଟା ଯେମିତି ଅନ୍ଧକାର ଭିତରକୁ ଠେଲି ହୋଇଗଲା। ସାଙ୍ଗ ଜଣକ ସକାଳ ଡିଉଟିକୁ ଚାଲିଯାଇଥିଲେ ମଧ୍ୟ ଡିଉଟିରୁ ଫେରି ଆସି ଦେଖିଲା ବେଳକୁ ବେଡ଼ରୁମ ଭିତରେ ପଡିଛି ରାଜେଶଙ୍କର ମୃତ ଦେହ। ଏହାକୁ ଦେଖି ସ୍ଥାନୀୟ ଲୋକଙ୍କୁ ଡାକିଥିଲେ ରାଜେଶଙ୍କ ସାଙ୍ଗ। ଏଥି ସହିତ ପରିବାର ଲୋକଙ୍କୁ ମଧ୍ୟ ଖବର ଦେଇଥିଲେ। ଏନେଇ ଖବର ପାଇ ଘଟଣା ସ୍ଥଳରେ ବାପା ମା’ ପହଁଚିବା ପରେ ବାରିପଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଆଉ ଏହାପରେ ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *